Amazon online shopping man ordered book instead of this receives another book with a note
ବ୍ୟସ୍ତବହୁଳ ଜୀବନ ଭିତରେ ଅଧିକାଂଶ ଲୋକ ଅନ୍ଲାଇନ୍ ଶପିଂ କରିବାକୁ ପସନ୍ଦ କରୁଛନ୍ତି। ଏମିତିରେ ଅନେକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଗ୍ରାହକ ଅର୍ଡର କରିଥିବା ପ୍ରଡକ୍ଟ ବଦଳରେ ଭୁଲ୍ରେ ଅନ୍ୟ ପ୍ରଡକ୍ଟ ଡେଲିଭରି ହୋଇଛି। ହେଲେ ଆପଣ କେବେ ଶୁଣିଛନ୍ତି, ଜାଣିଶୁଣି ଇ-କମର୍ସ ୱେବ୍ସାଇଟ୍ ଭୁଲ୍ ଜିନିଷ ଗ୍ରାହକଙ୍କୁ ଡେଲିଭରି କରିବା। ହୁଏତ ଏଭଳି କଥା ଶୁଣି ନଥିବେ। ତେବେ ଜଣେ ଯୁବକଙ୍କ ସହ ଏପରି କିଛି ହୋଇଛି। ସମ୍ପୃକ୍ତ ଯୁବକ ଟ୍ୱିଟରରେ ଶେୟାର କରି କହିଛନ୍ତି, ସେ ଅର୍ଡର କରିଥିବା ପ୍ରଡକ୍ଟ ତାଙ୍କୁ ମିଳି ନଥିଲା। ବରଂ ଏକ ଚିଠି ସହ ପିଲାଙ୍କ ଏକ ବହି ମିଳିଥିଲା।
କଶିଶ୍ ନାମକ ଏହି ଯୁବକ ଟ୍ୱିଟରରେ ଫଟୋ ଶେୟାର କରି କହିଛନ୍ତି, ଆମଜନ୍(Amazon)ରୁ ଏକ ବହି ଅର୍ଡର କରିଥିଲି। ହେଲେ ଅର୍ଡର କରିଥିବା ବହି ବଦଳରେ ‘Looking For Laddoo’ ବହି ଆସିଥିଲା। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଜାଣିଶୁଣି ଏହି ଅର୍ଡରର ଡେଲିଭରି ହୋଇଥିଲା।
କାହିଁକି ହୋଇଥିଲା ଭୁଲ୍ ପ୍ରଡକ୍ଟର ଡେଲିଭରି...
କଶିଶ୍ ଯେତେବେଳେ ଅର୍ଡର ପାଇଥିଲେ, ଏହାସହ ତାଙ୍କୁ ଏକ ନୋଟ୍ ମିଳିଥିଲା। ଏହି ନୋଟ୍ରେ ବିକ୍ରେତା ଗ୍ରାହକଙ୍କୁ ଭୁଲ୍ ମାଗିବା ସହ ନୋଟ୍ରେ ଉଲ୍ଲେଖ କରିଥିଲେ- ସେ ଅର୍ଡର କରିଥିବା ବହି ତାଙ୍କ ପାଖରେ ଷ୍ଟକ୍ ନାହିଁ। ଖୁବଶୀଘ୍ର ବହି ତାଙ୍କ ପାଖକୁ ପଠାଯିବ। ସେହି ସମୟ ମଧ୍ୟରେ ଏହାକୁ(ଭୁଲ୍ ଭାବେ ପଠାଯାଇଥିବା ବହି) ସେ ରିଟର୍ଣ୍ଣ କରିପାରିବେ। ଏଥିପାଇଁ କୌଣସି ନେଗେଟିଭ୍ ଫିଡ୍ବ୍ୟାକ୍ ନଦେବା ଲାଗି ଅନୁରୋଧ ମଧ୍ୟ କରାଯାଇଛି।
ପୂର୍ବରୁ ମଧ୍ୟ ଆସିଛି ଏଭଳି ଘଟଣା...
ଜଣେ ଗ୍ରାହକ ଆମାଜନ୍ରୁ ୧୨ ହଜାର ଟଙ୍କାର ଟୁଥ୍ ବ୍ରଶ୍ ଅର୍ଡର କରିଥିଲେ। ହେଲେ ତାଙ୍କ ପାଖକୁ MDH ଚାଟ୍ ମସଲା ଆସିଥିଲା। ଏନେଇ ଗ୍ରାହକ ଜଣକ ଆମାଜନ୍ରେ ଅଭିଯୋଗ ମଧ୍ୟ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1677142065.jpg)