Advertisment

ବଡ଼ ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ : ଯବାନଙ୍କ ନିକଟକୁ ଆସୁଛି ଫେକ୍ କଲ

ଭାରତୀୟ ନିରାପତ୍ତା ବଳକୁ ପ୍ରତି ଦିନ ‘ଫେକ୍‌ କଲ୍‌ ଆସୁଛି । ଭାରତୀୟ ସଶସ୍ତ୍ର ବାହିନୀର ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଇ ଯବାନଙ୍କୁ କଲ କରାଯାଉଛି । ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଇବାରେଳ ଲାଗିଛି ।

ଅଦ୍ୟତନ ହୋଇଛି
ବଡ଼ ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ : ଯବାନଙ୍କ ନିକଟକୁ ଆସୁଛି ଫେକ୍ କଲ

ake-calls-to-indian-security-forces

Advertisment

ଶ୍ରୀନଗର : ସୁଧୁରୁନି ପାକିସ୍ତାନ । ଭାରତ ବିରୋଧୀ ଷଡ଼ଯନ୍ତ୍ର ଜାରି ରଖିଛି । ଜାମ୍ମୁ କାଶ୍ମୀରରେ ଡ୍ରୋନ୍ ଆକ୍ରମଣ ପରଠାରୁ ଭାରତୀୟ ସୁରକ୍ଷା ବଳ ନିକଟକୁ ଫେକ୍ କଲ୍ ଆସୁଛି । ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଦ୍ୱାରା ଏହି କଲ୍ କରାଯାଉଛି । ପାକିସ୍ତାନରୁ ପକ୍ଷରୁ ଭାରତୀୟ ସୁରକ୍ଷା ବାହିନୀକୁ କରାଯାଉଥିବା ଏହି ଫେକ୍ କଲ୍‌ ସମ୍ପର୍କରେ ଭାରତୀୟ ସୁରକ୍ଷା ଏଜେନ୍ସି ଗୁଡ଼ିକ ସତର୍କ ସୂଚନା ଜାରି କରିଛନ୍ତି।

Advertisment

ଭାରତୀୟ ନିରାପତ୍ତା ବଳକୁ ପ୍ରତି ଦିନ ‘ଫେକ୍‌ କଲ୍‌ ଆସୁଛି । ଭାରତୀୟ ସଶସ୍ତ୍ର ବାହିନୀର ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଇ ଯବାନଙ୍କୁ କଲ କରାଯାଉଛି । ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭିନ୍ନ ଭିନ୍ନ ନମ୍ବରରୁ ସୁରକ୍ଷା ବାହିନୀକୁ କଲ୍ ଆସୁଛି । ଫଳରେ କଲ ଡିଟେଲସ୍ ଚେକ୍ କରିବା ତଥା କଲ୍ ଟ୍ରେସ୍ କରିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଛି । ଇଣ୍ଡିଆ ଟୁଡେ ଖବର ଅନୁଯାୟୀ ଏହି ଫେକ୍ କଲ ପଛରେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ହାତ ରହିଛି । ବରିଷ୍ଠ ଅଧିକାରୀଙ୍କ ପରିଚୟ ଦେଇ ହୋଇ ଭାରତୀୟ ସୁରକ୍ଷା ବାହିନୀକୁ ପ୍ରତିଦିନ ଫେକ୍ କଲ କରିବାକୁ ଷଡ଼ଯନ୍ତ୍ର ଚଳାଇଛି ଆଇଏସଆଇ । କିଛି ବଡ଼ ଧରଣର ଷଡ଼ଯନ୍ତ୍ର କରୁଥିବା ଆଶଙ୍କା କରାଯାଉଛି । 

ପଶ୍ଚିମ ସେକ୍ଟରରେ ଡ୍ରୋନ୍ ଆକ୍ରମଣ ପରେ ଏବେ ଏଭଳି ଫେକ୍ କଲ୍ ସୁରକ୍ଷା ଏଜେନ୍ସିର ଚିନ୍ତା ବଢ଼ାଇ ଦେଇଛି । ଗୁପ୍ତଚର ସୂତ୍ର ଅନୁଯାୟୀ, ଏହା ପୂର୍ବରୁ ମଧ୍ୟ ସୁରକ୍ଷା ଏଜେନ୍ସି ଏଭଳି କଲ୍ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିପାଇଁ ମୁଖ୍ୟାଳୟ ପକ୍ଷରୁ ଗୁଇନ୍ଦା ଏଜେନ୍ସି ଗୁଡ଼ିକ ପାଇଁ ଗାଇଡଲାଇନ୍ ମଧ୍ୟ ଜାରି ହୋଇଥିଲା । ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସିମାନଙ୍କୁ ଏପରି ଫେକ୍ କଲ୍ ପ୍ରତି ସତର୍କ ରହିବାକୁ କୁହାଯାଇଛି । ଏହା ସହିତ କୌଣସି ଗୁପ୍ତଚର ସୂଚନା ଯେପରି ଲିକ୍ ନହୁଏ ସେଥିପ୍ରତି ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦିଆଯାଇଛି ।

Advertisment

ସୂଚନାଯୋଗ୍ୟୁ ଜନ୍ ୨୭ରେ ଜମ୍ମୁ ବାୟୁସେନା ଷ୍ଟେସନରେ ଦୁଇଟି ବୋମା ବିସ୍ଫୋରଣ ଘଟିଥିଲା । ରାତି ପ୍ରାୟ ୨ଟା ବେଳେ ଭାରତୀୟ ବାୟୁସେନା ପରିଚାଳିତ ‘ବାୟୁସେନା ଷ୍ଟେସନ୍‌’ରେ ଦୁଇଟି ବିସ୍ଫୋରଣ ଘଟିଥିଲା । ରାତି ପ୍ରାୟ ୧:୩୭ରେ ଘଟିଥିବା ପ୍ରଥମ ବିସ୍ଫୋରଣ ଯୋଗୁଁ ଗୋଟାଏ କୋଠାଘରର ଛାତ କଣା ହୋଇଯାଇଥିଲା ଏବଂ ରାତି ୧.୩୭ରେ ଘଟିଥିବା ବିସ୍ଫୋରଣଟି ପ୍ରାୟ ଏକ କିଲୋମିଟର ଦୂରରେ ଘଟିଥିବା ଶୁଭିଥିଲା। ଡ୍ରୋନ୍ ସାହାଯ୍ୟରେ ବାୟୁସେନା ଷ୍ଟେସନରେ ଆକ୍ରମଣ ହୋଇଥିବା ସନ୍ଦେହ କରିଥିଲା ସୁରକ୍ଷା ଏଜେନ୍ସି ।

Advertisment
Fake Call Pakistani-agencies Indian-security-force
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ