Advertisment

ଟାଟା ମାଲିକାନାକୁ ଗଲା ଏୟାର୍‌ ଇଣ୍ତିଆ

ଦୀର୍ଘ ୬୮ ବର୍ଷ ପରେ ପୁଣି TATA ପାଖକୁ ଫେରିଲା ଏୟାର ଇଣ୍ତିଆ ବିମାନ। ଏୟାର ଇଣ୍ଡିଆର ଘରୋଇକରଣକୁ ନେଇ ବଡ ଖବର ଆସିଛି । ଋଣଗ୍ରସ୍ତ ଏୟାର ଇଣ୍ଡିଆ ବିକ୍ରୟ କରିବାକୁ ସରକାରଙ୍କ ଉଦ୍ୟମ ଶେଷରେ ସଫଳ ହେଲା। ଏୟାରଇଣ୍ଡିଆ ବିଡ୍‌କୁ ହାତେଇଲା TATA । ଏକ ସାମ୍ବାଦିକ ସମ୍ମିଳନୀ କରି ନିବେଶ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ (DIPAM) ଏହି ସୂଚନା ଦେଇଛି ।

ଅଦ୍ୟତନ ହୋଇଛି
undefined

Air India

Advertisment

ନୂଆଦିଲ୍ଲୀ : ଦୀର୍ଘ ୬୮ ବର୍ଷ ପରେ ପୁଣି TATA ପାଖକୁ ଫେରିଲା ଏୟାର ଇଣ୍ତିଆ ବିମାନ। ଏୟାର ଇଣ୍ଡିଆର ଘରୋଇକରଣକୁ ନେଇ ବଡ ଖବର ଆସିଛି । ଋଣଗ୍ରସ୍ତ ଏୟାର ଇଣ୍ଡିଆ ବିକ୍ରୟ କରିବାକୁ ସରକାରଙ୍କ ଉଦ୍ୟମ ଶେଷରେ ସଫଳ ହେଲା। ଏୟାରଇଣ୍ଡିଆ ବିଡ୍‌କୁ ହାତେଇଲା TATA । ଏକ ସାମ୍ବାଦିକ ସମ୍ମିଳନୀ କରି ନିବେଶ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ (DIPAM) ଏହି ସୂଚନା ଦେଇଛି ।

Advertisment

ଏୟାର ଇଣ୍ଡିଆର ନିର୍ଦ୍ଦିଷ୍ଟ ବିକଳ୍ପ ମେକାନିଜିମ୍ (AISAM) ପ୍ୟାନେଲ୍ ଏୟାର ଇଣ୍ଡିଆର ଆର୍ଥିକ ବିଡ୍ ଉପରେ ନିଷ୍ପତ୍ତି ନେଇଛି। ଏହି ପ୍ୟାନେଲରେ ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ଏବଂ ଅଧିକାରୀ ଅନ୍ତର୍ଭୁକ୍ତ। ଡିପିଏମ୍ ସଚିବ ତୁହିନ୍ କାଣ୍ଟ ପାଣ୍ଡେ କହିଛନ୍ତି ଯେ ବିଡିଂ ପାଇଁ ଅନେକ ଥର ଆବେଦନ କରାଯାଇଥିଲା, କିନ୍ତୁ ଶେଷରେ ସେପ୍ଟେମ୍ବରରେ ଦୁଇ ଜଣ ବିଡରଙ୍କ ନାମ ଚୂଡାନ୍ତ ହୋଇଥିଲା। ଏୟାର ଇଣ୍ଡିଆର ସମସ୍ତ କର୍ମଚାରୀଙ୍କ ଯତ୍ନ ନିଆଯିବ। ଏହା ସେମାନଙ୍କୁ ପ୍ରଭାବିତ କରିବ ନାହିଁ ।

Advertisment

ଟାଟା ଗ୍ରୁପ୍‌ର ଅଜୟ ସିଂ ଏବଂ ସ୍ପାଇସଜେଟ୍ କମ୍ପାନୀ ଏୟାର ଇଣ୍ଡିଆ ପାଇଁ ଟେଣ୍ଡର ପକାଇଥିଲେ। ନିକଟରେ ମିଳିଥିବା ସୂଚନା ଅନୁଯାୟୀ ଏୟାର ଇଣ୍ଡିଆ ପାଇଁ ଟାଟା ଗ୍ରୁପ୍‌କୁ ଚୟନ କରାଯାଇଛି । ଡିସେମ୍ବର ସୁଦ୍ଧା ଟାଟା ଏୟାର ଇଣ୍ଡିଆର ସମସ୍ତ ମାଲିକାନା ପାଇପାରିବ। ୧୯୩୨ ମସିହାରେ ଟାଟା ଏୟାରଲାଇନସ ସ୍ଥାପନ କରାଯାଇଥିଲା ୧୯୪୬ରେ ନାମ ବଦଳାଯାଇ ଏୟାର ଇଣ୍ଡିଆ ରଖାଯାଇଥିଲା।

୨୦୦୭ ରେ, ସରକାର ଏୟାର ଇଣ୍ଡିଆ ଏବଂ ଇଣ୍ଡିଆନ ଏୟାରଲାଇନ୍ସକୁ ମିଶ୍ରଣ କରିଥିଲେ। ମିଶ୍ରଣ ପଛରେ ଇନ୍ଧନ ମୂଲ୍ୟ ବୃଦ୍ଧି, ଘରୋଇ ବିମାନ କମ୍ପାନୀଗୁଡିକର ପ୍ରତିଯୋଗିତା ଏହାର କାରଣ ବୋଲି ସରକାର ଦର୍ଶାଇଥିଲେ। ଯଦିଓ ଏୟାର ଇଣ୍ଡିଆ ୨୦୦୦ ରୁ ୨୦୦୬ ପର୍ଯ୍ୟନ୍ତ ଲାଭବାନ ହେଉଥିଲା, କିନ୍ତୁ ମିଶ୍ରଣ ପରେ ସମସ୍ୟା ଆହୁରି ବଢିଗଲା । କମ୍ପାନୀ ଉପରେ ଦିନକୁ ଦିନ ଋଣ ବୃଦ୍ଧି ପାଇବାରେ ଲାଗିଲା । ୩୧ ମାର୍ଚ୍ଚ ୨୦୧୯ ସୁଦ୍ଧା କମ୍ପାନୀର ୬୦ ହଜାର କୋଟିରୁ ଅଧିକ ଋଣ ରହିଥିଲା। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆକଳନ କରାଯାଇଥିଲା ଯେ ଏହି ବିମାନ ସେବାରେ ୯ ହଜାର କୋଟି କ୍ଷତି ହୋଇପାରେ।

Advertisment
Tata Sons Privatization Air India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ