Advertisment

ସାଂସଦଙ୍କ ବୟାନକୁ ନେଇ ଚର୍ଚ୍ଚା; କହିଲେ ଉଦ୍ୟୋଗପତିଙ୍କୁ ପୂଜା କରିବା ଦରକାର

ବିଜେପି ସାଂସଦଙ୍କ ବିବାଦୀୟ ବୟାନକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। କାରଣ ସେ ପରୋକ୍ଷରେ ଅଦାନୀ ଓ ଅମ୍ବାନୀଙ୍କୁ ପୂଜା କରିବା ପାଇଁ କହୁଛନ୍ତି।

ଅଦ୍ୟତନ ହୋଇଛି
K J Alphons

K J Alphons

Advertisment

ଆମେ ସମସ୍ତେ ଅମ୍ବାନୀ ଏବଂ ଅଦାନୀଙ୍କ ପରି ଉଦ୍ୟୋଗପତିଙ୍କୁ ପୂଜା କରିବା ଦରକାର। ଏକଥା ଆମେ ନୁହେଁ ବରଂ ଖୋଦ୍‌ ବିଜେପି ସାଂସଦ କେ. ଜେ ଅଲଫୋନ୍ସ କହିଛନ୍ତି। ତାହା ପୁଣି ରାଜ୍ୟସଭାରେ। ଆଉ ତାଙ୍କର ଏହି ମନ୍ତବ୍ୟ ପରେ ସରକାରଙ୍କୁ ଘେରିବାକୁ ମୌକା ପାଇଯାଇଛନ୍ତି ବିରୋଧୀ। ସଂସଦର ବଜେଟ୍‌ ଅଧିବେଶନରେ ସେ କହିଛନ୍ତି ଯେ ଦେଶରେ ବର୍ତ୍ତମାନ ରୋଜଗାରର ଯେଉଁ ସମସ୍ୟା ରହିଛି ତାହାକୁ ଦେଖିଲେ ଏହି ଦୁଇ ବ୍ୟକ୍ତି ଯେପରି ଭାବରେ ରୋଜଗାର ଦେଉଛନ୍ତି ସେମାନଙ୍କୁ ପୂଜା କରିବାର କେଉଁଠି ଅସୁବିଧା ରହିଛି ବୋଲି ପ୍ରଶ୍ନ କରିଛନ୍ତି ଏହି ବିଜେପି ସାଂସଦ।

Advertisment

ବିଜେପି ସାଂସଦଙ୍କ ବିବାଦୀୟ ବୟାନକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। କାରଣ ସେ ପରୋକ୍ଷରେ ଅଦାନୀ ଓ ଅମ୍ବାନୀଙ୍କୁ ପୂଜା କରିବା ପାଇଁ କହୁଛନ୍ତି। ବଜେଟ୍‌ ଅଧିବେଶନରେ ଯୋଗ ଦେଇ ସେ କହିଛନ୍ତି ଯେ, ଆପଣମାନେ ଭାବିପାରନ୍ତି କି ମୁଁ ଦେଶର ପୁଞ୍ଜିପତିମାନଙ୍କ ମୁଖପାତ୍ର। କିନ୍ତୁ ପ୍ରକୃତ ସତକଥା ହେଉଛି କି ଦେଶରେ ସେମାନେ ରୋଜଗାର ସୃଷ୍ଟି କରୁଛନ୍ତି, ତେଣୁ ସେମାନେ ସମ୍ମାନସ୍ପଦ। କେବଳ ସେମାନେ ନୁହନ୍ତି ବରଂ ଯେଉଁମାନେ ରୋଜଗାର ସୃଷ୍ଟି କରୁଛନ୍ତି ସେମାନେ ସମସ୍ତେ ପୂଜ୍ୟ ବୋଲି ସାଂସଦ ଜଣକ କହିଛନ୍ତି।

ସେପଟେ ଅଲଫୋନ୍ସଙ୍କ ବୟାନକୁ ବିରୋଧୀ ଦୁର୍ଭାଗ୍ୟଜନକ କହିବା ସହ ଏ ସରକାର କେବଳ ଅଦାନୀ ଓ ଅମ୍ବାନୀଙ୍କ ପାଇଁ ସବୁ କରିବାକୁ ପ୍ରସ୍ତୁତ ବୋଲି କଟାକ୍ଷ କରିଛନ୍ତି। ଆଉ ଏହାର ଜବାବରେ ସେ କହିଛନ୍ତି ଯେ, ବିରୋଧୀ ଯେଉଁ ଯୁକ୍ତି କରୁଛନ୍ତି ତାହା ସଠିକ୍‌ ନୁହେଁ। କାରଣ ସେମାନଙ୍କର ନୁହେଁ ବରଂ ଅନେକ ବ୍ୟକ୍ତିଙ୍କର ଧନ ବଢିଛି। ଏଲନ ମସ୍କଙ୍କ ସଂପତ୍ତି ୧୦୧୫ ପ୍ରତିଶତ ବଢିଥିବା ବେଳେ ଗୁଗଲର ସଂସ୍ଥାପକ ଲ୍ୟାରି ପେଜଙ୍କ ସଂପତ୍ତିରେ ୧୨୬ ପ୍ରତିଶତ ବୃଦ୍ଧି ଘଟିଛି। ଜେଫ ବେଜୋସଙ୍କ ସଂପତ୍ତିରେ ୬୭ ପ୍ରତିଶତ ବୃଦ୍ଧି ଘଟିଛି। ତେଣୁ ବିରୋଧୀମାନେ ଭଲରେ ଟିକିଏ ଅନ୍ତର୍ଜାତୀୟ ଧନୀ ତାଲିକା ଉପରେ ନଜର ପକାଇବାକୁ ସେ ଅନୁରୋଧ କରିଛନ୍ତି। ତେବେ ବିଜେପି ସାସଂଦଙ୍କ ଏପରି ବୟାନକୁ ନେଇ ବିଜେପି ନେତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
BJP Union Budget
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ