Advertisment

ଅମିର ଖାନ୍‌ଙ୍କ ବିଜ୍ଞାପନକୁ ନେଇ ଆପତ୍ତି ଆଣିଲେ ବିଜେପି ସାଂସଦ, କହିଲେ କିଛି ଏମିତି…

ଆମିର ଖାନ୍‌ଙ୍କ ବିଜ୍ଞାପନକୁ ନେଇ ଉଠିଛି ବିବାଦ । ନିକଟରେ ବଲିଉଡ ଅଭିନେତା ଅମିର ଖାନ୍‌ ଏକ ବିଜ୍ଞାପନରେ ନଜର ଆସିଥିଲେ । ଟାୟାର କମ୍ପାନୀ ସିଏଟ୍ ଲିମିଟେଡ୍‌ର ଦ୍ୱାରା ପ୍ରକାଶିତ ଏହି ବିଜ୍ଞାପନକୁ ନେଇ ବିଜେପି ସାଂସଦ ଅନନ୍ତ କୁମାର ହେଗଡେ ଆପତ୍ତି ଉଠାଇଛନ୍ତି ।

ଅଦ୍ୟତନ ହୋଇଛି
An advertisement featuring aamir khan has created unrest among hindus bjp mp anantkumar

An advertisement featuring aamir khan has created unrest among hindus bjp mp anantkumar

Advertisment

ନୂଆଦିଲ୍ଲୀ: ଆମିର ଖାନ୍‌ଙ୍କ ବିଜ୍ଞାପନକୁ ନେଇ ଉଠିଛି ବିବାଦ । ନିକଟରେ ବଲିଉଡ ଅଭିନେତା ଅମିର ଖାନ୍‌ ଏକ ବିଜ୍ଞାପନରେ ନଜର ଆସିଥିଲେ । ଟାୟାର କମ୍ପାନୀ ସିଏଟ୍ ଲିମିଟେଡ୍‌ର ଦ୍ୱାରା ପ୍ରକାଶିତ ଏହି ବିଜ୍ଞାପନକୁ ନେଇ ବିଜେପି ସାଂସଦ ଅନନ୍ତ କୁମାର ହେଗଡେ ଆପତ୍ତି ଉଠାଇଛନ୍ତି ।

Advertisment

ଅମିର୍‌ ଖାନ୍‌ଙ୍କ ଏହି ବିଜ୍ଞାପନରେ ଲୋକମାନଙ୍କୁ ରାସ୍ତାଘାଟରେ ବାଣ ନ ଫୁଟାଇବାକୁ ପରାମର୍ଶ ଦେଇଛନ୍ତି । ଯାହାକୁ ନେଇ ବିଜେପି ସାଂସଦ ଅନନ୍ତ କୁମାର ହେଗଡେ କହିଛନ୍ତି, ‘ନମାଜ୍‌ ନାଁରେ ରାସ୍ତାଘାଟ ଅବରୋଧ କରିବା ସହ ନମାଜ ପାଠ ସମୟରେ ମସ୍‌ଜିତ୍‌ରୁ ଆସୁଥିବା ଶଦ୍ଦ ଦ୍ୱାରା ଲୋକମାନେ ନାନା ପ୍ରକାରର ସୁବିଧାର ସମ୍ମୁଖୀନ ହେଉଛନ୍ତି ।ତେଣୁ ଏହି ସମସ୍ୟାକୁ  ସମାଧାନ କରିବା ଉଚିତ୍‌’ । ହେଗଡେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନନ୍ତ ବର୍ଦ୍ଧନ ଗୋଏଙ୍କାଙ୍କୁ ଏନେଇ ଏକ ଚିଠି ଲେଖିଛନ୍ତି ।

ଉକ୍ତ ଚିଠିରେ ସେ ଲେଖିଛନ୍ତି ଯେ, ‘ଆପଣଙ୍କ ବିଜ୍ଞାପନରେ ଆମିର ଖାନ୍‌ ଲୋକମାନଙ୍କୁ ରାସ୍ତାଘାଟରେ ବାଣ ଫୁଟାଇବାକୁ ମନା କରିବା ପରାମର୍ଶ ଦେଇଛନ୍ତି । ଏହା ଏକ ଉତ୍ତମ ବାର୍ତ୍ତା ଅଟେ । ହେଲେ ସର୍ବସାଧାରଣରେ ଆଉ ଏକ ସମସ୍ୟା ମଧ୍ୟ ରହିଛି ଯାହା ଉପରେ ଦୃଷ୍ଟି ଦେବା ନିହାତି ଆବଶ୍ୟକ ଅଟେ । ଏହି ପରିପ୍ରେକ୍ଷୀରେ ଲୋକମାନେ ସମ୍ମୁଖୀନ କରୁଥିବା ଅନ୍ୟ ଏକ ସମସ୍ୟାକୁ ସମାଧାନ କରିବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଯେଉଁଥିରେ ପ୍ରତି ଶୁକ୍ରବାର ଓ ଅନ୍ୟ ପାର୍ବଣରେ ନମାଜ ନାମରେ ମୁସଲ୍‌ମାନ ସଂମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା ଟ୍ରାଫିକ୍‌ ଜାମ୍‌ ହୋଇଥାଏ ।

Advertisment

ଗତ ଅକ୍ଟୋବର ମାସ ୧୪ ତାରିଖରେ ଲେଖିଥିବା ଏହି ଚିଠିରେ ସାସଂଦ ଆହୁରି ମଧ୍ୟ ଲେଖିଛନ୍ତି, ଯେ ବ୍ୟସ୍ତ ବହୁଳ ରାସ୍ତାରେ ମୁସଲ୍‌ମାନ୍‌ ସଂମ୍ପ୍ରଦାୟର ଲୋକମାନେ ନମାଜ ପାଠ କରିଥାନ୍ତି, ଯାହା ଫଳରେ ଜନସାଧାରଣ ତଥା ଆମ୍ୱୁଲେନ୍ସ ଓ ଅଗ୍ନିଶମ ବିଭାଗ ଭଳି ଜରୁରୀ ସେବାମାନେ ମଧ୍ୟ ପ୍ରଭାବିତ ହୋଇଥାନ୍ତି । ଦେଶରେ ନମାଜ୍‌ପାଠ ସମୟରେ ଲାଉଡ ସ୍ପିକର ମଧ୍ୟ ବହୁତ ଶବ୍ଦ ସୃଷ୍ଟି କରୁଛି। ତେଣୁ ସେ ଗୋଏଙ୍କାଙ୍କୁ କମ୍ପାନୀର ବିଜ୍ଞାପନରେ ଶବ୍ଦ ପ୍ରଦୂଷଣ ପ୍ରସଙ୍ଗ ଉଠାଇବାକୁ ମଧ୍ୟ କହିଛନ୍ତି । କାରଣ ଏହି ଶଦ୍ଦ ବିଭିନ୍ନ ରୋଗରେ ପୀଡିତ ଲୋକମାନଙ୍କ ପାଇଁ, ବିଭିନ୍ନ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଏବଂ ଶ୍ରେଣୀଗୃହରେ ଶିକ୍ଷାଦାନ କରୁଥିବା ଲୋକମାନଙ୍କ ପାଇଁ ଏହା ବହୁତ ବାଧା ସୃଷ୍ଟି କରୁଛି । କେବଳ ଏତିକି ନୁହେଁ ଆହୁରି ମଧ୍ୟ ଲୋକମାନେ ଅଛନ୍ତି ଯେଉଁମାନେ ଏହି ସମାନ ସମସ୍ୟାକୁ ସମ୍ମୁଖୀନ କରୁଛନ୍ତି ।

Advertisment

ଜନସାଧାରଣ ସମ୍ମୁଖୀନ ହେଉଥିବା ଏହି ସମସ୍ୟା ପ୍ରତି ଆପଣ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଆପଣ ମଧ୍ୟ ହିନ୍ଦୁ ସମ୍ପ୍ରଦାୟର ଅଟନ୍ତି, ତେଣୁ ବହୁ ବର୍ଷ ଧରି ହିନ୍ଦୁମାନେ ସହୁ ଥିବା ଭେଦଭାବକୁ ବୁଝିବା ସହ ଏହାକୁ ଅନୁଭବ କରିପାରିବେ । 'ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ସମସ୍ୟାର ଶୀଘ୍ର ସମାଧାନ କରନ୍ତୁ । ମୁଁ ଆଶା କରୁଛି ଯେ, ଆଗାମୀ ଦିନରେ ଆପଣଙ୍କ କମ୍ପାନୀ ହିନ୍ଦୁ ସମ୍ପ୍ରଦାୟର ଲୋକମାନଙ୍କ ଚିନ୍ତାଧାରାକୁ ସମ୍ମାନ ଦେବ ।

Aamir Khan Anantkumar Hegde
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ