Advertisment

ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ, ମେଡ଼ିକାଲରେ ବଢୁଛି ଶ୍ୱାସ ରୋଗୀଙ୍କ ସଂଖ୍ୟା

ଦୀପାବଳି ଦିନଠାରୁ ବଢିବାରେ ଲାଗିଛି ଦିଲ୍ଲୀ ପ୍ରଦୂଷଣ, ଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବା କାରଣରୁ ବଢୁଛି ରୋଗୀଙ୍କ ସଂଖ୍ୟା

ଅଦ୍ୟତନ ହୋଇଛି
Air Pollution in Delhi

Air Pollution in Delhi

Advertisment

ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ନଭେମ୍ବର ମାସ ପ୍ରଥମରୁ ପ୍ରତିଦିନ ବାୟୁର ମାନ କମିବାରେ ଲାଗିଛି। ରାଜରାସ୍ତାରେ ଗଡୁଥିବା ହଜାର ହଜାର ଗା଼ଡି ମୋଟର ସ୍ଥିତିକୁ ଆହୁରି ବିଗାଡି ଦେଉଛି । ସେପଟେ ଆଗ୍ରାରେ ମଧ୍ୟ ଶରୀର ପ୍ରତି ହାନିକାରକ ସାଜିଛି ବିଷାକ୍ତ ପବନ ।

Advertisment

ବଦଳୁଛି ପାଗ, ବିଗୁଡ଼ିଛି ସନ୍ତୁଳନ। ଅସ୍ୱାସ୍ଥ୍ୟକର ହେଉଛି ଦେଶର ରାଜଧାନୀ ଦିଲ୍ଲୀର ପରିବେଶ। ବିଷ ବଳୟରେ କଲବଲ ହେଉଛନ୍ତି ଲୋକେ। ନଭେମ୍ବର ପହିଲାରୁ ଏମିତି ଚିତ୍ର ସାମ୍ନାକୁ ଆସିଛି। ପ୍ରତିଦିନ ହ୍ରାସ ଘଟୁଛି ବାୟୁର ଗୁଣବତ୍ତା। ଶରୀରକୁ ଯାଉଛି ବିଶାକ୍ତ ପବନ। ସ୍ଥିତିକୁ ଅଧିକ ବିଗାଡ଼ୁଛି ଗାଡ଼ି। ଉତ୍ତର ପ୍ରଦେଶ ଆଗ୍ରାର ସ୍ଥିତି ଅଧିକ ଜଟିଳ ରହିଛି। ଏଠି ବି ଜୀବନ ପାଇଁ ବିପଦ ବିଶାକ୍ତ ପବନ। ବିଷ ବଳୟରେ ରହିଛି ଐତିହାସିକ ସହର ଆଗ୍ରା । ଦିଲ୍ଲୀ ଭଳି ଏଠାରେ ବି ଦେହକୁ ହିତ ନୁହେଁ ଖୋଲା ଆକାଶର ଧୂଆଁମୟ ପବନ।

ଆଗ୍ରାରେ ବିଶାକ୍ତ ପବନ ଯୋଗୁଁ ସ୍ଥିତି ଅତ୍ୟନ୍ତ ଖରାପ ହେଲାଣି। ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଭୋଗୁଥିବା ରୋଗୀ ଏବଂ ଟିବିରେ ପୀଡ଼ିତ ବ୍ୟକ୍ତିଙ୍କୁ ଏହା ଅଧିକ କଷ୍ଟ ଦେଉଛି। ସ୍ୱାସ୍ଥ୍ୟଗତ ସମସ୍ୟା ଅଧିକ ବିଗୁଡୁଥିବାରୁ ଚିକିତ୍ସା ପାଇଁ ଅନେକ ମେଡ଼ିକାଲରେ ବି ଭର୍ତ୍ତି ହୋଇଛନ୍ତି। ନିକଟସ୍ଥ ଏସ୍ଏନ୍ ମେଡିକାଲ କଲେଜରେ ବଢୁଛି ରୋଗୀଙ୍କ ସଂଖ୍ୟା।

Advertisment

ଦୀପାବଳି ପରଠାରୁ ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ହ୍ରାସ ପାଉଛି । ମହାମାରୀ କରୋନା କାଳରେ ବାୟୁ ପ୍ରଦୂଷଣ ଅଧିକ ବିପଦ ସୃଷ୍ଟି କରିଛି । ଆଉ ଏଭଳି ସମୟରେ ସଚେତନ ହୋଇ ସୁରକ୍ଷିତ ରହିବା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜରୁରୀ । କାହିଁକିନା ପାଣିପାଗ ବିଭାଗ ସତର୍କତା ଜାରି କରିଛି , ଆସନ୍ତା ଦୁଇ ମଧ୍ୟରେ ଗୁରୁତର ଭାବେ ହ୍ରାସ ପାଇବ ବାୟୁର ମାନ। ତେବେ ଦୀପାବଳିରେ ବାଣ ଫୁଟାଇବା ବ୍ୟାନ ହୋଇଥିବା ପରେ ମଧ୍ୟ ଅନେକ ଲୋକ ବାଣ ଫୁଟାଇଛନ୍ତି। ତେଣୁ ସେହି ଧୂଆଁରେ ଲୋକେ ଆକ୍ତାମାକ୍ତ ହେଉଛନ୍ତି। ଆଗାମୀ ଦିନରେ ସ୍ଥିତିରେ ସୁଧାର ନଆସିଲେ ପରିସ୍ଥିତି ଭୟଙ୍କର ହେବ ବୋଲି ପରିବେଶବିତ୍ କହିଛନ୍ତି।

Delhi Air Pollution
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ