ଭୟଙ୍କର ପ୍ରଦୂଷଣ: ଦିଲ୍ଲୀରେ ହେବ କୃତ୍ରିମ ବର୍ଷା !

ପ୍ରଦୂଷଣ ମାତ୍ରାକୁ ସାମୟିକ ଭାବେ ରୋକିବାକୁ କୃତ୍ରିମ ବର୍ଷା ସମ୍ପର୍କିତ ପ୍ରସ୍ତାବ ସୁପ୍ରିମକୋର୍ଟଙ୍କୁ ଦିଆଯାଇଥିବା ଦିଲ୍ଲୀ  ପରିବେଶ ମନ୍ତ୍ରୀ ଗୋପାଳ ରାୟ  କହିଛନ୍ତି ।

ଦିଲ୍ଲୀରେ ହେବ କୃତ୍ରିମ ବର୍ଷା !

ଭୟଙ୍କର ପ୍ରଦୂଷଣରୁ ବର୍ତ୍ତିବାକୁ ଦିଲ୍ଲୀରେ ହେବ କୃତ୍ରିମ ବର୍ଷା । ଆସନ୍ତା ୨୦ ଓ ୨୧ ତାରିଖରେ ଦିଲ୍ଲୀ ଆକାଶରୁ କୃତ୍ରିମ ବର୍ଷା ପାଇଁ ଯୋଜନା କରାଯାଉଛି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ପ୍ରଦୂଷଣ ମାତ୍ରାକୁ ସାମୟିକ ଭାବେ ରୋକିବାକୁ କୃତ୍ରିମ ବର୍ଷା ସମ୍ପର୍କିତ ପ୍ରସ୍ତାବ ସୁପ୍ରିମକୋର୍ଟଙ୍କୁ ଦିଆଯାଇଥିବା ଦିଲ୍ଲୀ  ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି । ଦିଲ୍ଲୀ ଓ ଏନ୍‌ସିଆର ଅଞ୍ଚଳରେ ବାୟୁ ପ୍ରଦୂଷଣର ମାତ୍ରା ବା ଏୟାର କ୍ୱାଲିଟି ଇଣ୍ଡେକ୍ସ(AQI)ର ମାନ ଅତି ଭୀଷଣ ରହିଛି ।

ସେପଟେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଦିଲ୍ଲୀ ସରକାର ଏବେ ଆପ୍‌ରେ ବୁକ୍ ହେଉଥିବା ଟ୍ୟାକ୍ସି ଚଳାଚଳ ଉପରେ ରୋକ୍ ଲଗାଇଛନ୍ତି । ଅନ୍ୟ ରାଜ୍ୟରୁ ଆସିଥିବା ଟ୍ୟାକ୍ସି ପ୍ରବେଶ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ।

ଅନେକ ଗୁଡ଼ିଏ ଟ୍ୟାକ୍ସିରେ କେବଳ ଜଣେ ମାତ୍ର ଯାତ୍ରୀ ଯାଉଥିବାରୁ ଏହା ଉପରେ ଧ୍ୟାନ ଦେବାକୁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ।