Advertisment

ଖୁବ୍‌ଶୀଘ୍ର 5G ଲଞ୍ଚ୍‌ କରିବ ଜିଓ ! ଆକାଶ ଅମ୍ବାନୀ ଦେଲେ ଏମିତି ଇସାରା...

ରିଲାଏନ୍ସ ଜିଓ ସାରା ଦେଶରେ 5G ଲଞ୍ଚ୍‌ କରିବା ପାଇଁ ପ୍ରସ୍ତୁତ ହେଉଛି। ଏନେଇ ରିଲାଏନ୍ସ ଜିଓର ଚେୟାରମ୍ୟାନ୍‌ ଆକାଶ ଅମ୍ବାନୀ ଇସାରା ଦେଇଛନ୍ତି।

ଅଦ୍ୟତନ ହୋଇଛି
Reliance Jio Soon Launch 5G Service In India

Reliance Jio Soon Launch 5G Service In India

Advertisment

ଫାଇଭ-ଜି(5G) ସ୍ପେକ୍ଟ୍ରମ ନିଲାମୀ ଶେଷ ହୋଇଥିବା ବେଳେ ରିଲାଏନ୍ସ ଜିଓ(Reliance Jio) ନିଲାମୀରେ ଆଗରେ ରହିଛି। ଏବେ Reliance Jio ସାରା ଦେଶରେ 5G ଲଞ୍ଚ୍‌ କରିବା ପାଇଁ ପ୍ରସ୍ତୁତ ହେଉଛି। ଯଦିଓ  5G ପ୍ଲାନ୍‌ ଓ ଟ୍ରାଏଲ୍‌ ନେଇ ରିଲାଏନ୍ସ ଜିଓ ପକ୍ଷରୁ ବିଶେଷ କିଛି ତଥ୍ୟ ପ୍ରଦାନ କରାଯାଇ ନାହିଁ, କିନ୍ତୁ ଅନ୍ୟ ଟେଲିକମ୍‌ କମ୍ପାନୀ ଭୋଡାଫୋନ୍‌ ଆଇଡିଆ( Vodafone Idea) ଓ Bharti Airtelକୁ ନେଇ ତଥ୍ୟ ସାମ୍ନାକୁ ଆସିଛି। ଏବେ 5G ଲଞ୍ଚ୍‌ ନେଇ ରିଲାଏନ୍ସ ଜିଓ ଇଶାରା ଦେଇଛି। 

Advertisment

ଖୁବ୍‌ଶୀଘ୍ର ଅର୍ଥାତ୍‌ ଅଗଷ୍ଟ ୧୫ରେ ସାରାଦେଶରେ Reliance Jio ଏହାର 5G ସେବା ଲଞ୍ଚ୍‌ କରିପାରେ। ଏନେଇ ରିଲାଏନ୍ସ ଜିଓର ଚେୟାରମ୍ୟାନ୍‌ ଆକାଶ ଅମ୍ବାନୀ ଇସାରା ଦେଇଛନ୍ତି। ସେ କହିଛନ୍ତି ଯେ, ‘ସାରଦେଶରେ 5G ଲଞ୍ଚ୍‌ କରି ଆମେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବା। ଏଥିସହ ଜିଓ ୟୁଜର୍ସଙ୍କୁ ୱାର୍ଲଡ୍‌ କ୍ଲାସ୍‌, Affordable 5G, 5G Enabled ସେବା ପ୍ରଦାନ କରାଯିବ। 

ରିଲାଏନ୍ସ ଜିଓ ସ୍ପେକ୍ଟ୍ରମ ନିଲାମୀରେ ୮୮,୦୭୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲା। ଜିଓ ଏକମାତ୍ର ଟେଲିକମ୍‌ କମ୍ପାନୀ ଯାହା ପାଖରେ 700 MHz ଏୟାରୱେଭ୍ ରହିଛି। ସବୁଠାରୁ ଉନ୍ନତ କୁହାଯାଉଥିବା ୭୦୦ ମେଗାହର୍ଜ ସମେତ ଅନ୍ୟ ବ୍ୟାଣ୍ଡ୍‌ର ସ୍ପେକ୍ଟ୍ରମ ଜିଓ କିଣିଛି। ୭୦୦ ମେଗାହର୍ଜ ସ୍ପେକ୍ଟ୍ରମରେ ୬ରୁ ୧୦ କିଲୋମିଟର ଯାଏ ସିଗ୍ନାଲ୍‌ ମିଳିପାରିବ। ଟେଲିକମ୍ ଟାଇକୁନ୍ ସୁନୀଲ ଭାରତୀ ମିତ୍ତଲଙ୍କ ଭାରତୀ ଏୟାରଟେଲ୍ ୧୯ ହଜାର ୮୬୭ ମେଗାହର୍ଜ ଏୟାରୱେଭ୍ ୪୩ ହଜାର ୮୪ କୋଟିରେ ନିଲାମୀ ଡାକିଛି।

Advertisment

ଅଦାନୀ ଗ୍ରୁପ୍ ୨୧୨ କୋଟିରେ ୪୦୦ ମେଗାହର୍ଜ ସ୍ପେକ୍ଟ୍ରମକୁ କିଣିଛି। ୨୬ ଜିଗାହର୍ଜ ବ୍ୟାଣ୍ଡ୍‌ର ସ୍ପେକ୍ଟ୍ରମ କିଣିଛି ଅଦାନୀ ଗ୍ରୁପ୍। ସେହିପରି ଭୋଡାଫୋନ୍ ଆଇଡିଆ ଲିମିଟେଡ୍ ୧୮ ହଜାର ୭୮୪ କୋଟିରେ ସ୍ପେକ୍ଟ୍ରମ କିଣିଛି। ମୋଟ ୧ଲକ୍ଷ ୫୦ ହଜାର ୧୭୩ କୋଟି ଟଙ୍କାର ସ୍ପେକ୍ଟ୍ରମ ନିଲାମ ହୋଇଛି। 

Reliance Jio 5G Service 5G Service In India 5G Telecom Services Reliance Jio 5G
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ