Advertisment

ହୋଟେଲ୍‌ରେ ବାସନ ମାଜୁଛି ମାଙ୍କଡ; ଦେଖନ୍ତୁ ଭିଡିଓ...

ଅବିକଳ ମଣିଷ ପରି ବାସନ ମାଜୁଛି ମାଙ୍କଡ । ଉତ୍ତର ପ୍ରଦେଶର ଆମେଥୀ ଜିଲ୍ଲାରେ ଏକ ମାଙ୍କଡଟି ହୋଟେଲ୍‌ ବାହାରେ ରଖାଯାଇଥିବା ବାସନକୁ ମାଜିବାର ଲାଗିଛି । ଏହି ଦୃଶ୍ୟକୁ ଦେଖି ପାଖ ଆଖରେ ଉପସ୍ଥିତ ଥିବା ଲୋକମାନେ ତାଜୁବ୍ ହୋଇଗଲେ ।

ଅଦ୍ୟତନ ହୋଇଛି
Moneky wash utensils in hotel of amethi video viral

Moneky wash utensils in hotel of amethi video viral

Advertisment

ଲକ୍ଷ୍ନୌ: ଅବିକଳ ମଣିଷ ପରି ବାସନ ମାଜୁଛି ମାଙ୍କଡ । ଉତ୍ତର ପ୍ରଦେଶର ଆମେଥୀ ଜିଲ୍ଲାରେ ଏକ ମାଙ୍କଡଟି ହୋଟେଲ୍‌ ବାହାରେ ରଖାଯାଇଥିବା ବାସନକୁ ମାଜିବାର ଲାଗିଛି । ଏହି ଦୃଶ୍ୟକୁ ଦେଖି ପାଖ ଆଖରେ ଉପସ୍ଥିତ ଥିବା ଲୋକମାନେ ତାଜୁବ୍ ହୋଇଗଲେ । କେବଳ ଏତିକି ନୁହେଁ ଦୃଶ୍ୟକୁ ଦେଖିବାକୁ ହୋଟେଲ୍‌ ପାଖରେ ଭିଡ ମଧ୍ୟ ଜମିଥିଲା । ଏପରି କି ଅନେକ ଲୋକ ଏହି ବିଚିତ୍ର ଦୃଶ୍ୟକୁ ନିଜ କ୍ୟାମେରାରେ ମଧ୍ୟ କଏଦ୍‌ କରିଦେଇଛନ୍ତି । ଯାହା ଏବେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି ।

Advertisment

୧ ମିନିଟ୍ ୦୪ ସେକେଣ୍ଡର ଏହି ଭିଡିଓରେ, ମାଙ୍କଡ଼ଟି ପୁରା ମଣିଷ ପରି ବାସନ ମାଜିବାରେ ଲାଗିପଡିଛି । ନିକଟରେ ଥିବା ଦୋକାନୀମାନେ ମଧ୍ୟ ଅହି ଦୃଶ୍ୟ ଦେଖିବାକୁ ଧାଇଁ ଆସିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଜଣେ ଦୋକାନୀ ମାଙ୍କଡ଼ର ଏହି ନିଆରା ଦୃଶ୍ୟକୁ ନିଜ ଫୋନ୍‌ କ୍ୟାମେରାରେ କଏଦ କରି ଭିଡିଓଟିକୁ ସୋସିଆଲ୍‌ ମିଡିଆରେ ଭାଇରାଲ କରିଥିଲେ ।

  • ଦେଖନ୍ତୁ ଭିଡିଓ
Advertisment

ସୂଚନା ଅନୁସାରେ,ଉତ୍ତରପ୍ରଦେଶର ଆମେଥି ଜିଲ୍ଲାରେ ଅବସ୍ଥିତ ବଜାରସୁକୁଲର ଗିରିଧାରୀ ମର୍ଯ୍ୟ ହୋଟେଲକୁ ଗତକାଲି ହଠାତ୍ ଏକ ମାଙ୍କଡ ଆସିଥିଲା । ହୋଟେଲ ବାହାରେ ଥିବା ଏକ ହ୍ୟାଣ୍ଡ ପମ୍ପ ନିକଟରେ ଧୋଇବା ପାଇଁ ଏକ କଢେଇ ଏବଂ ଅନ୍ୟ କିଛି ବାସନକୁ ରଖାଯାଇଥିଲା । ମାଙ୍କଡଟି ବାସନ ପାଖରେ ପହଞ୍ଚି ସଫା କରିବା ଆରମ୍ଭ କରିଦେଇଥିଲା । ସେ ନିଜ ହିସାବରେ ବାସନଗୁଡିକୁ ସଫା କରିବାପରେ ସେସବୁକୁ ଅଲଗା ଅଲଗା ରଖୁଥିଲା ।

Advertisment

ଘଟଣାକୁ ଦେଖି ହୋଟେଲ୍‌ ମାଲିକ ଗିରିଧାରୀ ଲାଲ ମର୍ଯ୍ୟ ସେଠାରେ ପହଞ୍ଚି ମାଙ୍କଡଟିକୁ ଖାଇବା ଜିନିଷ ଦେଇଥିଲେ । ହେଲେ ମାଙ୍କଡ କୌଣସି ଖାଦ୍ୟ ପଦାର୍ଥକୁ ଛୁଇଁ ବି ନଥିଲା । ସେଠାରେ ରଖାଯାଇଥିବା ସବୁ ବାସନକୁ ମାଜିସାରିବା ପରେ ହିଁ ମାଙ୍କଡ ସେହି ଖାଦ୍ୟକୁ ଖାଇଥିଲା । ଖାଦ୍ୟ ଖାଇବା ପରେ ମାଙ୍କଡ଼ ସେଠାରୁ ଚାଲିଯାଇଥିଲା । ମାଙ୍କଡଟିର ଏହି ଆଶ୍ଚର୍ଯ୍ୟଦାୟକ କାର୍ଯ୍ୟକଳାପ ପାଇଁ ପାଖଆଖ ଅଞ୍ଚଳରେ ଘଟଣାକୁ ନେଇ ଦ୍ରୁତ ଗତିରେ ଚର୍ଚ୍ଚା ଜାରି ରହିଛି ।

Uttar Pradesh Monkey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ