Advertisment

Amazon Sale: ଶସ୍ତାରେ ମିଳୁଛି ଏହିସବୁ 5G ସ୍ମାର୍ଟଫୋନ୍‌

ଯଦି ଆପଣ 5G ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ଏକ ଭଲ ଖବର। ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌ରେ ଆପଣ ୨୦ ହଜାର ଟଙ୍କା କମ୍‌ ମୂଲ୍ୟରେ 5G ସ୍ମାର୍ଟଫୋନ୍‌ କିଣିପାରିବେ।

ଅଦ୍ୟତନ ହୋଇଛି
Amazon Great Indian Festival Sale

Amazon Great Indian Festival Sale Offers On 5G Smartphone

Advertisment

ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌(Amazon Great Indian Festival)ସେଲ୍‌ର ଆଜି ହେଉଛି ସପ୍ତମ ଦିନ। ସେଲ୍‌ରେ ଗ୍ରାହକମାନେ ବିଭିନ୍ନ ପ୍ରକାରର ଗ୍ୟାଜେଟ୍‌ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ କମ୍‌ ଦାମ୍‌ରେ କିଣିପାରିବେ। ଯଦି ଆପଣ 5G ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ଏକ ଭଲ ଖବର। ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌ରେ ଆପଣ ୨୦ ହଜାର ଟଙ୍କା କମ୍‌ ମୂଲ୍ୟରେ 5G ସ୍ମାର୍ଟଫୋନ୍‌ କିଣିପାରିବେ। 

Advertisment

Samsung Galaxy M33 5G:

ଆମାଜନ୍‌ ସେଲ୍‌ରେ ଗ୍ରାହକ ସାମ୍‌ସଙ୍ଗ୍‌ର ଏହି ଫୋନ୍‌କୁ ୪୦% ଡିସ୍‌କାଉଣ୍ଟରେ କିଣିପାରିବେ। ଫୋନ୍‌ର ଦାମ୍ ୨୪,୯୯୦ ଟଙ୍କା ଥିବାବେଳେ ଆପଣ ଏହାକୁ ୧୪,୯୯୯ ଟଙ୍କାରେ କିଣିପାରିବେ। ସାମସଙ୍ଗ୍‌ର ଏହି ଫୋନ୍‌ରେ ୬.୬ ଇଞ୍ଚର ଫୁଲ୍‌ HD+ LCD ଡିସ୍‌ପ୍ଲେ ରହିଛି। ଏହାସହ Exynos 1280 ପ୍ରୋସେସର, 6 GB RAM ଓ 128 GBର ଷ୍ଟୋରେଜ୍‌ ରହିଛି। ଫୋନ୍‌ରେ 6000mAh ବ୍ୟାଟେରୀ ରହିଛି।

OnePlus Nord N20 SE:

ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ ସେଲ୍‌ରେ ଆପଣ ଏହି ଫୋନ୍‌କୁ ୩୪% ଡିସ୍‌କାଉଣ୍ଟରେ କିଣିପାରିବେ। ଡିସ୍‌କାଉଣ୍ଟ ପରେ ଏହି ଫୋନ୍‌କୁ ଆପଣ ୨୪,୯୯୯ ଟଙ୍କା ପରିବର୍ତ୍ତେ ମାତ୍ର ୧୬,୪୬୦ ଟଙ୍କାରେ କିଣିପାରିବେ। ୱାନ୍‌ପ୍ଲସ୍‌ର ଏହି ଫୋନ୍‌ରେ ୬.୫୬ ଇଞ୍ଚ୍‌ର ୱାଟର୍‌ ଡ୍ରପ୍‌ ନଚ୍‌ ଡିସ୍‌ପ୍ଲେ ରହିଛି। ଏହାସହ ଆପଣଙ୍କୁ Helio H35 ଚିପ୍‌ସେଟ୍‌ ସହ ୫୦ ମେଗାପିକ୍ସେଲ୍‌ କ୍ୟାମେରା ଓ 5000mAh ବ୍ୟାଟେରୀ ପାଇପାରିବେ।

Advertisment

Oppo A74 5G:

ସେଲ୍‌ରେ ଗ୍ରାହକ ଏହି ଫୋନ୍‌କୁ ୨୯% ଡିସ୍‌କାଉଣ୍ଟରେ କିଣିପାରିବେ। ଡିସ୍‌କାଉଣ୍ଟ ପରେ ଗ୍ରାହକ ଏହି ଫୋନ୍‌ ୨୦,୦୯୦ ଟଙ୍କା ପରିବର୍ତ୍ତେ ୧୪,୯୯୦ ଟଙ୍କାରେ କିଣିପାରିବେ।

Redmi Note 11T 5G: 

ଏହି ଫୋନ୍‌କୁ ସେଲ୍‌ରେ ଆପଣ ୨୦,୯୯୦ ଟଙ୍କା ପରିବର୍ତ୍ତେ ୧୪,୯୯୯ ଟଙ୍କାରେ କିଣିପାରିବେ। ଏହି ଫୋନ୍‌ରେ ଆପଣ ୨୯% ଡିସ୍‌କାଉଣ୍ଟ ପାଇପାରିବେ।

Advertisment

Realme Narzo 50 Pro 5G:

Realmeର ଏହି ଫୋନ୍‌ ଆପଣଙ୍କୁ ୨୫,୯୯୯ ଟଙ୍କା ପରିବର୍ତ୍ତେ ୧୭,୯୯୯ ଟଙ୍କାରେ ପାଇପାରିବେ। ଏହି ଫୋନ୍‌ରେ ଗ୍ରାହକଙ୍କୁ ୩୧% ଡିସ୍‌କାଉଣ୍ଟ ମିଳିବ। 

(ବି.ଦ୍ର- ଫୋନ୍‌ କିଣିବା ପୂର୍ବରୁ ଗ୍ରାହକଙ୍କ ପାଇଁ ଉପଲ୍ଲବ୍ଧ ଏହି ଡିସ୍‌କାଉଣ୍ଟର ସତ୍ୟାସତ୍ୟ ଯାଞ୍ଚ କରି ନିଅନ୍ତୁ। ଜାତୀୟ ଗଣମାଧ୍ୟମ ସଂସ୍ଥା-News18ର ରିପୋର୍ଟରୁ ଏହା ଉଦ୍ଧୃତ। ଏଥିପାଇଁ ଆମେ ଦାୟୀ ନୁହେଁ।)

Amazon 5G Smartphone Amazon Great Indian Festival
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ