Advertisment

ଭାରତ ଇତିହାସରେ ପ୍ରଥମ: ୨୦୦ କୋଟି ଟଙ୍କାର ଜବତ ଗଞ୍ଜେଇକୁ ପୋଡ଼ି ନଷ୍ଟ କଲା ପୋଲିସ୍‌

ଶହେ କି ଦୁଇ ଶହ କିଲୋ ନୁହେଁ, ଗତ ଦେଢ଼ ବର୍ଷ ମଧ୍ୟରେ ଜବତ ହୋଇଥିବା ୨ ଲକ୍ଷ କିଲୋ ଗଞ୍ଜେଇକୁ ପୋଡ଼ି ନଷ୍ଟ କଲା ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ପୋଲିସ୍‌।

ଅଦ୍ୟତନ ହୋଇଛି
Police Destroyed Cannabis

Police Destroyed Cannabis

Advertisment

ଶହେ କି ଦୁଇ ଶହ କିଲୋ ନୁହେଁ, ଗତ ଦେଢ଼ ବର୍ଷ ମଧ୍ୟରେ ଜବତ ହୋଇଥିବା ୨ ଲକ୍ଷ କିଲୋ ଗଞ୍ଜେଇକୁ ପୋଡ଼ି ନଷ୍ଟ କଲା ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ପୋଲିସ୍‌। ଯାହାକି ଭାରତର ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ନଷ୍ଟ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦୦ କୋଟି ଟଙ୍କା ବୋଲି ଜଣାପଡ଼ିଛି।

Advertisment

ଆନ୍ଧ୍ରପ୍ରଦେଶ ଡିଜିପିଙ୍କ ଉପସ୍ଥିତିରେ ବିଶାଖାପାଟଣା ପୋଲିସ ନିଆଁ ଲଗାଇ ଜବତ ଗଞ୍ଜେଇ ଗୁଡ଼ିକୁ ନଷ୍ଟ କରିଥିଲା। ବିଶାଖାପାଟଣା ଜିଲ୍ଲାର ଆନାକାପଲ୍ଲୀ ନିକଟ କୋଡୁରୁ ଗାଁମ ନିକଟରେ ଗୋଟିଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସବୁକୁ ନଷ୍ଟ କରାଯାଇଛି। ଗୁଇନ୍ଦା ବିଭାଗ ଦ୍ୱାରା ବିଶାଖାପାଟଣା ଜିଲ୍ଲାରୁ ଭାରତର ବିଭିନ୍ନ ରାଜ୍ୟକୁ ବହୁଳ ପରିମାଣର ଗଞ୍ଜାଇ ଚାଲାଣ ହେଉଥିଲା। ସୂଚନା ମିଳିବା ପରେ ଏହାକୁ ରୋକିବା ପାଇଁ  ପୋଲିସ ଉଦ୍ୟମ ଆରମ୍ଭ କରିବା ସହ ଗଞ୍ଜେଇ ଚାଷ ବନ୍ଦ କରିବା ପାଇଁ "ପରିବର୍ତ୍ତନ" କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ଆଦିବାସୀ ପ୍ରବଣ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ସହ ସୀମାରେ ଯାଞ୍ଚକୁ ଜୋରଦାର କରାଯାଇଥିଲା। 

ଗତ ଦେଢ଼ବର୍ଷ ମଧ୍ୟରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟନଗର, ଶ୍ରୀକାକୁଲମ ଓ ପୂର୍ବ ଗୋଦାବରୀ ଜିଲ୍ଲାରୁ ମୋଟ ୨ ଲକ୍ଷରୁ ଊର୍ଦ୍ଧ୍ୱ କେଜି ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୨୦୦ କୋଟି ଟଙ୍କା ବୋଲି ଜଣାପଡ଼ିଛି। ବିଶାଖାପାଟଣା ଜିଲ୍ଲାରୁ ୧.୫ ଲକ୍ଷ କିଲୋ ଗଞ୍ଜେଇ ଓ ଶ୍ରୀକାକୁଲମ, ବିଜୟନଗର ଓ ପୂର୍ବ ଗୋଦାବରୀ ଜିଲାରୁ ୫୦,୦୦୦ କେଜି ଗଞ୍ଜେଇ ପୋଲିସ୍‌ ଜବତ କରିଛି। ବିଶାଖାପାଟଣା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୭ ହଜାର ୫ ଶହ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୩ ଶହ କୋଟି ଟଙ୍କା ବୋଲି ପୋଲିସ୍‌ ପକ୍ଷରୁ କୁହାଯାଇଛି। 

Advertisment
Cannabis Cannabis Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ