Advertisment

ସୋମବାର ଆସିବ କୃଷି ଆଇନ ଉଚ୍ଛେଦ ବିଲ୍ : ଆନ୍ଦୋଳନରୁ ଓହରିବାକୁ କୃଷକଙ୍କୁ ନିବେଦନ କଲେ କେନ୍ଦ୍ର କୃଷିମନ୍ତ୍ରୀ

କେନ୍ଦ୍ର ସରକାର ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ ମଧ୍ୟ କୃଷକ ସଂଗଠନ ଏହି ପ୍ରତିବାଦ ଶେଷ କରିବାକୁ ପ୍ରସ୍ତୁତ ନୁହଁନ୍ତି । ବର୍ତ୍ତମାନ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପୁଣି ଥରେ ଚାଷୀଙ୍କୁ ଘରକୁ ଫେରିବା ପାଇଁ ନିବେଦନ କରିଛନ୍ତି। ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ସରକାର କୃଷି ଆଇନ ପ୍ରତ୍ୟାହାର ପାଇଁ ଏକ ବିଲ୍ ଆଗତ କରିବେ ବୋଲି ଟୋମାର କହିଛନ୍ତି।

ଅଦ୍ୟତନ ହୋଇଛି
Narendra Singh Tomar

Narendra Singh Tomar

Advertisment

ନୂଆଦିଲ୍ଲୀ : କୃଷି ଆଇନ ପ୍ରତ୍ୟାହାର ଲାଗି ବିଧେୟକ ସୋମବାର ଦିନ ସଂସଦରେ ଉପସ୍ଥାପନ କରାଯିବ । ନଭେମ୍ବର ୨୯ ସୋମବାର ଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଥିବା ବେଳେ ପ୍ରଥମ ଦିନରେ ହିଁ ବିଧେୟକ ଆଗତ କରାଯିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି । ଏହାସହ ସଂସଦୀୟ ପ୍ରକ୍ରିୟାରେ ଆଇନ ଉଚ୍ଛେଦ କରାଯିବ । ତେବେ ଏମଏସପି ପ୍ରସଙ୍ଗରେ କୃଷକମାନେ ଅଡ଼ି ବସିଥିବା ନେଇ ସେ କହିଛନ୍ତି ଯେ, ଏମଏସପି ସଂପର୍କରେ ନିଷ୍ପତ୍ତି ଲାଗି କମିଟି ଗଠନ ହୋଇଛି । ଏହି କମିଟିରେ କୃଷକ ସଂଗଠନରୁ ହିଁ ପ୍ରତିନିଧି ରହିବେ ।

Advertisment

କ୍ରପ୍ ଡାଇଭର୍ସିଫିକେସନ, ଜିରୋ ବଜେଟ୍ ଫାର୍ମିଂ ଓ ଏମଏସପି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଦିଗରେ କମିଟି ବିଚାର ବିମର୍ଷ କରିବ । ସେ ଆହୁରି କହିଛନ୍ତି ଅନଡ଼ା ଜାଳିବା ଘଟଣାକୁ ଅପରାଧ ବୋଲି ବିବେଚନା ନ କରିବା ନେଇ ହୋଇଥିବା ଦାବିକୁ ବିଚାର ପାଇଁ ଗ୍ରହଣ କରାଯାଇଛି । କେନ୍ଦ୍ର ସରକାର ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ ମଧ୍ୟ କୃଷକ ସଂଗଠନ ବିକ୍ଷୋଭ ଶେଷ କରିବାକୁ ପ୍ରସ୍ତୁତ ନୁହଁନ୍ତି । ସରକାର ଘୋଷଣା କରିବା ପରେ ଆଉ ଆନ୍ଦୋଳନ କରିବା ଠିକ୍ ନୁହଁ ବୋଲି ସେ କହିଛନ୍ତି ।

ଏଣୁ ଚାଷୀମାନେ ନିଜ ନିଜ ଘରକୁ ଫେରିଯିବାକୁ ସେ ନିବେଦନ କରିଛନ୍ତି । ଏହାଛଡ଼ା ଆନ୍ଦୋଳନକୁ ନେଇ ଚାଷୀଙ୍କ ବିରୋଧରେ ହୋଇଥିବା ମୋକଦ୍ଦମା ସଂପର୍କରେ ସେ କହିଛନ୍ତି ଯେ, ଏହା ରାଜ୍ୟ ସରକାରଙ୍କ କ୍ଷମତା ପରିସରର କଥା ଏଣୁ ସେମାନେ ଏହା ଉପରେ ପଦକ୍ଷେପ ନେବେ ବୋଲି ତୋମାର କହିଛନ୍ତି ।

Advertisment
Narendra Tomar Farm Laws Repeal Bill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ