Advertisment

ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଲେ ଛାତ୍ର, ସଫେଇ ଦେଇ କହିଲେ- ‘ନିଦରେ ଥିଲି, ପରିସ୍ରା କରିଦେଲି’

ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ଜଣେ ଯାତ୍ରୀ ଅନ୍ୟ ଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିବା ଜଣାପଡ଼ିଛି। ନିଶାସକ୍ତ ଅବସ୍ଥାରେ ଥିବା ଏହି ଯାତ୍ରୀଙ୍କୁ ପୋଲିସ୍‌ ହେପାଜତକୁ ନେଇ ପଚରାଉଚରା ଚଳାଇଛି।

American Airlines Bans Indian Student For Peeing On Co-Passenger

American Airlines Bans Indian Student For Peeing On Co-Passenger

Advertisment

ଗତ କିଛିମାସ ମଧ୍ୟରେ ବିମାନରେ ସହଯାତ୍ରୀଙ୍କ ସହ ଅସଦାଚରଣର ଅନେକ ଘଟଣା ସାମ୍ନାକୁ ଆସିଛି। ବିମାନ ଭିତରେ କିଏ କାହା ଉପର ହାତ ଉଠାଇଲାଣି ତ ଆଉ କିଏ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଲାଣି। ତେବେ ଏୟାର ଇଣ୍ଡିଆ ବିମାନରେ ମହିଳା ଯାତ୍ରୀଙ୍କ ଉପରେ ଜଣେ ସହାଯାତ୍ରୀ ପରିସ୍ରା କରିବା ଘଟଣା ଖାଲି ଦେଶରେ ନୁହେଁ, ବରଂ ବିଦେଶରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ଜଣେ ଯାତ୍ରୀ ଅନ୍ୟ ଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିବା ଜଣାପଡ଼ିଛି। ନିଶାସକ୍ତ ଅବସ୍ଥାରେ ଥିବା ଏହି ଯାତ୍ରୀଙ୍କୁ ପୋଲିସ୍‌ ହେପାଜତକୁ ନେଇ ପଚରାଉଚରା ଚଳାଇଛି। ଏନେଇ ଦିଲ୍ଲୀ ପୋଲିସ୍‌ ବୟାନ ଜାରି କରି କହିଛି, ଅଭିଯୋଗ ମିଳିବା ପରେ ପୋଲିସ୍‌ ମାମଲାର ଯାଞ୍ଚ ଚଳାଇଛି।

Advertisment

ଆମେରିକାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା ବିମାନ...  

ଆମରିକୀୟ ଏୟାରଲାଇନ୍ସର AA292 ବିମାନ ନ୍ୟୁୟର୍କରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବାରେ ଏହି ଘଟଣା ଘଟିଛି। ଯେଉଁ ଯାତ୍ରୀ ଜଣକ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଛନ୍ତି ତାଙ୍କ ନାଁ ଆର୍ଯ୍ୟ ଭୋହରା(୨୧)। ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଳ୍ୟାଣ୍ଡିଂ କରିବା କ୍ଷଣି ତାଙ୍କୁ   ତୁରନ୍ତ ହେପାଜତକୁ ନିଯାଇଥିଲା। ପଚରାଉଚରା ବେଳେ ସେ କହିଥିଲେ, ଯେଉଁ ସମୟରେ ଏହି ଘଟଣା ଘଟିଥିଲା ସେହି ସମୟରେ ସେ ନିଦରେ ଥିଲେ। ତେଣୁ ତାଙ୍କର କଛି ମନେ ନଥିବା ଆର୍ଯ୍ୟ କହିଛନ୍ତି।

ନିଶାସକ୍ତ ଅବସ୍ଥାରେ କରିଦେଲେ ଏମିତି ଭୁଲ୍...

ଦିଲ୍ଲୀ ପୋଲିସ୍‌ ସୂଚନା ଅନୁସାରେ, ଆମରିକୀୟ ଏୟାରଲାଇନ୍ସର ଏହି ବିମାନ ଶୁକ୍ରବାର ରାତି ୯ଟା ୧୬ରେ ଉଡ଼ାଣ ଭରି ଥିଲା। ୧୪ ଘଣ୍ଟା ୨୬ ମିନିଟ୍‌ ପରେ ଶନିବାର ସକାଳ ୧୦ଟା ୧୨ ମିନିଟ୍‌ରେ ଦିଲ୍ଲୀ ଏୟାରପୋର୍ଟରେ ବିମାନ ଲ୍ୟାଣ୍ଡିଂ କରିଥିଲା। ଆର୍ଯ୍ୟ ଭୋହରା ଆମେରିକାର ଏକ ୟୁନିଭର୍ସିଟିର ଛାତ୍ର ଓ ନିଶାସକ୍ତ ଅବସ୍ଥାରେ ଶୋଇ ଥିବାବେଳେ ସେ ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିଲେ। ସେ ଆମେରିକାରେ ପାଠପଢ଼ୁ ଥିବାବେଳେ ଦିଲ୍ଲୀର ଡିଫେନ୍ସ କଲୋନୀରେ ତାଙ୍କ ଘର। ବିମାନ ଭିତରେ ତାଙ୍କର ଏଭଳି ବ୍ୟବହାର ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ ଆମରିକୀୟ ଏୟାରଲାଇନ୍‌ ପକ୍ଷରୁ ତାଙ୍କୁ ବ୍ୟାନ୍‌ କରାଯାଇଛି।

Advertisment

ଭୁଲ୍‌ ପରେ ଦେଲେ ଏମିତି ସଫେଇ...

ଆର୍ଯ୍ୟଙ୍କ କହିବା ଅନୁସାରେ, ଜାଣିଶୁଣି ସେ ଏଭଳି କରି ନାହାନ୍ତି। ନିଦରେ ଥିବାବେଳେ ସେ ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିଲେ। ଏହାପରେ ସହଯାତ୍ରୀ ଏନେଇ ଫ୍ଲାଇଟ୍‌ ଷ୍ଟାଫ୍‌ଙ୍କୁ ଅଭିଯୋଗ କରିଥିଲେ। ଏୟାରଲାଇନ୍‌ ଘଟଣାକୁ ଗୁରୁତ୍ୱର ସହ ନେଇ ଆଇଜିଆଇ ଏୟାରପୋର୍ଟ ଟ୍ରାଫିକ କଣ୍ଟ୍ରୋଲକୁ ଏସମ୍ପର୍କରେ ସୂଚନା ଦେଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ