Advertisment

ଆଇଏସ୍ଆଇ ସୂଚନା : ଭାରତ ଉପରେ ହେବ ଆତଙ୍କୀ ଆକ୍ରମଣ!

ଆଫଗାନିସ୍ଥାନ ଉପରେ ତାଲିବାନର ନିୟନ୍ତ୍ରଣ ପରଠୁ ହିଁ ପାକିସ୍ତାନୀ ‘ଆଇଏସ୍‌ଆଇ’ ଓ ଏହାର ସମର୍ଥକ ଆତଙ୍କୀ ସଂଗଠନ ଦ୍ୱାରା ଅନେକ ଖବର ସାମ୍ନାକୁ ଆସୁଛି। ଦେଶର ପ୍ରମୁଖ ଗୁପ୍ତଚର ସଂସ୍ଥା ଅନୁଯାୟୀ, ଆତଙ୍କବାଦୀମାନେ ଭାରତ ଉପରେ ଆକ୍ରମଣ କରିବା ପାଇଁ ଏକ ବଡ ଷଡ଼ଯନ୍ତ୍ର କରୁଛି। ଏହି ଷଡ଼ଯନ୍ତ୍ରରେ ପାକିସ୍ଥାନ ସହ ଆଫଗାନିସ୍ଥାନର ଆତଙ୍କୀ ସଂଗଠନ ସାମିଲ ଅଛନ୍ତି ।

Terror Attack

Terror Attack

Advertisment

ନୂଆଦିଲ୍ଲୀ : ଆଫଗାନିସ୍ଥାନ ଉପରେ ତାଲିବାନର ନିୟନ୍ତ୍ରଣ ପରଠୁ ହିଁ ପାକିସ୍ତାନୀ ‘ଆଇଏସ୍‌ଆଇ’ ଓ ଏହାର ସମର୍ଥକ ଆତଙ୍କୀ ସଂଗଠନ ଦ୍ୱାରା ଅନେକ ଖବର ସାମ୍ନାକୁ ଆସୁଛି। ଦେଶର ପ୍ରମୁଖ ଗୁପ୍ତଚର ସଂସ୍ଥା ଅନୁଯାୟୀ, ଆତଙ୍କବାଦୀମାନେ ଭାରତ ଉପରେ ଆକ୍ରମଣ କରିବା ପାଇଁ ଏକ ବଡ ଷଡ଼ଯନ୍ତ୍ର କରୁଛି। ଏହି ଷଡ଼ଯନ୍ତ୍ରରେ ପାକିସ୍ଥାନ ସହ ଆଫଗାନିସ୍ଥାନର ଆତଙ୍କୀ ସଂଗଠନ ସାମିଲ ଅଛନ୍ତି । ଏହାର ମୁକାବିଲା କରିବାର ଭାର ଆଇଏସ୍ଆଇକୁ ଦିଆଯାଇଛି । ଆତଙ୍କୀ ଦ୍ୱାରା କରାଯାଇଥିବା ଏହି ଷଡଯନ୍ତ୍ରକୁ ‘ସୁସାଇଡଲ ମିସନ’ କୁହାଯାଉଛି।

Advertisment

ଆତଙ୍କୀ ଯୋଜନା ମୁତାବକ, ଆଇଏସ୍ ଖୁରାସାନ୍ ଆଇଏସ୍‌କେପିର ପ୍ରଶିକ୍ଷିତ ଆତଙ୍କବାଦୀମାନଙ୍କୁ ଭାରତ ପଠାଯିବ। ସେମାନେ ୪ ଦିଗରୁ ଆକ୍ରମଣ କରିବେ। ସେହି ଆକ୍ରମଣକାରୀମାନଙ୍କୁ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ, ଭେହିକଲ୍ ବର୍ଣ୍ଣ ଇମ୍ପ୍ରୋଭାଇସଡ୍‌ ଏକ୍ସପ୍ଲୋସିଭ୍ ଡିଭାଇସ, ସୁଇସାଇଡଲ ଆଟାକ୍ ଏବଂ ଟାର୍ଗେଟ୍ ଫିଲିଂ ଟ୍ରେନିଂ ଦିଆଯାଇଛି । ଭାରତରେ ପୂର୍ବରୁ ଥିବା ଆତଙ୍କୀ ସଂଗଠନମାନେ ଏହି ଆତଙ୍କବାଦୀମାନଙ୍କୁ ରାଇଫଲ ଓ ଛୋଟମୋଟ ମାରଣାସ୍ତ୍ର ସବୁ ଯୋଗାଇଦେବେ । ଭାରତରେ ଥିବା ମନ୍ଦିର, ଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ ଆତଙ୍କବାଦୀମାନେ ଆକ୍ରମଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

Advertisment

ଭାରତର ଅନେକ ସ୍ଥାନରେ ଆତଙ୍କୀ ଆକ୍ରମଣ ପାଇଁ ଯୋଜନା କରାଯାଇଛି । ପାକିସ୍ଥାନ ଓ ଆଫଗାନିସ୍ଥାନ ପାଖାପାଖି ଇଲାକାକୁ ସୁରକ୍ଷା ଦେବା ପାଇଁ ଆଇଏସ୍‌କୁ କୁହାଯାଇଛି । ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏହି ସ୍ଥାନଗୁଡିକ ବିଭିନ୍ନ ପ୍ରକାରର ଆକ୍ରମଣର କାରଣ ପାଇଁ ସହଜ ହେବ । ଆଇବି କହିବା ଅନୁସାରେ, ଆଏସ୍ ଗୁର୍ଗ ଦେଶରେ ଅବସ୍ଥିତ । ଏହି ଆକ୍ରମଣ ନେଇ ଯଥେଷ୍ଠ ଆର୍ଥ ଓ ଅସ୍ତ୍ରଶସ୍ତ୍ର ମହଜୁଦ ରହିଛି ।

ଦେଶର ଅନେକ ସ୍ଥାନରେ ଆକ୍ରମଣ କରିବାର ଯୋଜନା କରାଯାଇଛି । କିଛି ଆତଙ୍କବାଦୀ ଏପରି ଅଛନ୍ତି ଯେ ଯେଉଁମାନଙ୍କୁ ବ୍ୟବହାର କରି ଆକ୍ରମଣ କରିବାର ଟ୍ରେନିଂ ଦିଆଯାଇଛି।

Advertisment
New Delhi Terror Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ