Advertisment

କଠିନ ଦଣ୍ଡରେ ଦଣ୍ଡିତ ହେବେ ଏକାଧିକ ବାୟୁସେନା ଅଧିକାରୀ !

ଘଟଣାକୁ ମାସେ ପୂରିବା ଆଗରୁ ତଦନ୍ତ ଶେଷ ହୋଇଛି।

Accidental Firing of Missile

Accidental Firing of Missile

Advertisment

ଭୁଲ୍‌ରେ ପାକିସ୍ତାନକୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଛଡ଼ାଯିବା ପଛରେ ଦାୟୀ ଏକାଧିକ ବାୟୁସେନା ଅଧିକାରୀ। ଖୁବଶୀଘ୍ର ସେମାନଙ୍କ ପାଇଁ କଠିନ ଦଣ୍ଡ ଘୋଷଣା କରାଯିବ ବୋଲି କହିଛି ଭାରତୀୟ ବାୟୁସେନା। ଗତ ମାର୍ଚ୍ଚ ୯ ତାରିଖରେ ଉତ୍ତର ଭାରତରୁ ଏକ ବ୍ରହ୍ମୋସ୍ ମିଜାଇଲ୍ ଭୁଲବଶତଃ ଫାୟାର୍ ହୋଇଯାଇଥିଲା ଏବଂ ତାହା ଯାଇ ପାକିସ୍ତାନରେ ପଡ଼ିଥିଲା।

Advertisment

ଏଥିରେ ଯୁଦ୍ଧାସ୍ତ୍ର ଲାଗିନଥିବାରୁ ମିଜାଇଲ୍‌ଟି କୌଣସି ବିଶେଷ କ୍ଷୟକ୍ଷତି ଘଟାଇନଥିଲା, ତଥାପି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଭାରତ ସରକାର। ଏୟାର୍ ଭାଇସ୍ ମାର୍ଶଲ୍ ଆର୍.କେ. ସିହ୍ନା ଏହାର ତଦନ୍ତ କରିଛନ୍ତି। ଘଟଣାକୁ ମାସେ ପୂରିବା ଆଗରୁ ତଦନ୍ତ ଶେଷ ହୋଇଛି।

ସମ୍ପୃକ୍ତ ଅଘଟଣ ପାଇଁ ମିଜାଇଲ୍ ସ୍କ୍ବାଡନ୍‌ର ଏକାଧିକ ଅଧିକାରୀ ଦାୟୀ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।  କୋର୍ଟ ଅଫ୍ ଇନକ୍ୱାରୀରେ ମଧ୍ୟ, ମିଜାଇଲର ରୁଟିନ୍ ରକ୍ଷଣାବେକ୍ଷଣ ଓ ଯାଞ୍ଚ ବେଳେ ଏସ୍ଓପିର ଉଲ୍ଲଂଘନ ହୋଇଥିବା ଦର୍ଶାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ