Advertisment

ଅମାନିଆ ଦିଲ୍ଲୀବାସୀ: ବ୍ୟାନ୍‌ ପରେ ବି ଦୀପାବଳିରେ ଜମେଇ କି ବାଣ ଫୁଟାଇଲେ,ଏବେ ଭୟଙ୍କର ସ୍ଥିତି

ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାର ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଇ ଥିଲେ। ହେଲେ ଦୀପାବଳି ଦିନ ଦିଲ୍ଲୀର ଅନେକ ଅଞ୍ଚଳରେ ବାଣ ଫୁଟା ଯାଇଥିଲା। ଘନ କୁହୁଡ଼ି ଯୋଗୁ ଆଖିରୁ ପାଣି ବାହାରିବା ସହ କାଶ ହେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି।

Delhi Air Pollution

Delhi Air Pollution

Advertisment

ନୂଆଦିଲ୍ଲୀ: ଦୀପାବଳି ପରେ ରାଜଧାନୀ ଦିଲ୍ଲୀରେ ଅବସ୍ଥା ବେହାଲ। ଆଜି ସକାଳେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବା ଯୋଗୁ ଏୟାର କ୍ୱାଲିଟି(ବାୟୁର ମାନ) ‘ଭୟଙ୍କର’ ସ୍ଥିତିରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ବାୟୁର ମାନ ଅତ୍ୟନ୍ତ ନିମ୍ନ ସ୍ତରକୁ ଖସିଛି। 

Advertisment

ଗତ ରାତିରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ମୁଖ୍ୟତଃ ଜନପଥ ଅଞ୍ଚଳରେ ବାୟୁର ମାନ ଅତି ନିମ୍ନ ସ୍ତରକୁ ଖସି ଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ଼ ଅନୁଯାୟୀ, ଏଠାରେ ବାୟୁର ମାନ ଇଣ୍ଡେକ୍ସ ୬୫୫ରେ ପହଞ୍ଚିଛି। ଯାହାକି ସ୍ୱାସ୍ଥ୍ୟ ଉପରେ ଅତି ଭୟଙ୍କର ପ୍ରଭାବ ପକାଇବ ବୋଲି ଜଣାପଡ଼ିଛି।  ପ୍ରଦୂଷଣ ମାତ୍ରା ବଢୁଥିବାରୁ ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି କୁହାଯାଉଛି।

Advertisment

ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାର ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଇ ଥିଲେ। ହେଲେ ଦୀପାବଳି ଦିନ ଦିଲ୍ଲୀର ଅନେକ ଅଞ୍ଚଳରେ ବାଣ ଫୁଟା ଯାଇଥିଲା। ଏହାଦ୍ୱାରା ପ୍ରଦୂଷଣ ସ୍ତର ବୃଦ୍ଧି ପାଇ ୨୫%ରେ ପହଞ୍ଚିଛି। ପ୍ରଦୂଷଣ ରୋକିବା ପାଇଁ ସରକାରଙ୍କ ସମସ୍ତ ପ୍ରୟାସ ଫସର ଫାଟି ଯାଇଥିବା କୁହାଯାଉଛି।

Advertisment

ଦିଲ୍ଲୀ ଜନପଥରେ ଏୟାର କ୍ୱାଲିଟି ‘ଭୟଙ୍କର’ ସ୍ଥିତିରେ ପହଞ୍ଚିଛି। ଶୁକ୍ରବାର ସକାଳେ ଜନପଥରେ Air Quality Indexର ସ୍ତର ୬୫୫.୦୭ ରହିଛି। ଘନ କୁହୁଡ଼ି ଯୋଗୁ ଆଖିରୁ ପାଣି ବାହାରିବା ସହ କାଶ ହେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି। ନୋଏଡା ଓ ଗାଜିଆଦାବରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଏଠାରେ ମଧ୍ୟ ପ୍ରଦୂଷଣର ମାତ୍ରା ଗମ୍ଭୀର ସ୍ଥିତିରେ ପହଞ୍ଚିଛି।

Air Quality Air Pollution Diwali Air Quality Index New Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ