Advertisment

‘ଅଗ୍ନିପଥ’ ନିଆଁ: ସିକନ୍ଦରାବାଦ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ୍‌ ଗିରଫ, ହ୍ୱାଟ୍ସଆପ୍‌ରେ ଗ୍ରୁପ୍‌ କରି ଉସୁକାଉ ଥିଲେ...

‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ତେଲେଙ୍ଗାନାର ସିକନ୍ଦରାବାଦ ରେଲ୍‌ୱେ ଷ୍ଟେସନରେ ହୋଇଥିବା ହିଂସାକାଣ୍ଡ ଘଟଣାର ମାଷ୍ଟମାଇଣ୍ଡକୁ ପୋଲିସ୍‌ ଗିରଫ କରିଛି। ଏହି ହିଂସାକାଣ୍ଡରେ ଆନ୍ଦୋଳନକାରୀମାନେ ବହୁ ସଂଖ୍ୟକ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଥିଲେ।

ଅଦ୍ୟତନ ହୋଇଛି
'Agnipath' Protests: Secunderabad Violence 'Mastermind' Arrested

'Agnipath' Protests: Secunderabad Violence 'Mastermind' Arrested

Advertisment

‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ତେଲେଙ୍ଗାନାର ସିକନ୍ଦରାବାଦ ରେଲ୍‌ୱେ ଷ୍ଟେସନରେ ହୋଇଥିବା ହିଂସାକାଣ୍ଡ ଘଟଣାର ମାଷ୍ଟମାଇଣ୍ଡକୁ ପୋଲିସ୍‌ ଗିରଫ କରିଛି। ପୂର୍ବତନ ସେନାଧିକାରୀ  ଅଭୁଲା ସୁବା ରାଓଙ୍କୁ ପୋଲିସ୍‌ ଗିରଫ କରିଥିବା ସୂଚନା ମିଳିଛି। ଏହି ହିଂସାକାଣ୍ଡରେ ଆନ୍ଦୋଳନକାରୀମାନେ ବହୁ ସଂଖ୍ୟକ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ୍‌ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳି ଚଳାଇଥିଲା ଓ ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିଲା। 

Advertisment

ସୂଚନା ଅନୁସାରେ, ଅଭୁଲା ସୁବା ହ୍ୱାଟ୍ସଆପ୍‌ରେ ଗ୍ରୁପ୍‌ କରି ସିକନ୍ଦରାବାଦରେ ହିଂସାକାଣ୍ଡକୁ ଉସୁକାଇବା ସହ ଭଙ୍ଗାରୁଜା ଘଟଣାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅଭୁଲାଙ୍କ ଘର ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ। ସେନାରେ ଭର୍ତ୍ତି ଲାଗି ଆଶାୟୀଙ୍କ ପାଇଁ ଅଭୁଲା ହାଇଦ୍ରାବାଦର Narsaraopet ସ୍ଥିତ ଏକ ଟ୍ରେନିଂ ଏକାଡେମୀ ଚଲାଉଛନ୍ତି। ତେବେ ହିଂସାକାଣ୍ଡ ପଛରେ ତାଙ୍କ ହାତ ଥିବା ଜଣାପଡ଼ିବା ପରେ ଶନିବାର ଦିନ ପୋଲିସ୍‌ ତାଙ୍କୁ ଗିରଫ କରି ପଚରାଉଚରା ଚଳାଇଛି। 

ସୂଚନାଥାଉ କି, ସିକନ୍ଦରାବାଦ ରେଲ୍‌ୱେ ଷ୍ଟେସନରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ୱାରଙ୍ଗାଲର ୧୯ ବର୍ଷୀୟ ରାଜେଶଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ୧୨ରୁ ଅଧିକ ଆହତ ହୋଇଥିଲେ। ଆନ୍ଦୋଳନକାରୀମାନେ ବହୁ ସଂଖ୍ୟକ ପାସେଞ୍ଜର ଟ୍ରେନ୍‌ରେ ନିଆଁ ଲଗାଇବା ସହ ସର୍ବସାଧାରଣ ସମ୍ପତ୍ତି ସବୁ ନଷ୍ଟ କରିଥିଲେ। ଘଟଣାକୁ ନେଇ ଆଦୋନି, କୁର୍ଣ୍ଣୁଲ୍‌, ଗୁଣ୍ଟୁର, ନେଲୋର, Amadalavalasa, ବିଶାପାଟନମ୍‌, ୟାଲାମଞ୍ଚିଲିରୁ ବହୁ ସଂଖ୍ୟକ ଲୋକଙ୍କୁ ପୋଲିସ୍‌ ଗିରଫ କରିଥିଲା। 

Advertisment

୩ ସେନା ବାହିନୀରେ ଅଗ୍ନିବୀର ଭାବେ ଯୁବକ ଯୁବତୀଙ୍କୁ ଭର୍ତ୍ତି କରିବା ପାଇଁ କିଛି ଦିନ ପୂର୍ବେ ‘ଅଗ୍ନିପଥ’ ଯୋଜନା ଘୋଷଣା ହୋଇଥିଲା। ତେବେ ଏଥିରେ ୪ ବର୍ଷ ଚାକିରି ଅବଧିକୁ ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ କରାଯାଇଛି। ଏବେ ବି ବିରୋଧ ପ୍ରଦର୍ଶନ ଜାରି ରହିଛି। 

Agnipath Agnipath Scheme Agnipath Protest Agnipath Recruitment Scheme
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ