Advertisment

ଆମେରିକାରୁ ମୋଦି ଆଣିଲେ ୧୫୭ଟି ପ୍ରାଚୀନ କଳାକୃତି

ଆମେରିକାରୁ ନିଜ ମାଟିର ଐତିହାସିକ ମୂର୍ତ୍ତିକୁ ଫେରାଇ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ଗସ୍ତ ସାରି ଭାରତ ଫେରିବା ବେଳେ ମୋଦି ୧୫୭ଟି ପୁରାତନ ଓ ଐତିହାସିକ ଉପହାର ନେଇ ଆସିଛନ୍ତି । ଯାହା ବହୁ ବର୍ଷ ଧରି ଭିନ୍ନ ଭିନ୍ନ ଉପାୟରେ ଭାରତଠାରୁ ଛଡାଇ ନିଆଯାଇଥିଲା

ଅଦ୍ୟତନ ହୋଇଛି
America 157 Artefacts Antiquities Were Handed Over By Us During Pm Narendra Modi

America 157 Artefacts Antiquities Were Handed Over By Us During Pm Narendra Modi

Advertisment

ନୂଆଦିଲ୍ଲୀ: ଆମେରିକାରୁ ନିଜ ମାଟିର ଐତିହାସିକ ମୂର୍ତ୍ତିକୁ ଫେରାଇ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ଗସ୍ତ ସାରି ଭାରତ ଫେରିବା ବେଳେ ମୋଦି ୧୫୭ଟି ପୁରାତନ ଓ ଐତିହାସିକ ଉପହାର ନେଇ ଆସିଛନ୍ତି । ଯାହା ବହୁ ବର୍ଷ ଧରି ଭିନ୍ନ ଭିନ୍ନ ଉପାୟରେ ଭାରତଠାରୁ ଛଡାଇ ନିଆଯାଇଥିଲା । ଏଥିମଧ୍ୟରେ ଏକାଦଶ ଶତାବ୍ବୀର ବୌଦ୍ଧ ମୂର୍ତ୍ତି, ଜୈନ କଳାକୃତି ମୂର୍ତ୍ତି ଓ ପୁସ୍ତକ, ଦ୍ୱାଦଶ ଶତାଦ୍ଦୀର ବ୍ରୋଞ୍ଜ ନଟରାଜ ମୂର୍ତ୍ତି ଆଦି ରହିଛି । ଏହାସହ ଏଥିରେ ତିନିଟି ବ୍ରହ୍ମା ମୂର୍ତ୍ତି, ସୂର୍ଯ୍ୟ ରଥ, ଶିବ, ବିଷ୍ଣୁ, ନୃତରତ ଗଣେଶଙ୍କ ପୁରାତନ ମୂର୍ତ୍ତି ବି ରହିଛି । ‌ଏଥିରେ ଅଷ୍ଟାଦଶ ଶତାବ୍ବୀର ୫୬ ଟି ଟେରାକୋଟା କାରୁକାର୍ଯ୍ୟ ବିଶିଷ୍ଟ କଳାକୃତି ମଧ୍ୟ ରହିଛି । ସୂଚନା ମୁତାବକ, ମୋଦି ଆମେରିକାରୁ ଆଣିଥିବା ମୂର୍ତ୍ତି ମଧ୍ୟରୁ ୧୩ଟି ପୁରାତନ ସାମଗ୍ରୀ ଯାହା ୧୯୭୬ ମମସିହାରୁ ୨୦୧୩ ମସିହା ମଧ୍ୟରେ ଭାରତ ଠାରୁ ବିଭିନ୍ନ ଦେଶକୁ ନିଆଯାଇଥିଲା ।

Advertisment
America 157 Artefacts Antiquities Were Handed Over By Us During Pm Narendra Modiଏହି କଳାକୃତି ଫେରାଇ ଦେଇଥିବାରୁ ଆମେରିକାକୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଚୋରି, ବେଆଇନ ବାଣିଜ୍ୟ ଏବଂ ସାଂସ୍କୃତିକ ସାମଗ୍ରୀ ଚୋରା କାରବାରକୁ ରୋକିବା ପ୍ରୟାସକୁ ଆହୁରି ସୁଦୃଢ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, "ଏହି ବସ୍ତୁଗୁଡ଼ିକ ମଧ୍ୟରୁ ଅଧିକାଂଶ ଏକାଦଶରୁ ଚତୁର୍ଦ୍ଦଶ ଶତାବ୍ଦୀର ଓ ଏସବୁ ଐତିହାସିକ । ଏଥିମଧ୍ୟରୁ ତମ୍ବା ବସ୍ତୁ, ଟେରାକୋଟା ଫୁଲଦାନୀ ଆଦି ରହିଛି । ଏଥିରେ ପ୍ରାୟ ୭୧ ଟି ପ୍ରାଚୀନ କଳାକୃତି ରହିଛି । ଅନ୍ୟ ସବୁ ଛୋଟ ମୂର୍ତ୍ତି, ଯାହାକି ହିନ୍ଦୁ, ବୌଦ୍ଧ ଏବଂ ଜୈନ ଧର୍ମ ସହିତ ଜଡିତ" ।
America 157 Artefacts Antiquities Were Handed Over By Us During Pm Narendra Modi

ଏହି ମୂର୍ତ୍ତି ଗୁଡ଼ିକ ଧାତୁ, ପଥର ଏବଂ ଟେରାକୋଟା ଦ୍ୱାରା ନିର୍ମିତ ହୋଇଛି । ପିତ୍ତଳ ବସ୍ତୁ ଗୁଡ଼ିକରେ ମଧ୍ୟରେ ଲକ୍ଷ୍ମୀ ନାରାୟଣ, ବୁଦ୍ଧ, ବିଷ୍ଣୁ, ଶିବ-ପାର୍ବତୀ ମୂର୍ତ୍ତି ରହିଛି । କମ୍ ଲୋକପ୍ରିୟ କାନକାଲାମର୍ଥୀ, ବ୍ରାହ୍ମୀ ଏବଂ ନନ୍ଦିକେସା ସମେତ ଅନ୍ୟାନ୍ୟ କଳାକୃତି ମଧ୍ୟ ଅଛି । ଦେଶର ପ୍ରାଚୀନ କଳାକୃତି ଏବଂ ପୃଥିବୀର ବିଭିନ୍ନ ସ୍ଥାନରୁ ବସ୍ତୁ ଫେରାଇ ଆଣିବା ପାଇଁ ଏହା କେନ୍ଦ୍ର ସରକାରଙ୍କ ପ୍ରୟାସର ଏକ ଅଂଶ ବୋଲି ପିଏମଓ ପକ୍ଷରୁ କୁହାଯାଇଛି।

Advertisment

ସୂଚନାଥାଉ କି, ୩ ଦିନିଆ ଆମେରିକା ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ମୋଦିଙ୍କ ଭବ୍ୟ ସ୍ୱାଗତ ନେଇ ନୂଆଦିଲ୍ଲୀରେ ବ୍ୟାପକ ପ୍ରସ୍ତୁତି ହୋଇଥିଲା। ଏଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ଶତାଧିକ ବିଜେପି କର୍ମୀ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଏହାସହ ସାଧାରଣ ଜନତା ମଧ୍ୟ ମୋଦିଙ୍କୁ ସ୍ୱାଗତ କରିଥିଲେ। ଦିଲ୍ଲୀ ବିମାନ ବନ୍ଦରରେ ବନ୍ଦେ ମାତରମ୍ ଓ ଭାରତ ମାତା କୀ ଜୟ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ ।

Narendra Modi Statue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ