ବାୟୁସେନାରେ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା: ପଞ୍ଜିକରଣ ପାଇଁ ପହଞ୍ଚିଲାଣି ୫୬, ୯୬୦ଟି ଆପ୍ଲିକେସନ୍

ଅଗ୍ନିପଥ ଯୋଜନାରେ ୩୦ଟି ସ୍ଲଟ୍ ପାଇଁ ଆଜି ସୁଦ୍ଧା ବାୟୁସେନା ୫୬ ହଜାର ୯୬୦ଟି ଆବେଦନପତ୍ର ଗ୍ରହଣ କରିସାରିଥିବା ସୂଚନା...

Agnipath recruitment scheme: IAF receives 56,960 applications within 3 days of registration

ଅଗ୍ନିପଥ ଯୋଜନାରେ ପଞ୍ଜିକରଣ ପାଇଁ ଭାରତୀୟ ବାୟୁସେନା ୫୬ ହଜାର ୯୬୦ଟି ଆବେଦନପତ୍ର ଗ୍ରହଣ କରିସାରିଲାଣି । ୩୦ଟି ସ୍ଲଟ୍ ପାଇଁ ଆଜି ସୁଦ୍ଧା ଏତିକି ଆବେଦନପତ୍ର ପହଞ୍ଚିଥିବା ବାୟୁସେନା ପକ୍ଷରୁ ସ୍ପଷ୍ଟ ହୋଇଛି । ପ୍ରତିବାଦ ଏବଂ ବିକ୍ଷୋଭର ସପ୍ତାହକ ପରେ ପରେ ବିଭିନ୍ନ ରାଜ୍ୟରେ ଯୋଜନା ସପକ୍ଷରେ ଭଲ ରେସପନ୍ସ ମିଳିଛି ।

ସେହିପରି ଆସନ୍ତା ଜୁଲାଇ ୫ ତାରିଖରେ ଭାରତୀୟ ବାୟୁସେନା ପାଇଁ ଅଗ୍ନିପଥ ଯୋଜନାର ନିଯୁକ୍ତି ପ୍ରକ୍ରିୟା ସରୁଛି । ଭାରତୀୟ ବାୟୁସେନା ୩ ହଜାର ଅଗ୍ନିବୀର ନିଯୁକ୍ତ କରିବାକୁ ଲକ୍ଷ୍ୟ ରଖିଛି । ଏହାସହ ଡିସେମ୍ବର ୩୦ ତାରିଖ ସୁଦ୍ଧା ପ୍ରଶିକ୍ଷଣ ଆରମ୍ଭ କରିବ । ପରେ ଦୁଇଟି ଫେଜ୍‌ରେ ପରୀକ୍ଷା ସହ ମେଡ଼ିକାଲ ଟେଷ୍ଟ କରାଯିବ ।

ଅନ୍ୟପକ୍ଷେ, ଦେଶର ଯୁବବର୍ଗଙ୍କ ଆଗରେ ଏହି ସ୍କିମ୍ ସଂପର୍କିତ ଅଧିକରୁ ଅଧିକ ତଥ୍ୟ ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି କେନ୍ଦ୍ର ସରକାର ।

ତେବେ ଜାଣନ୍ତୁ ଅଗ୍ନିବୀରଙ୍କ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ :-

କେମିତି ହେବେ ଭର୍ତ୍ତି ?

ଚାରି ବର୍ଷ ପରେ କ’ଣ ହେବ ?