Advertisment

ପାନକାର୍ଡ଼ କି ଆଧାରକାର୍ଡ଼ ଜନ୍ମ ପ୍ରମାଣ ପତ୍ର ନୁହେଁ?

ଏହାସହ କୋର୍ଟ କହିଛନ୍ତି ଯେ ଯଦି ହାଇସ୍କୁଲ ସାର୍ଟିଫିକେଟ୍‌ରେ ରେକର୍ଡ ହୋଇଥିବା ଜନ୍ମ ତାରିଖକୁ ବିରୋଧ କରାଯାଏ କିମ୍ବା ଏହାର ବିଶ୍ୱସନୀୟତା ଉପରେ ପ୍ରଶ୍ନ କରାଯାଏ, ତେବେ ସ୍ଥାନୀୟ ପୌରସଂସ୍ଥା କିମ୍ବା ପଞ୍ଚାୟତ ପକ୍ଷରୁ ଦିଆଯାଇଥିବା ଜନ୍ମ ପ୍ରମାଣ ହିଁ ବୈଧ ରହିବ। ନଚେତ୍‌ ଡାକ୍ତରଖାନାରୁ ଦିଆଯାଇଥିବା ରିପୋର୍ଟ ଗ୍ରହଣ କରାଯାଇପାରିବ । କେବଳ ଏତିକି ନୁହେଁ ବରଂ ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ଆଧାର କାର୍ଡ, ପାନ କାର୍ଡରେ ରେକର୍ଡ ହୋଇଥିବା ଜନ୍ମ ତାରିଖ ଉପରେ ବୟସ ନିର୍ଣ୍ଣୟ ଚୂଡାନ୍ତ ନୁହେଁ।

ପାନକାର୍ଡ଼ କି ଆଧାରକାର୍ଡ଼ ଜନ୍ମ ପ୍ରମାଣ ପତ୍ର ନୁହେଁ?

allahabad-high-court

Advertisment

ପ୍ରୟାଗରାଜ: ଆଧାର କିମ୍ବା ପାନ୍‌ କାର୍ଡ଼ ଜନ୍ମ ପ୍ରମାଣପତ୍ର ନୁହେଁ। ପିଲାର ଯଦି ହାଇସ୍କୁଲ ଅର୍ଥାତ୍‌ ମାଟ୍ରିକ୍‌ ସାର୍ଟିଫିକେଟ୍‌ ରହିଛି ତେବେ ଜନ୍ମ ପ୍ରମାଣପତ୍ର ଭାବରେ ଆଧାର ଓ ପାନ୍‌ କିମ୍ବା ମେଡ଼ିକାଲ ସାର୍ଟିଫିକେଟ୍‌ ଉପରେ ବିଚାର କରିବାର ପ୍ରଶ୍ନ କେଉଁଠି ଉଠୁଛି ବୋଲି ପ୍ରଶ୍ନ କରିଛନ୍ତି ଆହ୍ଲାବାଦ୍ ହାଇକୋର୍ଟ।

Advertisment

ଏହାସହ କୋର୍ଟ କହିଛନ୍ତି ଯେ ଯଦି ହାଇସ୍କୁଲ ସାର୍ଟିଫିକେଟ୍‌ରେ ରେକର୍ଡ ହୋଇଥିବା ଜନ୍ମ ତାରିଖକୁ ବିରୋଧ କରାଯାଏ କିମ୍ବା ଏହାର ବିଶ୍ୱସନୀୟତା ଉପରେ ପ୍ରଶ୍ନ କରାଯାଏ, ତେବେ ସ୍ଥାନୀୟ ପୌରସଂସ୍ଥା କିମ୍ବା ପଞ୍ଚାୟତ ପକ୍ଷରୁ ଦିଆଯାଇଥିବା ଜନ୍ମ ପ୍ରମାଣ ହିଁ ବୈଧ ରହିବ। ନଚେତ୍‌ ଡାକ୍ତରଖାନାରୁ ଦିଆଯାଇଥିବା ରିପୋର୍ଟ ଗ୍ରହଣ କରାଯାଇପାରିବ । କେବଳ ଏତିକି ନୁହେଁ ବରଂ ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ଆଧାର କାର୍ଡ, ପାନ କାର୍ଡରେ ରେକର୍ଡ ହୋଇଥିବା ଜନ୍ମ ତାରିଖ ଉପରେ ବୟସ ନିର୍ଣ୍ଣୟ ଚୂଡାନ୍ତ ନୁହେଁ।

Advertisment

ହାଇକୋର୍ଟ କହିଛନ୍ତି , ଆଧାର କାର୍ଡ, ପାନ୍ କାର୍ଡ ଏବଂ ଡାକ୍ତରୀ ପରୀକ୍ଷା ରିପୋର୍ଟରେ ବୟସର ପାର୍ଥକ୍ୟ ହେତୁ ହାଇସ୍କୁଲ୍ ସାର୍ଟିଫିକେଟ୍ ଏବଂ ଆବେଦନକାରୀଙ୍କ ମା’ଙ୍କ ବିବୃତ୍ତିକୁ ମଧ୍ୟ ଅବିଶ୍ୱାସ କରାଯାଇପାରିବ ନାହିଁ। ତେବେ ଜଣେ ଯୁବତୀଙ୍କ ବିବାହ ସମୟରେ ସେ ନାବାଳିକା ଥିବା କଥା କୋର୍ଟରେ କୁହାଯାଇଥିଲା ଓ ବୟସକୁ ନେଇ ଦ୍ୱନ୍ଦ୍ୱ ମଧ୍ୟ ରହିଥିଲା। ଜଷ୍ଟିସ ଆର.ଆର ଅଗ୍ରୱାଲଙ୍କ ବେଞ୍ଚ ଏହି ଆବେଦନକୁ ଖାରଜ କରିବା ସହ ଏପରି ରାୟ ଶୁଣାଇଛନ୍ତି। ସେପଟେ ନବଦମ୍ପତି କୋର୍ଟରେ କହିଛନ୍ତି,

ଆଧାର କାର୍ଡ, ପ୍ୟାନ କାର୍ଡରେ ରେକର୍ଡ ହୋଇଥିବା ଜନ୍ମ ସମୟ ଅନୁସାରେ ଉଭୟଙ୍କ ବୟସ ସମାନ ରହିଛି। ଏବେ ଆମେମାନେ ବୈବାହିକ ଜୀବନରେ ରହିଛୁ। ତେଣୁ କୌଣସି ପରିସ୍ଥିତିରେ କେହି ବି ଆମ ଜୀବନରେ ହସ୍ତକ୍ଷେପ କରିପାରିବେ ନାହିଁ। ଏମିତି କି, ପରିବାରର ମଧ୍ୟ କୌଣସି ସଦସ୍ୟ ଆମ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ ନକରନ୍ତୁ ବୋଲି ଦମ୍ପତି କହିଛନ୍ତି। ତେବେ ଯୁବତୀଙ୍କ ମାଆ ଥାନାରେ ନିଜ ଝିଅର ଅପହରଣ ମାମାଲା ଦାୟର କରିଥିଲେ। ତେବେ କୋର୍ଟ ଏହି ମାମଲାକୁ ଖାରଜ କରିଛନ୍ତି।

Advertisment
India Allahabad High Court PAN Card Aadhar Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ