Advertisment

ଅମ୍ରିତପାଲ୍ ସିଂ ସମ୍ପର୍କରେ ଚାଞ୍ଚଲ୍ୟକର ଖୁଲାସା :ଲୋକପ୍ରିୟତା ସାଉଁଟିବାକୁ କରିଥିଲା କସ୍ମେଟିକ ସର୍ଜରୀ !

ଖଲିସ୍ତାନ ସମର୍ଥକ, ପଳାତକ, ବହୁରୂପୀ । ଭିଣ୍ଡରନୱାଲେ ଭଳି ଦିଶିବାକୁ କରିଥିଲା ଅସ୍ତ୍ରୋପଚାର!

Amritpal Singh

Amritpal Singh

Advertisment

ପଳାତକ ଖଲିସ୍ତାନ ସମର୍ଥକ ଅମ୍ରିତପାଲ ସିଂକୁ ଧରିବାକୁ ପଂଜାବରେ ପୋଲିସ ପକ୍ଷରୁ ଛାନଭିନ୍ ଚାଲିଥିବା ବେଳେ ତାର ରୂପକୁ ନେଇ ଚର୍ଚ୍ଚା । ଏପରିକି ଭାରତକୁ ଆସିବା ପୂର୍ବରୁ ସେ ଜର୍ଜିଆରେ କସମେଟିକ ସର୍ଜରୀ କରିଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖଲିସ୍ତାନୀ ନେତା ଜର୍ଣ୍ଣେଲ ସିଂ ଭିଣ୍ଡରନୱାଲେ ଭଳି ଦେଖାଯିବାକୁ ଏଭଳି ରୂପ ବଦଳେଇ ସମର୍ଥନ ହାତେଇବାକୁ ଚଂଚକତା କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆଉ ଏବେ ମଧ୍ୟ ପୋଲିସ ଆଖିରେ ଧୂଳିଦେବାକୁ ସେ ବହୁରୂପୀ ପାଲଟିଥିବା ବିଭିନ୍ନ ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି ।...

Advertisment

ନିଜକୁ ଲୋକଙ୍କ ନିକଟରେ ଅଧିକ ପ୍ରସିଦ୍ଧି କରିବାକୁ ପୋଷାକ ନୁହେଁ, ପୂରାପୂରି ରୂପ ବଦଳାଇଦେଇଥିଲା ଅମ୍ରିତପାଲ୍ । ଜଣାପଡ଼ିଛି, ଜର୍ଣ୍ଣେଲ ସିଂ ଭିଣ୍ଡରନୱାଲେ ଭଳି ଦେଖାଯିବା ପାଇଁ ସେ କରାଇଥିଲା ପ୍ଲାଷ୍ଟିକ ସର୍ଜରୀ । ଅମ୍ରିତପାଲର ୮ଜଣ ପ୍ରମୁଖ ସହଯୋଗୀଙ୍କୁ ପୋଲିସ ଗୁଡ଼ାଇତୁଡ଼ାଇ ଜେରା କରିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

ଭାରତ ଆସିବା ପୂର୍ବରୁ ଅମ୍ରିତପାଲ ସିଂ କସମେଟିକ୍ ସର୍ଜରୀ କରି ରୂପ ବଦଳାଇଥିବା ଗୁଇନ୍ଦା ସୂତ୍ରରୁ ଜଣାପଡିଛି । ଅପରେସନ ବ୍ଲୁ ଷ୍ଟାରରେ ମୃତ ଖଲିସ୍ତାନୀ ନେତା ଜର୍ଣ୍ଣେଲ ସିଂ ଭିଣ୍ଡରନୱାଲେ ଭଳି ଦେଖାଯିବା ପାଇଁ ସେ ଜର୍ଜିଆରେ ଏଭଳି ଚଂଚକତା କରିଥିଲା । ଏପରିକି ସେଠାରେ ସେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ଠାରୁ ତାଲିମ ନେଇଥିଲା ବୋଲି ଚର୍ଚ୍ଚା ହେଉଛି ।...

Advertisment

ଖଲିସ୍ତାନ ଆନ୍ଦୋଳନର ସମର୍ଥକ ଅମ୍ରିତପାଲ ସିଂ ଭାରତ ଆସିବା ପୂର୍ବରୁ ଦୁବାଇରେ ଟ୍ରକ୍ ଡ୍ରାଇଭର ଭାବେ କାମ କରୁଥିଲା । ସୋସିଆଲ ମିଡିଆରେ ସେ ବେଶ ସକ୍ରିୟ ଥିଲା । କିନ୍ତୁ ଏହାକୁ ପସନ୍ଦ କରି ନଥିଲେ ୱାରିସ ପଂଜାବ ଦେ ପ୍ରତିଷ୍ଠାତା ତଥା ତତ୍କାଳୀନ ମୁଖ୍ୟ ଦୀପ ସିଦ୍ଧୁ । ଅମ୍ରିତପାଲର ଖଲିସ୍ତାନ ଆନ୍ଦୋଳନ ପ୍ରତି ସମର୍ଥନ ଥିବାରୁ ତା ନମ୍ବରକୁ ବ୍ଲକ କରାଯାଇଥିଲା । କିନ୍ତୁ ଦୀପ ସିଦ୍ଧୁଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ଅମ୍ରିତପାଲ ସିଂ ଭାରତ ଭେରିବା ସହିତ ନିଜକୁ ୱାରିସ ପଂଜାବ ଦେ'ର ମୁଖ୍ୟ ବୋଲି ଦାବି କରିଥିଲା ।

ଏନେଇ ସୋସିଆଲ ମିଡିଆରେ ଘୋଷଣା ସହ ନିଜର କର୍ତ୍ତତ୍ବ ଜାହିର କରିବାକୁ ଭାରତରେ ପହଞ୍ଚିଥିଲା। ଏଠାରେ ପହଞ୍ଚିବା ପରେ ସେ ନିଜକୁ ଖଲିସ୍ତାନୀ ନେତା ଭିଣ୍ଡରନୱାଲେ ଭଳି ସଜାଇଥିଲା । ନିଜର ପୋଷାକପତ୍ର ସେଭଳି ଢଙ୍ଗରେ ପିନ୍ଧୁଥିଲା । ଆଉ ସାଥିରେ ରଖିଥିଲା କିଛି ସଶସ୍ତ୍ର ଯୁବକ । ନିଜକୁ ଭିଣ୍ଡରନୱାଲେ 2.0 ବୋଲି ସେ ନିଜର ସମର୍ଥକମାନଙ୍କୁ ଦର୍ଶାଇବାକୁ ଚାହିଁଥିଲା ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।....

Advertisment

ଅମ୍ରିତପାଲକୁ ଧରିବାକୁ ପଂଜାବର ବିଭିନ୍ନ ସ୍ଥାନରେ ପୋଲିସ ପଇଁତରା ମାରୁଥିବା ବେଳେ ଏବେ ଖୋଲାଖୋଲି ଚ୍ୟାଲେଂଜ ଦେଇଛି । ସରବତ୍ ଖାଲସା ଆୟୋଜନ ପାଇଁ ପ୍ରସ୍ତାବ ସହ ଚଳିତ ମାସ ଶେଷ ଆଡକୁ ଶିଖମାନଙ୍କୁ ଏକାଠି କରିବାକୁ ସେ ଯୋଜନା କରୁଥିବା ଜଣାପଡିବା ପରେ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ଏପ୍ରିଲ ୧୪ ପର୍ଯ୍ୟନ୍ତ ପଂଜାବରେ ସବୁ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ...

Surgery
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ