Advertisment

ଦିଲ୍ଲୀ ବିମାନବନ୍ଦର ନିକଟ ଓଭରବ୍ରିଜ ତଳେ ଫସିଗଲା ଏୟାର ଇଣ୍ଡିଆ ବିମାନ!

ବ୍ରିଜ ତଳେ ଫସିଗଲା ପ୍ଲେନ। ଏହା ହେଖି ତାଜୁବ ହୋଇଗଲେ ଲୋକେ। ଫଟୋ ଉଠାଇଲେ, ଭିଡିଓ ବି କଲେ। ଏହା ପରେ ସୋସିଆଲ ମିଡିଆରେ ଛାଇ ହୋଇଗଲା ପ୍ଲେନର ଫଟୋ ଓ ଭିଡିଓ

Air India

Air India

Advertisment

ନୂଆଦିଲ୍ଲୀ: ବ୍ରିଜ ତଳେ ଫସିଗଲା ପ୍ଲେନ। ଏହା ହେଖି ତାଜୁବ ହୋଇଗଲେ ଲୋକେ। ଫଟୋ ଉଠାଇଲେ, ଭିଡିଓ ବି କଲେ। ଏହା ପରେ ସୋସିଆଲ ମିଡିଆରେ ଛାଇ ହୋଇଗଲା ପ୍ଲେନର ଫଟୋ ଓ ଭିଡିଓ। ଏହା ଦେଖି ସାଧାରଣ ଲୋକଙ୍କ ମନରେ ଉଠିଲା ବିଭିନ୍ନ ପ୍ରଶ୍ନ। କିଏ କହିଲା ବିମାନଟି କେମିତି ଫସିଲା। ରନଓ୍ୱେ ଛାଡି ରାସ୍ତାରେ କାହିଁକି ଯାଉଥିଲା ପ୍ଲେନ। ଏମିତି ଅନେକ ପ୍ରଶ୍ନ ପରେ ଉତ୍ତର ରଖିଛି ଏୟାର ଇଣ୍ଡିଆ। ଏବେ ଜାଣନ୍ତୁ ପୂରା ଘଟଣାଟି। ଆଉ ଭଲ କରି ଦେଖନ୍ତୁ ଏହି ଭିଡ଼ିଓକୁ।

Advertisment

ବେଶ କିଛି ଦିନ ହେବ ସୋସିଆଲ ମିଡିଆରେ ଏହି ଏୟାର ଇଣ୍ଡିଆ ବିମାନର ଭିଡ଼ିଓଟି ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି କୌଣସି ଏକ ଓଭରବ୍ରିଜ ତଳେ ଫସି ରହିଛି ଏୟାର ଇଣ୍ଡିଆର ଏହି ବିମାନ। ଦିଲ୍ଲୀ-ଗୁରୁଗ୍ରାମ ହାଇୱେର ଏକ ଫୁଟ ଓଭରବ୍ରିଜ ତଳେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତାରେ ସମସ୍ତ ଗାଡି ଚଳାଚଳା କରୁଥିବା ବେଳେ ଏୟାର ଇଣ୍ଡିଆର ଏକ ବିମାନ ଆଗ ପଛ ହୋଇ ପାରୁନାହିଁ। ଫଶିଗଲା ଭଳି ବିମାନଟି ଗୋଟିଏ ସ୍ଥାନରେ ଅଟକି ରହିଛି। ହେଲେ ଫଟୋ ଓ ଭିଡିଓ ଦେଖି ବିମାନ କେମିତି ଫସିଗଲା ବୋଲି ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି। ଏସବୁ ଭିତରେ ଏୟାରଲାଇନର ସ୍ପଷ୍ଟ ଉତ୍ତର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

Advertisment

ଜାତୀୟ ଗଣମାଧ୍ୟମରେ ଫଟୋ ଭାଇରାଲ ହେବା ପରେ ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ, ଓଭରବ୍ରିଜ ତଳେ ଫସିଥିବା ବିମାନଟି କୌଣସି ଦୁର୍ଘଟଣା ନୁହେଁ। ବହୁ ଦିନ ପୂର୍ବରୁ ଏହି ପୁରୁଣା ଓ ଖରାପ ବିମାନକୁ ବିକ୍ରି କରାଯିବା ପରେ ଟ୍ରକ ଯୋଗେ ଏହାକୁ ନିଆଯାଉଥିଲା। ହେଲେ ସଠିକ ଆକଳନର ଅଭାବ ଯୋଗୁ ପୁରୁଣା ବିମାନଟି ବ୍ରିଜ ତଳେ ରହି ଯାଇଛି। ଏବେ ବିମାନଟିକୁ ମାଲିକ ବାହାର କରି ନେଇ ଯାଇଛନ୍ତି।

Air India India News Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ