Advertisment

ମହିଳା ବାୟୁସେନା ଅଧିକାରୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲା:୨ ଫିଙ୍ଗର ଟେଷ୍ଟକୁ ଖଣ୍ଡନ କଲେ ବାୟୁସେନା ମୁଖ୍ୟ

କୋଏମ୍ବାଟୁରରେ ମହିଳା ବାୟୁସେନା ଅଧିକାରୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ପୀଡ଼ିତାଙ୍କ ୨ ଫିଙ୍ଗର ଟେଷ୍ଟ କରାଯାଇନି। ଏନେଇ  ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭି.ଆର୍. ଚୌଧୁରୀ।

ଅଦ୍ୟତନ ହୋଇଛି
Air Force Chief

Air Force Chief

Advertisment

ନୂଆଦିଲ୍ଲୀ: କୋଏମ୍ବାଟୁରରେ ମହିଳା ବାୟୁସେନା ଅଧିକାରୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ପୀଡ଼ିତାଙ୍କ ୨ ଫିଙ୍ଗର ଟେଷ୍ଟ କରାଯାଇନି। ଏନେଇ  ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭି.ଆର୍. ଚୌଧୁରୀ।

Advertisment

ଏକ ପ୍ରେସ୍‌ମିଟ୍‌ରେ ସାମ୍ବାଦିକଙ୍କ ପ୍ରଶ୍ନରେ ବାୟୁସେନା ମୁଖ୍ୟ କହିଛନ୍ତି, ଏଭଳି ଘଟଣା ପାଇଁ ବାୟୁସେନାରେ କଠୋର ନିୟମ ରହିଛି। ପୀଡିତାଙ୍କ କୌଣସି ୨ ଫିଙ୍ଗର ଟେଷ୍ଟ କରାଯାଇ ନାହିଁ। ଏନେଇ ଗଣମାଧ୍ୟମରେ ଭୁଲ୍ ଖବର ପ୍ରଚାରପ୍ରସାର ହୋଇଛି।

Advertisment

ପୀଡ଼ିତାଙ୍କ ଅଭିଯୋଗକୁ ଗୁରତ୍ୱର ସହ ନେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ତଦନ୍ତ ରିପୋର୍ଟ ଆଧାରରେ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

କୋଏମ୍ବାଟୁରରେ ଥିବା ବାୟୁସେନା କଲେଜରେ ଜଣେ ମହିଳା ଅଧିକାରୀ ତାଙ୍କ ପୁରୁଷ ସହଯୋଗୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏନେଇ  ମହିଳା ବାୟୁସେନା ଅଧିକାରୀ ଗତମାସ ୨୫ ତାରିଖରେ ଅଭିଯୋଗ କରିଥିଲେ। ସେହି ଦିନ ହିଁ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା।  ତେବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାର ତଦନ୍ତ ଦାୟିତ୍ୱ ବାୟୁ ସେନାକୁ ହସ୍ତାନ୍ତର କରାଯାଇଛି। 

Advertisment
Rape Case Air Force Chief
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ