Advertisment

ଟ୍ରକ୍‌ କେବିନରେ AC ଲାଗିବା ବାଧ୍ୟତାମୂଳକ, ଥଣ୍ଡା ପବନ ଖାଇ ଗାଡ଼ି ଚଳାଇବେ ଡ୍ରାଇଭର୍‌

ଟ୍ରକ୍‌ ଡ୍ରାଇଭର୍‌ଙ୍କୁ ବି ମିଳିବ ଏସି ହୱା, ନିଷ୍ପତ୍ତି ଉପରେ ବାଜିଲା ମୋହର

ଅଦ୍ୟତନ ହୋଇଛି
AC cabins for truck drivers

AC cabins for truck drivers

Advertisment

ପ୍ରଚଣ୍ଡ ଖରାରେ ଗାଡ଼ି ଚଳାଉଥିବା ଟ୍ରକ୍‌ ଡ୍ରାଇଭରଙ୍କୁ ଆଶ୍ୱସ୍ତି । ଆଉ ଗରମରେ ଛାଳନାଳ ହୋଇ ମାଲ୍‌ ପହଞ୍ଚାଇବାକୁ ପଡ଼ିବ ନାହିଁ । ୨୦୨୫ ମସିହାରୁ ସମସ୍ତ ଟ୍ରକର କେବିନରେ ଏୟାର କଣ୍ଡିସନର ଲଗାଇବା ବାଧ୍ୟତାମୂଳକ ହେବ । ଫଳରେ ପ୍ରତିଦିନ ୧୧-୧୨ ଘଣ୍ଟା କାମ କରୁଥିବା ଡ୍ରାଇଭରମାନେ ଏସି ପବନ ଖାଇ ଶାନ୍ତିରେ ଗାଡ଼ି ଚଳାଇପାରିବେ ।

Advertisment

ଅନେକ ସମୟରେ କଠିନ ପରିସ୍ଥିତିରେ ହେଉ କିମ୍ବା ଦୀର୍ଘ ଦୂରତା ପାଇଁ ପ୍ରାୟ ଟ୍ରକ୍ ଦୁର୍ଘଟଣା ହେବାର ଦେଖିବାକୁ ମିଳିଥାଏ । ତେବେ ଭଲଭୋ ଭଳି ବହୁରାଷ୍ଟ୍ରକୀୟ ଟ୍ରକ୍ ନିର୍ମାତା କମ୍ପାନି ଏସି କେବିନ ତିଆରି କରୁଥିବା ବେଳେ ଅନେକ ଯୁକ୍ତିତର୍କ ପରେ ମଧ୍ୟ ଭାରତୀୟ କମ୍ପାନି ଗୁଡ଼ିକ ବର୍ଷ ବର୍ଷ ଧରି ଏହାକୁ ଅଣଦେଖା କରୁଛନ୍ତି । ଏହାକୁ ନେଇ ସୋମବାର ଦିନ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ବଡ଼ ଘୋଷଣା କରିଛନ୍ତି ।

ଟ୍ରକର କେବିନରେ ଏସି ଲଗାଇବା ବାଧ୍ୟତାମୂଳକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ସଡ଼କ ପରିବହନ ମନ୍ତ୍ରୀ । ପ୍ରଥମେ ୨୦୧୬ ରେ ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ପ୍ରସ୍ତାବ ଦିଆଯାଇଥିଲା । ଅନ୍ୟ ଦେଶରେ ଟ୍ରକ ଡ୍ରାଇଭର ପାଇଁ ନିର୍ଦ୍ଦିଷ୍ଟ ଡ୍ୟୁଟି ସମୟ ଥିବା ବେଳେ ଭାରତରେ ଅତ୍ୟନ୍ତ ଗରମ ପରିବେଶରେ ମଧ୍ୟ ଡ୍ରାଇଭର ୧୨ କିମ୍ବା ୧୪ ଘଣ୍ଟା ପାଇଁ ଗାଡି ଚଳାନ୍ତି । ଏଣୁ ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଭଦାୟକ ହେବ ବୋଲି ଆଶା କରାଯାଇଛି ।

Advertisment
Trucks
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ