Advertisment

ଏକକାଳୀନ ଇସ୍ତଫା ଦେଲେ ରାଜସ୍ଥାନ ସରକାରଙ୍କ ସମସ୍ତ ମନ୍ତ୍ରୀ

ଗତ ଶୁକ୍ରବାର ୩ ଜଣ ମନ୍ତ୍ରୀ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ। ପଦରୁ ଓହରି ଯାଇ ଦଳରେ ରହି କାମ କରିବାକୁ ଆଗ୍ରହ ଥିବା କଥା ଦର୍ଶାଇଥିଲେ ନିଜ ଇସ୍ତଫା ପତ୍ରରେ।

Rajasthan chief minister Ashok Gehlot

Rajasthan chief minister Ashok Gehlot

Advertisment

ରାଜସ୍ଥାନ: ବଦଳିବ ଗେହଲଟ୍ ସରକାରଙ୍କ କ୍ୟାବିନେଟ୍‌ର ରୂପରେଖ। ସଂପ୍ରସାରଣ ପୂର୍ବରୁ ଏକକାଳୀନ ଇସ୍ତଫା ଦେଇଛନ୍ତି ରାଜସ୍ଥାନ ସରକାରଙ୍କ ସମସ୍ତ ମନ୍ତ୍ରୀ। ଆସନ୍ତାକାଲି ଅପରାହ୍ନ ୪ଟାବେଳେ ନୂଆ ମନ୍ତ୍ରୀ ଭାବେ ଶପଥନେବେ। ତାପୂର୍ବରୁ ଆସନ୍ତାକାଲି ପିସିିସି କାର୍ଯ୍ୟାଳୟରେ ଏକଜୁଟ୍ ହେବେ ସମସ୍ତ ନେତା ଓ ବିଧାୟକ।ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପୂର୍ବରୁ ଆଜି ଅଶୋକ ଗେହଲଟଙ୍କ ବାସଭବନରେ ହୋଇଥିବା ବୈଠକରେ ସବୁ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଗେହଲଟଙ୍କୁ ନିଜର ଇସ୍ତଫା ଦେଇଛନ୍ତି।

Advertisment

ମନ୍ତ୍ରୀ ପରିଷଦର ବୈଠକ ପରେ ରାଜ୍ୟ ପରିବହନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଗତ ଶୁକ୍ରବାର ୩ ଜଣ ମନ୍ତ୍ରୀ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ। ପଦରୁ ଓହରି ଯାଇ ଦଳରେ ରହି କାମ କରିବାକୁ ଆଗ୍ରହ ଥିବା କଥା ଦର୍ଶାଇଥିଲେ ନିଜ ଇସ୍ତଫା ପତ୍ରରେ।

ଆଜି ମୁଖ୍ୟମନ୍ତ୍ରୀ ଗେହଲଟ୍ ତିନି ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରିଥିଲେ। ତେବେ ଆସନ୍ତାକାଲି ହେବାକୁ ଥିବା ଶପଥଗ୍ରହଣବେଳେ ସଚିନ୍ ପାଇଲଟଙ୍କ ଅଧା ଡଜନ୍ ସମର୍ଥକ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେମାନେ ନିଜ ତରଫରୁ ହିଁ ଦଳ ପାଇଁ କାମ କରିବାକୁ ଚାହୁଁଥିବା ହାଇକମାଣ୍ଡଙ୍କୁ ଜଣାଇଥିବା କୁହାଯାଉଛି। ବର୍ତ୍ତମାନ ଗେହଲଟଙ୍କ କ୍ୟାବିନେଟରେ ୯ଟି ପଦ ଖାଲି ରହିଛି। ସଚିନ ପାଇଲଟ ତାଙ୍କ କ୍ୟାମ୍ପରୁ ୪ରୁ ୫ ଜଣ ବିଧାୟକଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ଦେବାକୁ ଲବି ଚଳାଇଛନ୍ତି।

Advertisment

ଗତବର୍ଷ ଗେହଲଟ ସରକାରଙ୍କ ବିରୋଧରେ ସଚିନ ପାଇଲଟଙ୍କ ସମର୍ଥକମାନେ ବିଦ୍ରୋହ ଘୋଷଣା କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ସଚିନ ଆଣ୍ଡ କୋ ଦିଲ୍ଲୀରେ ଡେରା ପକାଇଥିଲେ। ଶେଷରେ ଗାନ୍ଧି ପରିବାର ଗେହଲଟ ଓ ପାଇଲଟ କଳିରେ ହସ୍ତକ୍ଷେପ କରି ସବୁ କିଛିକୁ ସମାଧାନ କରିଥିଲେ। ଏହି ସମୟରେ ସଚିନ ପାଇଲଟ ଉଠାଇଥିବା ଦାବି ଗୁଡ଼ିକୁ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।

Ashok Gehlot Rajsthan Resignation Letter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ