Advertisment

ରିଲାଏନ୍ସ ଜିଓରୁ ଇସ୍ତଫା ଦେଲେ ମୁକେଶ ଅମ୍ବାନୀ

ବିଶ୍ୱ ତଥା ଦେଶର ଅନ୍ୟତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓରୁ ଇସ୍ତଫା ଦେବା ପରେ ତାଙ୍କ ପୁଅ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।

Mukesh Ambani

Mukesh Ambani

Advertisment

ଇସ୍ତଫା ଦେଲେ ମୁକେଶ ଅମ୍ବାନୀ । ରିଲାଏନ୍ସ ଜିଓରୁ ଇସ୍ତଫା ଦେଲେ ମୁକେଶ ଅମ୍ବାନୀ । ତାଙ୍କ ସ୍ଥାନରେ ନୂଆ ଚେୟାରମ୍ୟାନ୍‌ ହେଲେ ପୁଅ ଆକାଶ ଅମ୍ବାନୀ । ଆର୍ଥାତ୍‌ ରିଲାଏନ୍ସ ଜିଓର ନୂଆ ମଙ୍ଗୁଆଳ ଆକାଶ ଅମ୍ବାନୀ । ବିଶ୍ୱ ତଥା ଦେଶର ଅନ୍ୟତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓରୁ ଇସ୍ତଫା ଦେବା ପରେ ତାଙ୍କ ପୁଅ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।

Advertisment

ଏବେ ଆକାଶ ରିଲାଏନ୍ସ ଜିଓର ଚେୟାରମ୍ୟାନ ଓ ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାୟିତ୍ୱ ସମ୍ଭାଳିବେ । ଜୁନ ୨୭ ତାରିଖଠାରୁ ମୁକେଶଙ୍କ ଇସ୍ତଫା କାର୍ଯ୍ୟକାରୀ ହେବ । ବୋର୍ଡ ପକ୍ଷରୁ ପଙ୍କଜ ମୋହନ ପାୱାରଙ୍କୁ ରିଲାଏନ୍ସ ଜିଓର ମ୍ୟାନେଜିଂ ଡାଇରେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି । ପଙ୍କଜ ଜୁନ ୨୭ ତାରିଖଠାରୁ ପାଞ୍ଚ ବର୍ଷ ପାଇଁ ଏହି ଦାୟିତ୍ୱରେ ରହିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସୋମବାର ରିଲାଏନ୍ସ ଜିଓର ବୋର୍ଡ ଅଫ ଡିରେକ୍ଟର୍ସ ବୈଠକ ବସିଥିଲା । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ପରେ ନୂଆ ନିଯୁକ୍ତି ଗୁଡ଼ିକ ଉପରେ ମୋହର ବାଜିଛି ।

Advertisment

ସୂଚନାଯୋଗ୍ୟ, ଟ୍ରାଇର ତଥ୍ୟ ଅନୁସାରେ ଏପ୍ରିଲ ମାସରେ ରିଲାଏନ୍ସ ଜିଓ ସହ ଆଉ ୧୬.୮ ଲକ୍ଷ ମୋବାଇଲ ଗ୍ରାହକ ଯୋଡ଼ି ହୋଇଛନ୍ତି। ଏହି ସମୟରେ ଭାରତୀ ଏୟାରଟେଲ ସହ ମାତ୍ର ୮.୧ ଲକ୍ଷ ଲୋକ ଯୋଡ଼ି ହୋଇଥିଲେ। ଦିନକୁ ଦି ରିଲାଏନ୍ସ ଜିଓ ତୁଳନାରେ ଏୟାରଟେଲର ଲୋକପ୍ରିୟତା ମଧ୍ୟ ହ୍ରାସ ପାଉଥିବା ରିପୋର୍ଟ ପ୍ରକାଶ ପାଇଛି ।

Mukesh Ambani Reliance Jio Akash Ambani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ