Advertisment

Air India Tragedy: ବିମାନ ଦୁର୍ଘଟଣା, ଏୟାର ଇଣ୍ଡିଆ ଦେବ ୨୫ ଲକ୍ଷ

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବ ଏୟାର ଇଣ୍ଡିଆ । ପୂର୍ବରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ ଘୋଷଣା କରିଥିଲା ଟାଟା ସନ୍ସ ।

ଅଦ୍ୟତନ ହୋଇଛି
Air India Tragedy

Air India Tragedy

Advertisment

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛି ଏୟାର ଇଣ୍ଡିଆ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ବ୍ୟକ୍ତି ଏବଂ ପ୍ରତି ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଏୟାର ଇଣ୍ଡିଆ ଘୋଷଣା କରିଛି । ପୂର୍ବରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ ଆର୍ଥିକ ସହାୟତା ପାଇଁ ଘୋଷଣା କରିଥିଲା ଟାଟା ସନ୍ସ । ଏବେ ଏୟାର ଇଣ୍ଡିଆର ଘୋଷଣା ପରେ ପ୍ରତ୍ୟେକ ମୃତକଙ୍କ ପରିବାର କୋଟିଏ ୨୫ ଲକ୍ଷ ଟଙ୍କା ପାଇବେ । 

Advertisment

ଏୟାର ଇଣ୍ଡିଆ ସିଇଓ କ୍ୟାମ୍ପବେଲ ୱିଲସନ କହିଛନ୍ତି, ''ଏୟାର ଇଣ୍ଡିଆର ପରିଚାଳନା ଟିମ୍‌ ଅହମ୍ମଦାବାଦ ସହରରେ ଅଛନ୍ତି । ଯେତେଦିନ ପର୍ଯ୍ୟନ୍ତ ଆବଶ୍ୟକ ଆମେ ସହରରେ ଉପସ୍ଥିତ ରହିବୁ । ଏୟାର ଇଣ୍ଡିଆ ପ୍ରତ୍ୟେକ ମୃତକ ଏବଂ ପୀଡିତଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବ ।'' 

ସେହିପରି ଏୟାର ଲାଇନ୍ସ ପକ୍ଷରୁ 'X'ରେ ଏକ ପୋଷ୍ଟରେ ଘୋଷଣା କରାଯାଇଛି, ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ସହ ଏୟାର ଇଣ୍ଡିଆ ଛିଡା ହୋଇଛି । ଏଭଳି ଦୁଃଖଦ ସମୟରେ ଆମର ଟିମ୍‌ ଗ୍ରାଉଣ୍ଡରେ ରହି ଯଥାସମ୍ଭବ ଯତ୍ନ ଓ ସାହାଯ୍ୟ ଯୋଗାଇ ଦେବାକୁ ଚେଷ୍ଟା କରୁଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ସେବେ ରୁଆଙ୍ଗସକ ଆଉ ଏବେ ବିଶ୍ୱାସ; ସିଟ୍‌ 11A ପଛର କ'ଣ ରହସ୍ୟ...

ଏୟାର ଇଣ୍ଡିଆର ବୋଇଂ 787-8 ବିମାନ ଦୁର୍ଘଟଣାକୁ ଆଜକୁ ବିତିଛି ୨ ଦିନ । ୧୨ ଜୁନ ସମୟ ଦିନ ୧ଟା ୩୮ ମିନିଟରେ ଅହମ୍ମଦାବାଦ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଉଡାଣ ଭରିଥିଲା ଏୟାର ଇଣ୍ଡିଆ ବିମାନ । ଟେକ୍-ଅଫ୍‌ର ମାତ୍ର ୫ ମିନିଟ୍‌ରେ କ୍ରାସ୍ ହୋଇଯାଇଥିଲା । ବିମାନରେ ୨୩୦ ଜଣ ଯାତ୍ରୀଙ୍କ ସହ ୧୨ ଜଣ କ୍ରିଉ ମେମ୍ବର ଥିଲେ । ଏହି ବିମାନ କ୍ରାସ ଘଟଣାରେ ୨୭୪ ଜଣଙ୍କ ମୃତ୍ୟୁ ହୋଇଛି  । ଏହି ଦୁର୍ଘଟଣାରେ ବିଜେ ମେଡିକାଲ କଲେଜର ୧୦ ଡାକ୍ତରଙ୍କ ସମେତ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।  

Air India Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ