Advertisment

ସାବଧାନ ! ଏବେ ବି ଦେଶରେ ଡେଲ୍‌ଟା ଭାରିଆଣ୍ଟ ସକ୍ରିୟ ରହିଛି

ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଦେଶରେ ଏବେ ବି ଡେଲ୍‌ଟା ଭାରିଆଣ୍ଟ ସକ୍ରିୟ ଥିବା ନ୍ୟାସନାଲ ସେଣ୍ଟର ଫର୍‌ ଡିଜିଜ୍ କଣ୍ଟ୍ରୋଲ(NCDC) ପକ୍ଷରୁ ସୂଚନା ଦିଆଯାଇଛି।

undefined

Coronavirus

Advertisment

ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିନୋମ୍‌ ସିକ୍ୱେନସିଂ ହେଉଥିବା ୭୫ ପ୍ରତିଶତଙ୍କ ଠାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହେଉଛି। କିନ୍ତୁ ଦେଶରେ ଏବେ ବି ଡେଲ୍‌ଟା ଭାରିଆଣ୍ଟ ସକ୍ରିୟ ଥିବା ନ୍ୟାସନାଲ ସେଣ୍ଟର ଫର୍‌ ଡିଜିଜ୍ କଣ୍ଟ୍ରୋଲ(NCDC) ପକ୍ଷରୁ ସୂଚନା ଦିଆଯାଇଛି।   

Advertisment

ଓଡ଼ିଶା ସମେତ ପଶ୍ଚିମବଙ୍ଗ, ମହାରାଷ୍ଟ୍ରରେ ଡେଲ୍‌ଟା ଭାରିଆଣ୍ଟ ଚିହ୍ନଟ କରାଯାଉଛି। କରୋନାର ଦ୍ୱିତୀୟ ଲହରରେ ଡେଲ୍‌ଟା ଭାରିଆଣ୍ଟ ଘାତକ ସାବ୍ୟସ୍ତ ହୋଇଥିଲା। ଅଧିକାଂଶ ଲୋକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ରୋଗୀମାନେ ଗୁରୁତର ହୋଇପଡିଥିଲେ। ଏଥିଯୋଗୁ ହସ୍ପିଟାଲରେ ରୋଗୀ ସଂଖ୍ୟା ମଧ୍ୟ ବଢିଥିଲା।  

ଅନ୍ୟପକ୍ଷେ, ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୧ ହଜାର ୨୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ଚିନ୍ତାର କାରଣ ପାଲଟିଛି। ଦେଶରେ ଦୈନିକ ପଜିଟିଭିଟି ହାର ୧୫.୮୮% ରହିଛି।

Advertisment

ଦେଶରେ ଆଉ ୬୨୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା  ୪ ଲକ୍ଷ ୯୨ ହଜାର ୩୨୭ରେ ପହଞ୍ଚିଛି। ଦେଶରେ ଏବେ କରୋନା ଆକ୍ଟିଭ୍‌ କେସ୍‌-୨୧,୦୫,୬୧୧ ଥିବାବେଳେ ୩ କୋଟି ୮୦ ଲକ୍ଷ ୨୪ ହଜାର ୭୭୧ ଜଣ ସୁସ୍ଥ ହେଲେଣି। ସେହିପରି ୧,୬୪,୪୪,୭୩,୨୧୬ ଜଣଙ୍କ ଟିକାକରଣ ସରିଲାଣି। 

ଓମିକ୍ରନ୍‌ ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା କଟକଣା ଅବଧିକୁ ବୃଦ୍ଧି କରାଯାଇଛି। ଫେବୃଆରୀ ୨୮ ପର୍ଯ୍ୟନ୍ତ କରୋନା କଟକଣାକୁ ବୃଦ୍ଧି କରାଯାଇଛି।  ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଚିଠି କରି ଜଣାଇଛନ୍ତି।  

Advertisment
Coronavirus Delta Variant Omicron
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ