Advertisment

ହଟହଟ୍ଟା କଲା ଏୟାର ଇଣ୍ତିଆ; ଯାତ୍ରୀଙ୍କୁ ମାଗିଲା ଭୁଲ୍‌, ଫେରାଇବ ପୂରା ଟଙ୍କା

ଫ୍ଲାଇଟ୍‌ ଟେକ୍‌ ଅପ୍‌ ସମୟ ବାରମ୍ବାର ବଦଳାଇଲେ ଏୟାର ଇଣ୍ତିଆ କର୍ତ୍ତୃପକ୍ଷ। ଏନେଇ ବିରକ୍ତ ହେଲେ ଯାତ୍ରୀ। ସୋସିଆଲ ମିଡିଆରେ ଏୟାର ଇଣ୍ତିଆର ବିମାନର ଅବହେଳା ନେଇ ଏକ ପୋଷ୍ଟ ମଧ୍ୟ ସେୟାର କରିଥିଲେ।

ଅଦ୍ୟତନ ହୋଇଛି
Air India Flight Delayed

Air India Flight Delayed

Advertisment

ପାସେଞ୍ଜରଙ୍କୁ ଫ୍ଲାଇଟ୍‌ ଟିକେଟ୍‌ ଟଙ୍କା ଫେରାଇଲେ ଏୟାର ଇଣ୍ତିଆ କର୍ତ୍ତୃପକ୍ଷ। ପାସେଞ୍ଜରଙ୍କ ରାଗକୁ ଥଣ୍ତା କରିବା ପାଇଁ ଭୁଲ ମାଗିଲେ ଏବଂ ସମ୍ପୂର୍ଣ୍ଣ ଟିକେଟ୍‌ ଟଙ୍କା ଫେରାଇବା ପାଇଁ ପ୍ରତିଶ୍ରୁତି ବି ଦେଲେ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ ଯାତ୍ରୀ। ଯାହାର ଉତ୍ତର ବି ଦେଇଥିଲେ ଏୟାର ଇଣ୍ତିଆ କର୍ତ୍ତୃପକ୍ଷ।

Advertisment

ଫ୍ଲାଇଟ୍‌ ଟେକ୍‌ ଅପ୍‌ ସମୟ ବାରମ୍ବାର ବଦଳାଇଲେ ଏୟାର ଇଣ୍ତିଆ କର୍ତ୍ତୃପକ୍ଷ। ଏନେଇ ବିରକ୍ତ ହେଲେ ଯାତ୍ରୀ। ସୋସିଆଲ ମିଡିଆରେ ଏୟାର ଇଣ୍ତିଆର ବିମାନର ଅବହେଳା ନେଇ ଏକ ପୋଷ୍ଟ ମଧ୍ୟ ସେୟାର କରିଥିଲେ। ଏନେଇ ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ଟିକେଟ୍‌ର ସମ୍ପୂର୍ଣ୍ଣ ଟଙ୍କା ଫେରାଇ ଦେବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଲେ।

ବାସ୍ତବରେ ଜଣେ ଯାତ୍ରୀ ମୁମ୍ବାଇରୁ ବାଙ୍ଗାଲୋର୍‌ ଯିବା ପାଇଁ ଏୟାର ଇଣ୍ତିଆରେ ଫ୍ଲାଇଟ୍‌ ଟିକେଟ୍‌ କରିଥିଲେ। ବିମାନ ଟେକ୍‌ ଅପ୍‌ର ସମୟ ସକାଳ ୯ଟାରେ ଥିବା ବେଳେ କିଛି କାରଣରୁ ଏହାକୁ ବଦଳାଇ ୧୧ଟା ୪୫ ମିନିଟ୍‌ କରାଯାଇଥିଲା। ଏନେଇ ଯାତ୍ରୀଙ୍କୁ ସକାଳ ୫ଟା ୧୫ରେ ଏକ ମେସେଜ୍‌ ମଧ୍ୟ ଆସିଥିଲା। ପୁଣି ଏହାର ସମୟକୁ ବଦଳାଇ ୯ଟା ୨୫ କରାଗଲା। ଯାହାକୁ ଦେଖି ବିରକ୍ତ ହୋଇପଡ଼ିଲେ ଯାତ୍ରୀ। ଏୟାର ଇଣ୍ତିଆର ଏପରି ବିଳମ୍ବ ପାଇଁ ଯାତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ।

Advertisment

ଯାତ୍ରୀ ଜଣକ ଲେଖିଛନ୍ତି, ମୁଁ ମୋ ଫ୍ଲାଇଟ୍‌ ମିସ୍‌ କରିବାକୁ ଯାଉଛି। କାରଣ ଟେକ୍‌ ଅପ୍‌ର ସମୟ ବାରମ୍ବାର ବଦଳାଇ ଦିଆଯାଉଛି। ଏୟାର ଇଣ୍ତିଆ କର୍ତ୍ତୃପକ୍ଷ କାହିଁକି ଏମିତି କରୁଛନ୍ତି ? ଏୟାର ଇଣ୍ତିଆ ପକ୍ଷରୁ ଆସିଥିବା ମେସେଜ୍‌ର ଏକ ଚିତ୍ର ନିଜ ପୋଷ୍ଟରେ ସେୟାର କଲେ। ଯାହାର ଉତ୍ତର ରଖିଛନ୍ତି ଏୟାର ଇଣ୍ତିଆ କର୍ତ୍ତୃପକ୍ଷ।

Advertisment

କର୍ତ୍ତୃପକ୍ଷ ସେହି ପୋଷ୍ଟର ଉତ୍ତରରେ ଲେଖିଛନ୍ତି, ଆମ ସହ କଥା ହେବାରୁ ଧନ୍ୟବାଦ। ଆମେ ଫ୍ଲାଇଟ୍‌ ବିଳମ୍ବର କାରଣ ଉପରେ ତଦନ୍ତ କରୁଛୁ। ଆମେ ଏଥିପାଇଁ ଏକ ବିକଳ୍ପ ଉପାୟ ଆପଣଙ୍କୁ ଦେଉଛୁ। ଆପଣ ଅନ୍ୟ ଏକ ଫ୍ଲାଇଟ୍‌ରେ ଯାତ୍ରା କରନ୍ତୁ, ନଚେତ୍‌ ଆମେ ଆପଣଙ୍କ ଟିକେଟ୍‌ର ପୁରା ଟଙ୍କା ଫେରସ୍ତ କରିବୁ। ବିଳମ୍ବ ପାଇଁ ଆମେ ଭୁଲ ମାଗୁଛୁ, ଆଗାମୀ ଦିନରେ ଏଭଳି ଭୁଲ ହେବନାହିଁ।

ତେବେ ଏହି ପୋଷ୍ଟ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ପାଞ୍ଚ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିବା ସହ ୫୩୦୦ ଲାଇକ୍‌ ମଧ୍ୟ ମିଳିଛି। ଅନେକ ଏଥିରେ କମେଣ୍ଟ କରିଛନ୍ତି କି, DGCA ଏନେଇ ତଦନ୍ତ କରୁ। ଏଭଳି ଘଟଣା ପାଇଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Air India Flight Flight Delayed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ