Advertisment

Air india: ବିମାନରେ ମିଳିବ ୱାଇ ଫାଇ ସୁବିଧା, ଏହି ୫ ଜିନିଷ ମିସ୍ କରିବେ ଯାତ୍ରୀ

ବିମାନ ଯାତ୍ରା ସମୟେର ଇଣ୍ଟରେନଟର ସୁବିଧା ମିଳିନଥାଏ। ପ୍ରଥମ ଥର ପାଇଁ ଭାରତର ଘରୋଇ ବିମାନର ଯାତ୍ରୀଙ୍କୁ ମିଳିବ ଇଣ୍ଟରନେଟ ସୁବିଧା। ଜାନୁୟାରୀ ୧ ତାରିଖରୁ ଭାରତୀୟ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଇଣ୍ଡିଆ କିଛି ନିର୍ଦ୍ଦଷ୍ଟ ବିମାନରେ ଯାତ୍ରୀ ମାନଙ୍କ ପାଇଁ ୱାଇ ଫାଇ ସେବା ଆରମ୍ଭ କରିଛି।

ଅଦ୍ୟତନ ହୋଇଛି
air india

air india

Advertisment

ବିମାନ ଯାତ୍ରା ସମୟେର ଇଣ୍ଟରନେଟର ସୁବିଧା ମିଳିନଥାଏ। ପ୍ରଥମ ଥର ପାଇଁ ଭାରତର ଘରୋଇ ବିମାନର ଯାତ୍ରୀଙ୍କୁ ମିଳିବ ଇଣ୍ଟରନେଟ ସୁବିଧା। ଜାନୁୟାରୀ ୧ ତାରିଖରୁ ଭାରତୀୟ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଇଣ୍ଡିଆ କିଛି ନିର୍ଦ୍ଦଷ୍ଟ ବିମାନରେ ଯାତ୍ରୀ ମାନଙ୍କ ପାଇଁ ୱାଇ ଫାଇ ସେବା ଆରମ୍ଭ କରିଛି। ପୂର୍ବରୁ ବିମାନ ଯାତ୍ରା କରିବା ସମୟରେ ସମସ୍ତେ ଶୋଇବାକୁ ପସନ୍ଦ କରୁଥିଲେ। ବର୍ତ୍ତମାନ ଇଣ୍ଟରେନଟ ଜରିଆରେ କଲ୍ କରିବା ସମ୍ଭବ ହେଉଥିବା ବେଳେ ଏହା କିଛି ଯାତ୍ରୀଙ୍କ ପାଇଁ ସମସ୍ୟ ମଧ୍ୟ ସୃଷ୍ଟି କରିପାରେ। ସୋସିଆଲ ମିଡିଆରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି। 

Advertisment

୨୦୨୫ ନୂଆ ବର୍ଷକୁ ଏକ ଚମତ୍କାର ଖବର ସହ ସ୍ବାଗତ କରିଥିଲା ଏୟାର ଇଣ୍ଡିଆ। ଏୟାର ବସ ଏ-୩୫୦, ବୋଇଙ୍ଗ ୭୮୭-୯ ଓ ଏୟାର ବସୋ ୩୨୧ ନିଓ ମଡେଲର କିଛି ବିମାନରେ ୱାଇଫାଇ ସେବା ପ୍ରଦାନ କରିବାକୁ କମ୍ପାନୀ ଘୋଷଣା କରିଥିଲା। ଦେଶର ପ୍ରଥମ ବିମାନ କମ୍ପାନୀ ଭାବେ ଘରୋଇ ଯାତ୍ରାରେ ୱାଇଫାଇ ବ୍ୟବହାରର ସୁଯୋଗ ପ୍ରଦାନ କରିଛି ଏୟାର ଇଣ୍ଡିଆ। ଭୁପୃଷ୍ଠରୁ ୧୦ ହଜାର ଫୁଟ ଉପରେ ଯାତ୍ରୀ ମାନେ ମୋବାଇଲ, ଲାପଟପ ଓ ଟାବଲେଟ ବ୍ୟବହାର କରିବାରେ ସକ୍ଷମ ହେବେ। ଫଳରେ ଯାତ୍ରୀ ମାନେ ସୋସିଆଲ ମିଡିଆ ବ୍ୟବହାର କରି ନିଜର ପରିଜନଙ୍କ ସହ ଯୋଗାଯୋଗରେ ରହି ପାରିବେ।

ଏହା ବ୍ୟତୀତ ଅନଲାଇନ କଲ୍ ଓ କ୍ଲାସରେ ମଧ୍ୟ ଯୋଗ ଦେଇ ପାରିବେ କିଛି ଯାତ୍ରୀ। ବିମାନଯାତ୍ରା ସମୟରେ ଭୟ କରୁଥିବା ଯାତ୍ରୀଙ୍କ ପାଇଁ ଏହା ଏକ ଚମତ୍କାର ବ୍ୟବସ୍ଥା। ଯାତ୍ରା କରିବା ସମୟରେ ଅନ୍ୟ ମାନଙ୍କ ସହ ଯୋଗାଯୋଗ ରଖିବା ଆଧୁନିକ ଯୁଗରେ ଆବଶ୍ୟକତାରେ ପରିଣତ ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥାକୁ ଆପଣା ଯାଇଛି ବୋଲି କହିଛନ୍ତି ଏୟାର ଇଣ୍ଡିଆ ଚିଫ କଷ୍ଟମର ଏକ୍ସେପରିଏନ୍ସ ଅଫିସର ରାଜେଶ ଡୋଗ୍ରା। ବିମାନରେ ୱାଇ ଫାଇ ଓ ଇଣ୍ଟରନେଟ ସେବା ନିଶ୍ଚିତ ଭାବେ ବିଳାସପୂର୍ଣ୍ଣ ବ୍ୟବସ୍ଥା ମଧ୍ୟରେ ଆସିବ। ତେବେ ଏହା ସହିତ କିଛି ସମସ୍ୟାର ମଧ୍ୟ ସମ୍ମୁଖୀନ ହବାକୁ ପଡିବ।

Advertisment

କାମରୁ ଦୂରତା - ପୂର୍ବରୁ ବିମାନ ଯାତ୍ରା ସମୟରେ ସମସ୍ତେ କାମରୁ କିଛି ଘଣ୍ଟାର ବିରାମ ପାଉଥିଲେ। ବର୍ତ୍ତମାନ ଏହାକୁ ଆଉ ବାହାନା ଭାବେ ବ୍ୟବହାର କରି ହେବ ନାହିଁ। ଲାପଟପ ଓ ଫୋନକୁ ନିୟମିତ କାମ ସମ୍ପର୍କରେ ମେସେଜ ଆସିବ। ତେବେ ଅନ୍ୟ କିଛି ବ୍ୟକ୍ତିଙ୍କ ପାଇଁ ଏହା ଲାଭଦାୟକ ରହିବ। ଯେଉଁ ମାନେ ସମୟ ନଷ୍ଟ କରିବାକୁ ପସନ୍ଦ କରନ୍ତି ନାହିଁ ଏହା ସେମାନଙ୍କ ପାଇଁ ଲାଭଦାୟକ ରହିବ।

ଅଧିକ ପଢ଼ନ୍ତୁ: ଶପଥ ନେଲେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି

ଝରକା ବାହାର ଦୁନିଆ- ବିମାନ ଯାତ୍ରା ସମୟରେ ସାଧାରଣତଃ ସମସ୍ତେ ଝରକା ପାଖର ସିଟ ଆଶା କରନ୍ତି। ଝରକା ବାହାରର ଦୁନିଆ ଦେଖିବା ପାଇଁ ଲାଗୁଥିବା ପ୍ରତିଦ୍ବନ୍ଦ୍ବିତାରେ ପୂର୍ଣ୍ଣଛେଦ ପକାଇପାରେ ଏହି ଫିଚର। ମୋବାଇଲ ଅଥବା ଅନ୍ୟ ଡିଭାଇସ ଉପରେ ନଜର ରହିଲେ ଝରକା ବାହାରକୁ ଦେଖିବାର ଆଗ୍ରହ ରହିବ ନାହିଁ ବୋଲି ଆଶା କରାଯାଏ।
ପଢିବା- ସାଧାରଣତଃ ଯାତ୍ରା ସମୟରେ ବହି ପଢିବାକୁ ଅନେକ ବ୍ୟକ୍ତି ପସନ୍ଦ କରିଥାନ୍ତି। ତେବେ ଇଣ୍ଟରନେଟର ଉପସ୍ଥିତି ବହି ପଢାର ପ୍ରାଧାନ୍ୟକୁ ଗୌଣ କରିବା ନେଇ ଆଶା କରାଯାଏ।  

Advertisment

ମି ଟାଇମ- ବିମାନ ଯାତ୍ରା ସମୟରେ ଇଣ୍ଟରନେଟ ଅନୁପସ୍ଥିତି କାରଣରୁ ଅନେକ ଯାତ୍ରୀ ଏହାକୁ ମି ଟାଇମ(ବ୍ୟକ୍ତିଗତ ସମୟ) ଭାବେ ବ୍ୟବହାର କରିଥାନ୍ତି। ତେବେ ଇଣ୍ଟରନେଟ ପରେ ଏଥିରେ ବାଧା ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଛି। 
ଶୋଇବା- ବିମାନ ଯାତ୍ରା ସମୟେର ଅନେକ ଯାତ୍ରୀ ବିନା ବାଧାରେ ଶୋଇବାକୁ ପସନ୍ଦ କରିଥାନ୍ତି। ମାତ୍ର ୱାଇଫାଇ ଆସିବା ପରେ ନୋଟିଫିକେସନର ସାଉଣ୍ଡ, କଲର ଟ୍ୟୁନ୍ ସାଉଣ୍ଡରେ ଅନେକଙ୍କ ନିଦ୍ରା ପ୍ରଭାବିତ ହେବାର ଆଶଙ୍କା ରହିଛି। 

ଅଧିକ ପଢ଼ନ୍ତୁ: ଶଙ୍ଖକୁ ବାଏ ବାଏ !! ପଦ୍ମ ଧରିବେ ବିଜେଡି କର୍ପୋରେଟର ଅମରେଶ !!

Air India Free WiFi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ