Advertisment

ବଡ଼ ଖୁଲାସା- ଶ୍ରଦ୍ଧାଙ୍କୁ ମର୍ଡର ପରେ ଏହି ଯୁବତୀଙ୍କୁ ଫ୍ଲାଟ୍‌କୁ ଡାକିଥିଲା ଅଫତାବ୍‌

ଶ୍ରଦ୍ଧାଙ୍କୁ ହତ୍ୟା ପରେ ଅଫତାବ୍‌ ଅନ୍ୟ ଜଣେ ଯୁବତୀଙ୍କ ସହ ଡେଟିଂ କରିଥିଲା। ସେ ହିଁ ରକ୍ତ ଛିଟାକୁ ସଫା କରିବା, କଟା ମୃତଦେହକୁ ଜଙ୍ଗଲରେ ଫୋପାଡ଼ିବା ଭଳି କାମରେ ଅଫତାବ୍‌କୁ ସହାୟତା କରିଥିଲେ।

ଅଦ୍ୟତନ ହୋଇଛି
After Murder To Girlfriend Shraddha Aaftab Poonawala Allegedly Dated Doctor

After Murder To Girlfriend Shraddha Aaftab Poonawala Allegedly Dated Doctor

Advertisment

ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ ହତ୍ୟା ମାମଲାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ଖାଲି ବୟଫ୍ରେଣ୍ଡ୍ ଅଫତାବ୍ ନୁହେଁ ଏହି ମାମଲାରେ ଆଉ ଜଣେ ବି ତାକୁ ଶ୍ରଦ୍ଧାଙ୍କ ମୃତଦେହକୁ ଲୁଚାଇବାରେ ସହାୟତା କରିଥିଲେ। ଆଶ୍ଚର୍ଯ୍ୟକର କଥା, ଏଥିରେ ଅଫତାବ୍‌କୁ ସହାୟତା କରିଥିଲେ ଜଣେ ଡାକ୍ତର ବାନ୍ଧବୀ।

Advertisment

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଫତାବ୍‌ ୩୫ ଖଣ୍ଡ କରିଥିଲା। ଏହାପରେ ଏହାକୁ ଫ୍ରିଜ୍‌ରେ ଲୁଚାଇ ରଖିଥିଲା। ଏହି ସମୟରେ ଡେଟିଂ ଆପ୍‌ ଜରିଆରେ ଅନ୍ୟ ଜଣେ ଯୁବତୀଙ୍କ ସହ ଅଫତାବ୍‌ର ଯୋଗାଯୋଗ ହୋଇଥିଲା। ଏହାପରେ ଅଫତାବ୍‌ ଉକ୍ତ ଯୁବତୀଙ୍କ ସହ ଡେଟିଂ କରିବା ସହ ତାଙ୍କୁ ଘରକୁ ଡାକିଥିଲା।

ଶ୍ରଦ୍ଧାଙ୍କୁ ହତ୍ୟା ପରେ ଅଫତାବ୍‌ ଏହି ଯୁବତୀଙ୍କ ସହ ଡେଟିଂ କରିଥିଲା। ସମ୍ପୃକ୍ତ ଯୁବତୀ ମନୋବିଜ୍ଞାନୀ ବୋଲି ଜଣାପଡ଼ିଛି। ସେ ହିଁ ରକ୍ତ ଛିଟାକୁ ସଫା କରିବା, କଟା ମୃତଦେହକୁ ଜଙ୍ଗଲରେ ଫୋପାଡ଼ିବା ଭଳି କାମରେ ଅଫତାବ୍‌କୁ ସହାୟତା କରିଥିଲେ। ଗତ ଦୁଇ ଦିନ ଧରି ହୋଇଥିବା ପଲିଗ୍ରାଫ୍ ଟେଷ୍ଟ, ଅଫତାବ୍‌ର କଲ୍ ରେକର୍ଡ ଡିଟେଲ୍ ଓ ବିଭିନ୍ନ ବୟାନ ରେକର୍ଡ ପରେ ଏହି ବଡ଼ ସୁରାକ ଦିଲ୍ଲୀ ପୋଲିସ୍ ହାତରେ ଲାଗିଛି। ସମ୍ପୃକ୍ତ ଯୁବତୀଙ୍କୁ ପଚରାଉଚରା କରିବା ସହ ଆହୁରି ତଥ୍ୟ ଓଗାଳୁଛି ପୋଲିସ୍। ପଲିଗ୍ରାଫ୍ ପରେ ଏବେ ଅଫତାବ୍‌ର ହେବ ନାର୍କୋ ଟେଷ୍ଟ। ଯେଉଁଥିରେ ଅନେକ କିଛି ସତ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି। 

Advertisment

ଶ୍ରଦ୍ଧାଙ୍କୁ  ହତ୍ୟା କରିବା ପରେ ମୃତଦେହକୁ ପିସ୍‌ ପିସ୍‌ କରିବା ପାଇଁ ଅଫତାବ୍‌ ଯେଉଁ ଛୁରୀର ବ୍ୟବହାର କରିଥିଲା, ତାହା କିଛି ଦିନ ପୂର୍ବେ ମିଳିଛି। ମୃତଦେହକୁ ଖଣ୍ଡ ଖଣ୍ଡ କରିବା ପାଇଁ ଅଫତାବ୍‌ ୫ଟି ଛୁରୀର ବ୍ୟବହାର କରିଥିଲା। ହେଲେ ଏହା ମିଳୁ ନଥିଲା। କିନ୍ତୁ ଏବେ ଏହି ୫ ଛୁରୀକୁ ପୋଲିସ୍‌ ଜବତ କରିଛି। ଏହିସବୁ ଛୁରୀ ୫-୬ ଇଞ୍ଚ ଲମ୍ବ ଥିବାବେଳେ ଏହାକୁ ଫରେନସିକ୍‌ ପରୀକ୍ଷା ପାଇଁ ପଠା ଯାଇଛି। 

ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ପିସ୍‌ କରିଥିଲା ଅଫତାବ୍‌...

ମୁମ୍ବାଇର ଶ୍ରଦ୍ଧା ୱାକର୍‌, ଅଫତାବ୍‌ ସହ ଦିଲ୍ଲୀର ମେହରୁଲିରେ ଏକ ଫ୍ଲାଟ୍‌ରେ ଲିଭ୍‌-ଇନ୍‌ରେ ରହୁଥିଲେ। ଅଭିଯୋଗ ହୋଇଛି ଯେ, ମେ’ ୧୮ରେ ଅପତାବ୍‌, ଶ୍ରଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ସେ ମୃତଦେହକୁ ୩୫ ଖଣ୍ଡ କରିଥିଲା। ଖଣ୍ଡ ଶରୀର ରଖିବା ପାଇଁ ସେ ଏକ ଫ୍ରିଜ୍ ମଧ୍ୟ କିଣିଥିଲା। ପ୍ରତିଦିନ ରାତିରେ ଖଣ୍ଡ ଶରୀର ଗୁଡ଼ିକୁ ମେହରୁଲି ସ୍ଥିତ ଜଙ୍ଗଲକୁ ଫିଙ୍ଗିବା ପାଇଁ ସେ ନେଉଥିଲା। ୨୦ ଦିନ ପର୍ଯ୍ୟନ୍ତ ସେ ଏପରି କାମ କରୁଥିଲା। ଶ୍ରଦ୍ଧା ବିବାହ ପାଇଁ ଚାପ ପକାଉଥିଲେ ବୋଲି ଅଫତାବ୍‌ କହିଛି। 

Advertisment
Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ