Advertisment

ନୂଆ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଭି.ଆର୍. ଚୌଧୁରୀ

ଦେଶର ୨୭ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶାଲ ଭି.ଆର୍. ଚୌଧୁରୀ। ବିଦାୟୀ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦନ କରାଯାଇଛି

ଅଦ୍ୟତନ ହୋଇଛି
Air Marshal VR Chaudhari

Air Marshal VR Chaudhari

Advertisment

ନୂଆଦିଲ୍ଲୀ: ଦେଶର ୨୭ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶାଲ ଭି.ଆର୍. ଚୌଧୁରୀ। ବିଦାୟୀ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦନ କରାଯାଇଛି। ପୂର୍ବରୁ ଏୟାର ମାର୍ଶଲ ଥିବା ବିବେକ ଚୌଧରୀଙ୍କର ୩ ହଜାର ୮ଶହ ଘଣ୍ଟା ଯୁଦ୍ଧ ବିମାନ ଉଡ଼ାଇବାର ଅଭିଜ୍ଞତା ଅଛି। ଭାଇସ୍ ଚିଫ୍ ହେବା ଆଗରୁ ସେ ୱେଷ୍ଟର୍ଣ୍ଣ କମାଣ୍ଡ ଦାୟିତ୍ୱରେ ଥିଲେ । ମିଗ୍ ସିରିଜ୍ର ଟ୍ୱେଂଟି ଓ୍ୱାନ୍, ଟ୍ୱେଣ୍ଟି ନାଇଟ୍ ଫ୍ଲାଇଟ୍ ଉଡ଼ାଇବା ସହିତ ସୁଖୋଇ ବି ସେ ଉଡ଼ାଇଛନ୍ତି।

Advertisment

କାରଗିଲ୍ ଯୁଦ୍ଧରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏୟାର ମାର୍ଶଲ ବିବେକ ଚୌଧରୀ ଫ୍ରାନ୍ସରୁ ଅଣାଯାଇଥିବା ରାଫେଲ ପ୍ରୋଗ୍ରାମରେ ମଧ୍ୟ ସେ ଜଡ଼ିତ ଥିଲେ। ଜୁନ୍ ୨୦୨୧ରେ ବାୟୁସେନା ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ୱେଷ୍ଟର୍ଣ୍ଣ ଏୟାର୍ କମାଣ୍ଡରେ କମାଣ୍ଡର୍-ଇନ୍-ଚିଫ୍ ଥିଲେ । ସେ ପରମ ବିଶିଷ୍ଟ ସେବା ମେଡାଲ୍, ଅତି ବିଶିଷ୍ଟ ସେବା ମେଡାଲ୍ ଓ ବାୟୁ ସେନା ମେଡାଲ୍ ପ୍ରାପ୍ତ କରିଛନ୍ତି।

ଆସନ୍ତା ୩ ବର୍ଷ ଯାଏଁ ଏବେ ବିବେକ ରାମ ଚୌଧୁରୀ ବାୟୁସେନା ମୁଖ୍ୟ ପଦରେ ରହିବେ। ଭିଆର୍‌ ଚୌଧୁରୀ ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA) ରୁ ପାସଆଉଟ୍। ସେ ପ୍ରତିରକ୍ଷା ସେବା କର୍ମଚାରୀ ମହାବିଦ୍ୟାଳୟରୁ ସ୍ନାତକ କରିଛନ୍ତି। ଏୟାର ମାର୍ଶଲ ହରଜିତ ସିଂ ଆରୋରାଙ୍କ ସ୍ଥାନରେ ଜୁଲାଇ ୧ରେ ଭି.ଆର ଚୌଧୁରୀଙ୍କୁ ୪୫ତମ ବାୟୁସେନା ଉପାଧ୍ୟକ୍ଷ କରାଯାଇଥିଲା। ଭାରତୀୟ ବାୟୁସେନା (IAF) ରେ ଏହା ହେଉଛି ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ।

Advertisment
Indian Air Force Air Marshal VR Chaudhari
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ