Advertisment

ଏ କି ପ୍ରକାର ପାଗଳାମି ! ପ୍ରେମିକା ସହ ଝଗଡ଼ା ପରେ ରେଲୱେ ସିଗନାଲ୍‌ ବକ୍ସ ନଷ୍ଟ କରିଦେଲେ ଯୁବକ

ସାମାନ୍ୟ ଝଗଡ଼ା ପାଇଁ କେତେ ବଡ଼ ଅଘଟଣ ଘଟିଥାଆନ୍ତା... ରେଳ ଧାରଣା ଯାଞ୍ଚ କରିବାକୁ ଆସି ସିଗନାଲ୍‌ ବକ୍ସ ନଷ୍ଟ ହୋଇଥିବା ଦେଖିଲେ ରେଲୱେ ଅଧିକାରୀ

ଅଦ୍ୟତନ ହୋଇଛି
railway signal box

railway signal box

Advertisment

ପ୍ରେମିକା ସହ ଝଗଡ଼ା କରି ଶହ ଶହ ଲୋକଙ୍କ ଜୀବନକୁ ବିପଦକୁ ଠେଲିଦେଲା ପ୍ରେମିକ । ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି ଘଟଣା ମନରୁ ଲିଭିନଥିବା ବେଳେ ତାମିଲନାଡୁର ତିରୁପତ୍ତୁରର ଜଣେ ୩୦ ବର୍ଷିୟ ଯୁବକ କିଛି ଏଭଳି କାଣ୍ଡ କରିଛନ୍ତି, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପ୍ରେମିକା ସହିତ ଝଗଡ଼ା କରିବା ପରେ ରାଗରେ ସେ ଏକ ରେଲୱେ ସିଗନାଲ୍‌ ବକ୍ସକୁ ନଷ୍ଟ କରିଦେଇଛନ୍ତି ।

Advertisment

ସଂଯୋଗବଶତଃ ରେଲୱେ ଅଧିକାରୀମାନେ ମଙ୍ଗଳବାର ଦିନ ରେଳ ଧାରଣା ଯାଞ୍ଚ କରିବା ବେଳେ ସିଗନାଲ୍‌ ବକ୍ସ ନଷ୍ଟ ହୋଇଥିବା ଦେଖିଥିଲେ । ଏନେଇ ତୁରନ୍ତ ରେଲୱେ ପୋଲିସ୍‌ ଫୋର୍ସକୁ ଖବର ଦିଆଯାଇଥିଲା । ଏତେ ସବୁ କରିବା ପରେ ମଧ୍ୟ ଯୁବକ ଜଣକ କୁଆଡ଼େ ନଯାଇ ଘଟଣାସ୍ଥଳରେ ଥିଲେ । ରେଳଧାରଣା ନିକଟରେ ପହଞ୍ଚିବା ପରେ ଗୋକୁଳ ନାମକ ଯୁବକଙ୍କୁ ନିଶାସକ୍ତ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ୍‌ ।

ସନ୍ଦେହ ହେବାରୁ ଆରପିଏଫ ଏବଂ ଜିଆରପିର ଅଧିକାରୀମାନେ ଗୋକୁଳଙ୍କୁ ପଚରା ଉଚରା କରିଥିଲେ । ହେଲେ ପ୍ରଥମେ ସେ ନିଜର ଦୋଷ ସ୍ୱୀକାର କରିନଥିଲା । ପରେ ବାରମ୍ବାର ପଚରାଉଚରା ପରେ ପ୍ରେମିକା ସହିତ କଜିଆ କରି ରାଗରେ ଏପରି କରିଥିବା କଥା ସ୍ୱୀକାର କରିଛି । ଅଭିଯୁକ୍ତର ବୟାନ୍‌ ଆଧାରରେ ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

Advertisment

ସୂଚନାଯୋଗ୍ୟ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍ ଘଣ୍ଟା ପ୍ରତି ୧୨୮ କିଲୋମିଟର ବେଗରେ ଦୌଡୁଥିଲା । ଆଉ ବାହାନଗାରେ ଘଟିଲା ଭୟଙ୍କର ଦୁର୍ଘଟଣା । ଆଉ ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଛି । କେତେ ଯେ ଲୋକଙ୍କ ଘର ଉଜାଡ଼ିବା ସହ ସଂସାର ଭସାଇ ଦେଇଛି ଏହି ଦୁର୍ଘଟଣା, ତା’ର ହିସାବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ