Air Indias Plane Got Stuck Under The Footover Bridge
ନୂଆଦିଲ୍ଲୀ : ଓଭର ବ୍ରିଜ୍ ତଳେ ଫସିଗଲା ପ୍ଲେନ୍ । ରାଜଧାନୀ ଦିଲ୍ଲୀରୁ ଗୁରୁଗ୍ରାମକୁ ସଂଯୋଗ କରୁଥିବା ଏକ ଓଭର ବ୍ରିଜ୍ ତଳେ ଗୋଟେ ପ୍ଲେନ୍ ଅଟକିଯା ରହିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ପ୍ରାୟ ୪୦ ସେକେଣ୍ଡର ଏହି ଭିଡିଓରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ଏକ ଓଭରବ୍ରିଜ୍ ତଳେ ଏହି ବିମାନଟି ଫସି ରହିଥିବାର ଦେଖିବାକୁ ମିଳିଛି । ପ୍ଲେନ୍ଟି ଓଭର୍ ବ୍ରିଜ୍ ତଳେ ଯାଉଥିବାବେଳେ ପ୍ଲେନ୍ଟିର ପଛ ଭାଗଟି ଓଭର ବ୍ରିଜ୍ରେ ଅଟକି ରହିଯାଇଛି ।
ଭିଡିଓଟି ଭାଇରାଲ୍ ହେବା ପରେ ଘଟଣାକୁ ନେଇ ଏୟାର ଇଣ୍ଡିଆ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ବିମାନ କମ୍ପାନୀ ପକ୍ଷରୁ କୁହାଯାଇଛି, ଏହା କୌଣସି ଦୁର୍ଘଟଣା ନୁହେଁ ବରଂ ଏହା ଏକ ଖରାପ୍ ବିମାନକୁ ସ୍ଥାନାନ୍ତରଣ କରାଯାଉଥିଲା । ଏହି ବିମାନଟିକୁ କିଣିଥିବା ଲୋକଟି ସେହି ସମୟରେ ଏହାକୁ ନେଇକି ଯାଉଥିଲା । ଏନେଇ ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି, ‘ଏହା ଏକ ପୁରୁଣା ବିମାନ ଏଟେ, ଯାହାକୁ ଆମେ ବିକ୍ରି କରି ସାରିଛୁ’ ।
ରାସ୍ତାର ଗୋଟିଏ ପାର୍ଶ୍ୱରେ ବିମାନଟିକୁ ନେଇଯାଉଥିବା କାରଣରୁ ଅନ୍ୟ ପାର୍ଶ୍ୱରେ ଟ୍ରାଫିକ୍ ଜାମ୍ ହୋଇଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ, ଓଭର ବ୍ରିଜ୍ ତଳେ ବିମାନର ଆଗ ପଟ ସହଜରେ ବାହାରି ଯାଇଥିଲା ହେଲେ ପଛ ଭାଗ ବ୍ରିଜ ତଳେ ଅଟକି ରହିଯାଇଥିଲା ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633323591.jpg)
ଏନେଇ ଦିଲ୍ଲୀ ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି, ଏହି ଘଟଣାରେ କୌଣସି ଚଳନ୍ତା ବିମାନ ତଥା କାର୍ଯ୍ୟକ୍ଷମ ବିମାନ ନଥିଲା । ଏଟକି ଥିବା ବିମାନ ସହ ଦିଲ୍ଲୀ ବିମାନବନ୍ଦର କୌଣସି ସମ୍ପର୍କ ନାହିଁ । ଏହାସହ ଭିଡିଓରେ ବିମାନଟିକୁ ବିନା ୱିଙ୍ଗରେ ନିଆଯାଉଛି । ଯେଉଁଥିରୁ ସ୍ପଷ୍ଟ ଜଣାପଡୁଛି କି ଏହି ବିମାନଟି ଏକ ଖରାପ ବା ଅଚଳ ବିମାନ । ଯାହାକୁ ଡ୍ରାଇଭର ଠିକ୍ ଭାବରେ ନ ନେଇପାରିବାରୁ , ବିମାନଟି ଓଭର ବ୍ରିଜ୍ ତଳେ ଅଟକି ରହିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633323496.jpg)