Advertisment

ମହଙ୍ଗା ଉପରେ ମହଙ୍ଗା ମାଡ଼, ଭାରି ବାଧୁଛି ତେଲ ଦର

ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦାମ୍ ବୃଦ୍ଧି ପାଇଛି। ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ୯ ଥର ପାଇଁ ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୮୦ ପଇସା ବୃଦ୍ଧି ପାଇଛି।

ଅଦ୍ୟତନ ହୋଇଛି
Again Petrol, Diesel Prices Hiked

Again Petrol, Diesel Prices Hiked

Advertisment

ପୁଣି ମହଙ୍ଗା ହେଲା ତେଲ ଦର। ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦାମ୍ ବୃଦ୍ଧି ପାଇଛି। ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ୯ ଥର ପାଇଁ ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୮୦ ପଇସା ବୃଦ୍ଧି ପାଇଛି। 

Advertisment

ଭୁବନେଶ୍ୱର

  • ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୫ ପଇସା ବଢି ୧୦୮ ଟଙ୍କା ୮୨ ପଇସାରେ ପହଞ୍ଚିଛି 
  • ଡିଜେଲ ୮୫ ପଇସା ମହଙ୍ଗା ହୋଇ ୯୮ ଟଙ୍କା ୫୩ ପଇସାରେ ପହଞ୍ଚିଛି

ଆଜିକୁ ମିଶାଇ ଗତ ୧୦ ଦିନ ମଧ୍ୟରେ ୯ ଥରରେ ପେଟ୍ରୋଲ ଲିଟର ପିଛା ୭ ଟଙ୍କା ୪ ପଇସା ଓ ଡିଜେଲ ୬ ଟଙ୍କା ୯୧ ପଇସା ବଢିଛି।

Advertisment

ନୂଆଦିଲ୍ଲୀ

  • ବର୍ତ୍ତମାନ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୮୧ ପଇସାରେ ପହଞ୍ଚିଛି 
  • ଡିଜେଲ ଲିଟର ପିଛା ୯୩ ଟଙ୍କା ୦୭ ପଇସାରେ ପହଞ୍ଚିଛି

ମୁମ୍ବାଇ

  • ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୬ ଟଙ୍କା ୭୨ ପଇସାରେ ପହଞ୍ଚିଛି 
  • ଡିଜେଲ ଲିଟର ପିଛା ୧୦୦ ଟଙ୍କା ୯୪ ପଇସାରେ ପହଞ୍ଚିଛି
Advertisment

ଲୋକାଲ୍‌ ଟ୍ୟାକ୍ସ ଅନୁସାରେ, ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଭିନ୍ନ ଭିନ୍ନ ଥାଏ। ୪ ମାସ ପରେ ଗତ ମାର୍ଚ୍ଚ ୨୨ରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଥିଲା। ସେବେଠୁ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। 

Petrol Diesel Prices In Odisha Petrol Diesel Prices Petrol Diesel Prices Hiked
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ