Advertisment

ନିର୍ବାଚନ ବେଳେ ସାପକାମୁଡା କିଟ୍‌ ରଖିବେ ପୁଲିଂ କର୍ମଚାରୀ

ପୂର୍ବ ରିପୋର୍ଟ ଅନୁସାରେ ଅଧିକ ସାପକାମୁଡା ମୋସୁମୀ ତଥା ଜୁନ୍‌, ଜୁଲାଇ ଓ ଅଗଷ୍ଟରେ ହୋଇଥିବା ରେକର୍ଡ କରାଯାଇଛି। ଏହି ସମୟରେ ଅତିକମରେ ୪ ପ୍ରକାରର ବିଷଧର ସାପ ଦେଖାଦେବାର ନଜିର ରହିଛି।

ଅଦ୍ୟତନ ହୋଇଛି
An unusual item in West Bengal panchayat poll officials’ kit

An unusual item in West Bengal panchayat poll officials’ kit

Advertisment

ନିର୍ବାଚନ ବେଳେ ସାପ କାମୁଡା(Snake Bite) କିଟ୍‌ ନେବେ ପୁଲିଂ କର୍ମଚାରୀ। ଆସନ୍ତା ୮ରେ ପଶ୍ଚିମବଙ୍ଗରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ସାପକାମୁଡା କିଟ୍‌ ରଖିବେ ପୁଲିଂ କର୍ମଚାରୀ। ମୌସୁମୀ ସିଜିନ୍‌ ଆରମ୍ଭ ହେଲାଣି। ଏଭଳି ସ୍ଥିତିରେ ସାପ କାମୁଡ଼ିବାର ଆଶଙ୍କା ରହିଛି।  ଏହାକୁ ଆଖି ଆଗରେ ରଖି ପଶ୍ଚିମବଙ୍ଗ ପୁଲିଂ କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ପଦକ୍ଷେପ ନେଇଛି ପଶ୍ଚିମବଙ୍ଗ ନିର୍ବାଚନ କମିଶନ। ଏହାସହ ସାପ କାମୁଡାରୁ ବର୍ତ୍ତିବା ନିମନ୍ତେ କିଟ୍‌ ଦିଆଯାଇଛି। 

Advertisment

ରାଜ୍ୟ ନିର୍ବାଚନ କମିଶନ ଜାରି କରିଥିବା ୬ ପୃଷ୍ଠା ସମ୍ବଳିତ ଚେକ୍‌ଲିଷ୍ଟ ପୁଲିଂ ପାର୍ଟିଙ୍କୁ ଦିଆଯାଇଛି। ଏହାର ମାର୍ଗଦର୍ଶିକା ମଧ୍ୟ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନିକଟକୁ ପଠାଯାଇଛି। ଏଥିରେ ବାଲାଟ୍ ବକ୍ସ, ବାଲାଟ୍ ପେପର, ଅଲିଭା କାଳି ରହିଛି। ସେହିପରି ଅନ୍ୟ ଏକ ପ୍ୟାକେଟ୍‌ରେ ୪ଟା ମହମବତୀ, ଦିଆସିଲି, କେତେକଙ୍କ କ୍ଷେତ୍ରରେ ଟର୍ଚ୍ଚ ମଧ୍ୟ ଦିଆଯାଇଛି। ତେବେ ମୌସୁମୀର  ଆଗମନ ତଥା ବର୍ଷା ଋତୁ ଆସିଥିବାରୁ ସାପ କାମୁଡାର ଆଶଙ୍କା ବଢିଛି। ତେବେ ଗ୍ରାମାଞ୍ଚଳରେ ନିୟୋଜିତ ହୋଇଥିବା ପୁଲିଂ କର୍ମଚାରୀଙ୍କ ପାଇଁ କାର୍ବୋଲିକ୍‌ ଏସିଡ୍‌ ଦିଆଯାଇଛି।  

ପୂର୍ବ ରିପୋର୍ଟ ଅନୁସାରେ ଅଧିକ ସାପକାମୁଡା ମୋସୁମୀ ତଥା ଜୁନ୍‌, ଜୁଲାଇ ଓ ଅଗଷ୍ଟରେ ହୋଇଥିବା ରେକର୍ଡ କରାଯାଇଛି। ଏହି ସମୟରେ ଅତିକମରେ ୪ ପ୍ରକାରର ବିଷଧର ସାପ ଦେଖାଦେବାର ନଜିର ରହିଛି। ଦୁଇ ପ୍ରକାରର ଅଜଗର, ବୋଡ଼ା ସାପ। ତେବେ ମୌସୁମୀ ସିଜିନ୍‌ରେ ୧୦ରୁ ୧୫ ପ୍ରତିଶତ ବିଷଧର ସାପୁକାମୁଡା ରିପୋର୍ଟ ହୋଇଥିବା ନେଇ କହିଛନ୍ତି କୋଲକାତା ନ୍ୟାସନାଲ ମେଡିକାଲ କଲେଜର ଆପାତଃକାଳୀନ ଭାରପ୍ରାପ୍ତ ଅଧିକାରୀ।

Advertisment

କେବଳ ସେତିକି ନୁହେଁ, ସାପସହ ମୁଷା ଓ ବେଙ୍ଗର ପ୍ରାଦୁର୍ଭାବ ମଧ୍ୟ ବଢେ। ତେବେ ସାପ କାମୁଡା ଦାଉରୁ ବର୍ତ୍ତିବା ପାଇଁ କାର୍ବୋଲିକ୍‌ ଏସିଡ୍‌ ଅନ୍ୟତମ ପ୍ରଭାବୀ ମେଡିସିନ। ତେବେ ଏହାର ଗନ୍ଧ ସାପ ବିରୋଧରେ ଅସ୍ତ୍ର ପରି କାମ କରିଥାଏ। ଯାହା ଦ୍ୱାରା ସାପ ସେଠାକୁ ନଆସି ଦିଗ ପରିବର୍ତ୍ତନ କରିଥାଏ ବୋଲି ବିଶେଷଜ୍ଞ ମତ ରଖିଛନ୍ତି।  

West Bengal Elections Polling Officers Gear Up
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ