Advertisment

Air India: ବିମାନକୁ ବୋମା ଧମକ ପରେ ସିଟ୍‌ରୁ ମିଳିଲା ଗୁଳି ପ୍ୟାକେଟ୍

ବିମାନ ଯାତ୍ରାକୁ ନେଇ ଏବେ ଚିନ୍ତା ବଢିଛି। କେତେବେଳେ ବିମାନକୁ ବୋମା ଧମକ ମିଳୁଛି ତ ଆଉ କେତେବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏମର୍ଜେନ୍ସି ଲ୍ୟାଣ୍ଡିଂ ହେଉଛି। ଏହାରି ଭିତରେ ପୁଣି ଏକ ଖବର ସାମନାକୁ ଆସିଛି।

ଅଦ୍ୟତନ ହୋଇଛି
 Ammunition Cartridge Found On Air India

Ammunition Cartridge Found On Air India

Advertisment

ବିମାନ ଯାତ୍ରାକୁ ନେଇ ଏବେ ଚିନ୍ତା ବଢିଛି। କେତେବେଳେ ବିମାନକୁ ବୋମା ଧମକ ମିଳୁଛି ତ ଆଉ କେତେବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏମର୍ଜେନ୍ସି ଲ୍ୟାଣ୍ଡିଂ ହେଉଛି। ଏହାରି ଭିତରେ ପୁଣି ଏକ ଖବର ସାମନାକୁ ଆସିଛି। ଦୁବାଇରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନରୁ ଗୁଳି ପ୍ୟାକେଟ୍ ବା କାର୍ଟ୍ରିଜ୍ (cartridge) ଜବତ ହୋଇଛି। ତେବେ ଫ୍ଲାଇଟ୍‌ରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

Advertisment

ଏୟାର ଇଣ୍ଡିଆର ମୁଖପାତ୍ରଙ୍କ ସୂଚନା ଅନୁସାରେ, ଅକ୍ଟୋବର ୨୭ ତାରିଖରେ ଏହି ଘଟଣା ଘଟିଥିଲା। ଦୁବାଇରୁ ଏୟାର ଇଣ୍ଡିଆ ବିମାନ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା। ପରେ ଏହା ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା। ଏହାପରେ AI916 ର ସିଟ୍ ପକେଟରୁ ଏକ ଗୁଳି ପ୍ୟାକେଟ୍ (Ammunition cartridge) ମିଳିଥିଲା।

ଏୟାର ଇଣ୍ଡିଆ ଦ୍ୱାରା ଦିଆଯାଇଥିବା ସୁରକ୍ଷା ପ୍ରୋଟୋକଲକୁ କଡାକଡି ପାଳନ କରିବା ପରେ ତୁରନ୍ତ ବିମାନବନ୍ଦର ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା। ଅଧିକାରୀଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଉଛି। ଏୟାର ଇଣ୍ଡିଆ ନିଜ ବିବୃତ୍ତିରେ କହିଛି ଯେ ଏୟାର ଇଣ୍ଡିଆ ପାଇଁ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ହେଉଛି ପ୍ରାଥମିକତା।

Advertisment

କ’ଣ ଏହି କାର୍ଟ୍ରିଜ୍?

ସାଧାରଣତଃ ଧାତୁରେ ନିର୍ମିତ ଏକ କାର୍ଟ୍ରିଜ୍, ଗୋଲାକାର କିମ୍ବା ଶେଲ୍ ଭାବରେ ଜଣାଶୁଣା। ଏକ ପ୍ରକାରର ପୂର୍ବ-ଏକତ୍ରିତ ଗୁଳି ପ୍ୟାକେଜିଂ (ବୁଲେଟ୍), ପ୍ରୋପେଲାଣ୍ଟ ଏବଂ ପ୍ରାଇମର୍ । କାର୍ଟ୍ରିଜଗୁଡିକ ବନ୍ଧୁକରୁ ଗୁଳି ଚଳାଇବା ପାଇଁ ଡିଜାଇନ୍ କରାଯାଇଛି ଏବଂ ସୁରକ୍ଷା ଦୃଷ୍ଟିରୁ ବିମାନରେ ସେଗୁଡିକ ନେବା ସଂପୂର୍ଣ୍ଣ ନିଷେଧ।

ତେବେ ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ବୋମା ବିମାନ ପ୍ରତି ନକଲି ଧମକ ସାମ୍ନାକୁ ଆସୁଛି। ଗତ ୧୫ରୁ ୨୦ ଦିନ ମଧ୍ୟରେ, ୫୦୦ ରୁ ଅଧିକ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନରେ ବୋମା ଧମକ ମିଳିଥିଲା ​​ଯାହା ପରବର୍ତ୍ତୀ ସମୟରେ ଫେକ୍ ବୋଲି ପ୍ରମାଣିତ ହୋଇଥିଲା ।

Advertisment
Air India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ