Amazon India To Shut Food Delivery Service From December 29
ପପୁଲାର୍ ଇ-କମର୍ସ ସାଇଟ୍ ଆମାଜନ୍(Amazon) ଏହାର ଏକ ସେବା ବନ୍ଦ କରିବାକୁ ଯାଉଛି। ଯଦ୍ୱାରା ଅନେକ ୟୁଜର୍ସ ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଇଛି। ଏନେଇ Amazon India ଘୋଷଣା କରିଛି। ଆସନ୍ତା ମାସରୁ ଭାରତରେ ଆମାଜନ୍ ଫୁଡ୍(Amazon Food) ସର୍ଭିସ୍ ବନ୍ଦ ହେବାକୁ ଯାଉଛି। ଏହି ସେବାକୁ ଡିସେମ୍ବର ୨୯ରୁ ବନ୍ଦ କରି ଦିଆଯିବ। ୨୦୨୦ ମସିହାରେ Amazon Food ଲଞ୍ଚ୍ କରାଯାଇଥିଲା। କରୋନା ସମୟରେ କମ୍ପାନୀ ପକ୍ଷରୁ ଏହି ସେବା ଭାରତରେ ଆରମ୍ଭ ହୋଇଥିଲା। ଏହି ସର୍ଭିସ୍ ମାଧ୍ୟମରେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚା ଯାଉଥିଲା। ଏହା ମାଧ୍ୟମରେ Swiggy ଓ Zomato କୁ ଟକ୍କର ଦେବା ଳାଗି ଆମାଜନ୍ ଚାହୁଁଥିଲା।
ବେଙ୍ଗାଲୁରୁରେ ଆରମ୍ଭ ହୋଇଥିବା Amazon Food ସେବା ଅନ୍ୟ ସହରରେ କାର୍ଯ୍ୟକାରୀ କରିବାକୁ ମଧ୍ୟ ଯୋଜନା କରାଯାଇଥିଲା। ହେଲେ ଏପରି ହୋଇନଥିଲା। ଏବେ ଆମାଜନ୍ ଫୁଡ୍ ସେବା ବନ୍ଦ କରିବାକୁ କମ୍ପାନୀ ଘୋଷଣା କରିଛି। ଏନେଇ ରେଷ୍ଟୁରାଣ୍ଟ ଗୁଡ଼ିକୁ ସମସ୍ତ ପେମେଣ୍ଟ ଓ କଣ୍ଟ୍ରାକ୍ଟ ପୁରା କରିବାକୁ କମ୍ପାନୀ କହିଛି। ତେବେ ରେଷ୍ଟୁରାଣ୍ଟ ଆମାଜନ୍ ଟୁଲ୍ସ ଓ ରିପୋର୍ଟକୁ ୨୦୨୩ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ହେଲେ ଏଥିପାଇଁ କମ୍ପାନୀକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପୁରା ଆସିଷ୍ଟାଣ୍ଟ ଦେବାକୁ ପଡ଼ିବ।
Sanford C. Bernstein ରିପୋର୍ଟ ଅନୁସାରେ, ଆମାଜନ୍ର ଲାଭ Flipkartର Walmart ଠାରୁ କମ୍ ରହିଛି। ଭାରତର ଛୋଟ ସହର ଗୁଡ଼ିକରେ କମ୍ପାନୀକୁ ଅଧିକ ସଂଘର୍ଷ କରିବାକୁ ପଡ଼ୁଛି। ତେଣୁ ଏଥିପାଇଁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି। ଏଭଳି ନିଷ୍ପତ୍ତିକୁ ଆମେ ହାଲୁକା ଭାବେ ଗ୍ରହଣ କରୁନାହୁଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ବର୍ତ୍ତମାନର ଗ୍ରାହକ ଓ ପାର୍ଟନରଙ୍କୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଗୁଡ଼ିକୁ ପର୍ଯ୍ୟାୟକ୍ରମେ ବନ୍ଦ କରୁଛି ବୋଲି କମ୍ପାନୀ କହିଛି। ଏହି ସମୟରେ ଏହାଦ୍ୱାରା ପ୍ରଭାବିତ ହେବାକୁ ଥିବା କର୍ମଚାରୀଙ୍କୁ କମ୍ପାନୀ ସମର୍ଥନ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1669538091.jpg)