Advertisment

ଅସୁମାରୀ ଆଶାରେ ଶିଳ୍ପ ଜଗତ; ନିର୍ମଳାଙ୍କ ପେଡ଼ିରେ ଅଛି କ’ଣ, ବଢୁଛି ଉତ୍କଣ୍ଠା...

ଆସନ୍ତାକାଲି ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ଦେଶର ଆୟ-ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ। ଫୋକସରେ ରହିବ ଯୁବ ବର୍ଗଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି।

undefined

Union Budget 2024

Advertisment

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଆସନ୍ତାକାଲି ସଂସଦରେ ଆଗତ ହେବ ମୋଦି 3.0 ସରକାରର ପ୍ରଥମ ସାଧାରଣ ବଜେଟ୍। ସପ୍ତମ ଥର ପାଇଁ ବଜେଟ୍ ଆଗତ କରି ନୂଆ ଇତିହାସ ରଚିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ରୁ ଅନେକ ଆଶା ରଖିଛନ୍ତି ବିଭିନ୍ନ କ୍ଷେତ୍ର। ବଜେଟ୍‌ରେ କେଉଁ କେଉଁ କ୍ଷେତ୍ରକୁ ମିଳିପାରେ କେତେ ଗୁରୁତ୍ବ, ଆସନ୍ତୁ ଜାଣିବା...

Advertisment

ସୀତାରମଣଙ୍କ ବଜେଟ୍ ପେଡିକୁ ସାରା ଦେଶର ଅପେକ୍ଷା। ଆସନ୍ତାକାଲି ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ଦେଶର ଆୟ-ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ। ଫୋକସରେ ରହିବ ଯୁବ ବର୍ଗଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି। ସେଥିପାଇଁ ଶିଳ୍ପ ଜଗତକୁ ପ୍ରାଧ୍ୟାନ୍ୟ ସହ ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ପୁଞ୍ଜି ଉପରେ ଗୁରୁତ୍ବ। ରପ୍ତାନି ବୃଦ୍ଧି ପାଇଁ ଆର୍ଥିକ ପ୍ରୋତ୍ସାହନ ଓ ରପ୍ତାନୀ ନୀତି ସଂଶୋଧନ। ଆତ୍ମନିର୍ଭର ଭାରତ ପାଇଁ ଅଧିକରୁ ଅଧିକ ମାନୁଫାକ୍ଚରିଂ ଶିଳ୍ପ ସ୍ଥାପନ। ଷ୍ଟାର୍ଟଅପ୍ ଓ MSMEକୁ ଅଧିକ ଟିକସ ରିହାତି। ଏକ ପରିବେଶ ଅନୁକୂଳ ଭାରତ ଗଠନ ପାଇଁ ଗ୍ରୀନ୍ ଇନିସିଏଟିଭ୍କୁ ପ୍ରାଧାନ୍ୟ। ମୋଦି ସରକାରର ତୃତୀୟ ପାଳିର ପ୍ରଥମ ବଜେଟ୍ରୁ ଏମିତି କିଛି ଆଶା ରଖିଛି ଶିଳ୍ପ ଜଗତ । 

ଖାଲି ସେତିକି ନୁହେଁ, ସୀତାରମଣଙ୍କ ଏହି ବଜେଟ୍ରୁ ଅସୁମାରୀ ଆଶା ରଖିଛି ପର୍ଯ୍ୟଟନ କ୍ଷେତ୍ର। ଦେଶର ଜିଡିପିରେ ପର୍ଯ୍ୟଟନ ଶିଳ୍ପର ଅଂଶ ୧୬ ଲକ୍ଷ କୋଟି। କିନ୍ତୁ ପର୍ଯ୍ୟଟନ ବଜେଟ୍ ମାତ୍ର 24 ହଜାର କୋଟି। କୋଭିଡ୍ ପରେ ଘରୋଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ‘ଦେଖୋ ଅପ୍ନା ଦେଶ୍’ ପଦକ୍ଷେପ ଆପଣେଇଛନ୍ତି କେନ୍ଦ୍ର ସରକାର। ହେଲେ, ସେଥିପାଇଁ ନାହିଁ ପର୍ଯ୍ୟାପ୍ତ ଭିତ୍ତିଭୂମି। ଏହାକୁ ନଜରରେ ରଖି ଅର୍ଥମନ୍ତ୍ରୀ ପର୍ଯ୍ୟଟନ କ୍ଷେତ୍ର ଲାଗି ଅଧିକ ପାଣ୍ଠି ଘୋଷଣା କରିବେ ବୋଲି ଆଶା ରଖିଛି ପର୍ଯ୍ୟଟନ ଶିଳ୍ପ । 

Advertisment

ଏପଟେ ବଜେଟ୍କୁ ଚାତକ ପରି ଚାହିଁ ରହିଛି ରିଅଲ ଇଷ୍ଟେଟ୍ ସଂଘ। କହିଛନ୍ତି, କରୋନା ମହାମାରୀ ପରେ ଏଯାଏଁ ଠିକ୍ ଭାବେ ମୁଣ୍ଡ ଟେକିପାରିନି ରିଅଲ ଇଷ୍ଟେଟ୍ କ୍ଷେତ୍ର। ଏହାକୁ ତ୍ବରାନ୍ବିତ କରିବା ଲାଗି ଶସ୍ତା ବାସଗୃହ ନିର୍ମାଣରେ ବିଲ୍ଡରଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ବାସଗୃହ କ୍ରେତାଙ୍କ ଲାଗି କ୍ରେଡିଟ୍ ଲିଙ୍କ୍ ସ୍କିମ ସମ୍ପ୍ରସାରଣ ଓ ଷ୍ଟାଣ୍ଡାର୍ଡ ଡିଡକ୍ସନ ବୃଦ୍ଧି ଘୋଷଣା ହେବ ବୋଲି ଆଶା ରଖିଛିରିଅଲ ଇଷ୍ଟେଟ୍ ଶିଳ୍ପ । 

ଗତ 6 ମାସ ହେଲା ଦେଶରେ ସୁନା ଆମଦାନୀ କମି ଚାଲିଥିବା ବେଳେ ସ୍ମଗଲିଂ ସୁନା ଜବତ ବଢ଼ିବାରେ ଲାଗିଛି। ତେଣୁ ସୁନା ସ୍ମଗଲିଂରେ ରୋକ୍ ଲଗାଇବା ଉଦ୍ଦେଶ୍ୟରେ ଅର୍ଥମନ୍ତ୍ରୀ ସୁନା ଉପରୁ ଆମଦାନ ଶୁଳ୍କ ୪ରୁ ୫ ପ୍ରତିଶତ କମାଇବେ ବୋଲି ଆଶା ରଖିଛି ଗହଣା ଶିଳ୍ପ। ଏମିତିକି ସୁନାଗହଣା କ୍ରେତାଙ୍କ ସୁବିଧା ପାଇଁ 2015ରେ ଲାଗୁ ହୋଇଥିବା ପାନ୍ ବାଧ୍ୟତାମୂଳକ ସୀମାକୁ 2 ଲକ୍ଷ ଟଙ୍କାରୁ 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବେ ବୋଲି ବିଶ୍ବାସ ରଖିଛି ଜେମ୍ସ ଆଣ୍ଡ ଜୁଏଲାରୀ କାଉନସିଲ । ଏବେ ଅପେକ୍ଷା, ସୀତାରମଣଙ୍କ ବଜେଟ୍ ପେଡ଼ି କେଉଁ କ୍ଷେତ୍ରକୁ ଦେଉଛି କେତେ ଅଗ୍ରାଧିକାର।

Advertisment
Union Budget Budget Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ