Advertisment

ସବୁଦିନ ପାଇଁ ବିଲୟ ହେବ ଦିଲ୍ଲୀ ଇଣ୍ଡିଆ ଗେଟ୍‌ ନିକଟରେ ଥିବା ଅମର ଯବାନ ଜ୍ୟୋତି

ଦିଲ୍ଲୀ ଇଣ୍ଡିଆ ଗେଟ୍‌ରେ ଆଉ ଦେଖିବାକୁ ମିଳିବନି ଅମର ଯବାନ ଜ୍ୟୋତି। ୫୦ ବର୍ଷ ଧରି ଅନବରତ ଜଳି ଆସୁଥିବା ଦିଲ୍ଲୀର ଏହି ଐତିହାସିକ ଜ୍ୟୋତି ଏଣିକି ଜାତୀୟ ସମର ସ୍ମାରକୀରେ ବିଲୟ ହେବ।

ଅଦ୍ୟତନ ହୋଇଛି
Amar Jawan Jyoti

Amar Jawan Jyoti

Advertisment

ଦିଲ୍ଲୀ ଇଣ୍ଡିଆ ଗେଟ୍‌ରେ ଆଉ ଦେଖିବାକୁ ମିଳିବନି ଅମର ଯବାନ ଜ୍ୟୋତି। ୫୦ ବର୍ଷ ଧରି ଅନବରତ ଜଳି ଆସୁଥିବା ଦିଲ୍ଲୀର ଏହି ଐତିହାସିକ ଜ୍ୟୋତି ଏଣିକି ଜାତୀୟ ସମର ସ୍ମାରକୀରେ ବିଲୟ ହେବ। ଆଜି ଏନେଇ ଅପରାହ୍ନ ସାଢ଼େ ୩ଟାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। କାର୍ଯ୍ୟକ୍ରମରେ ଭାରତୀୟ ସେନାର ବରିଷ୍ଠ ଅଧିକାରୀ ଏଥିରେ ଉପସ୍ଥିତ ରହିବେ। ଜାତୀୟ ସମର ସ୍ମାରକୀରେ ଜଳୁଥିବା ଜ୍ୟୋତି ସହ ଏହାକୁ ବିଲୟ କରାଯିବ।

Advertisment

ତେବେ ଅମର ଯବାନ ଜ୍ୟୋତିକୁ ବିଲୟ କରାଯିବା ପଛର ପ୍ରକୃତ କାରଣ ଜଣାପଡ଼ି ନାହିଁ। ମିଳିଥିବା ସୂଚନା ଅନୁସାରେ, ଦେଶର ସହିଦ ଯବାନଙ୍କ ପାଇଁ ଜାତୀୟ ସମର ସ୍ମାରକୀ(National War Memorial) ରହିଛି। ତା’ହେଲେ ଅମର ଯବାନ ଜ୍ୟୋତିରେ ଅଲଗା ଭାବେ କ’ଣ ପାଇଁ ଜ୍ୟୋତି ଜଳାଯିବ ? ତେଣୁ ଏହି କାରଣରୁ ଜାତୀୟ ସମର ସ୍ମାରକୀରେ ଜଳୁଥିବା ଜ୍ୟୋତି ସହ ଏହାକୁ ବିଲୟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି। 

୨୦୧୯ ମସିହା ଫେବୃଆରୀ ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି National War Memorial ର ଉଦ୍‌ଘାଟନ କରିଥିଲେ। ଇଣ୍ଡିଆ ଗେଟ୍‌ ନିକଟରେ ଏହାକୁ ନିର୍ମାଣ କରାଯାଇଥିଲା। ୧୯୪୭ ମସିହା ପରେ ଦେଶ ପାଇଁ ସହିଦ ହୋଇଥିବା ଯବାନ ଓ ସେନାଧିକାରୀଙ୍କ ସ୍ମୃତିରେ ନିର୍ମାଣ କରାଯାଇଛି। ସେହିପରି ୧୯୭୧ ମସିହାରେ ପାକିସ୍ତାନ ସହ ଯୁଦ୍ଧ କରି ସହିଦ ହୋଇଥିବା ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ଅମର ଯବାନ ଜ୍ୟୋତି ଜଳି ଆସୁଛି। ସେହି ଦିନଠୁ ଦୀର୍ଘ ୫୦ ବର୍ଷ ଧରି ଦିଲ୍ଲୀ ଇଣ୍ଡିଆା ଗେଟ୍ ନିକଟରେ ଅମର ଯବାନ ଜ୍ୟୋତି ଜଳି ଆସୁଛି।  

Advertisment

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ବିରୋଧୀ ଦଳ।  କିଛି ଲୋକ ଦେଶର ବୀର ଯବାନଙ୍କ ବଳିଦାନକୁ ବୁଛି ପାରନ୍ତିନି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି କଟାକ୍ଷ କରି କହିଛନ୍ତି। ଇତିହାସକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି, ଯାହା ଅତ୍ୟନ୍ତ ଦୁଃଖଦାୟକ। ଜାତୀୟ ସ୍ମାରକରେ ଏହାକୁ ବିଲୟ କରିବା ଅର୍ଥ ହେଉଛି ଇତିହାସକୁ ପୁଣି ଲେଖିବା। କୋଟି କୋଟି ଭାରତୀୟଙ୍କ ହୃଦୟରେ ଏହା ରହିଛି ବୋଲି କଂଗ୍ରେସ କହିଛି। ସେପଟେ ସରକାରଙ୍କ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ରଖାଯାଇଛି। ୭ ଦଶନ୍ଧି ଧରି କ୍ଷମତାରେ ଥିବା ବ୍ୟକ୍ତିମାନେ ସମର ସ୍ମାରକୀ ନିର୍ମାଣ ପାଇଁ ଚିନ୍ତା କରି ନାହାନ୍ତି। ହେଲେ ଏବେ ସହିଦଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦିଆଯିବ। ଅମର ଯବାନ ଜ୍ୟୋତି ଲିଭିବନି ବରଂ ଏହା ବିଲୟ ହୋଇ ଦେଶ ସ୍ୱାଧୀନ ପରର ସମସ୍ତ ସହିଦଙ୍କୁ ସମ୍ମାନ ଜଣାଇବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

New Delhi India Gate Amar Jawan Jyoti
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ