ଜୋରଦାର ଝଟକା ଦେଲା ଜିଓ : ମହଙ୍ଗା ହେଲା ରିଚାର୍ଜ ପ୍ଲାନ୍

ଜିଓର ୧୨୯ ଟଙ୍କାର ଅନଲିମିଟେଡ୍ ପ୍ଲାନ୍ ପାଇଁ ବର୍ତ୍ତମାନ ଗ୍ରାହକଙ୍କୁ ୧୫୫ ଟଙ୍କା ଦେବାକୁ ପଡ଼ିବ । ଏହି ଯୋଜନାରେ ଗ୍ରାହକଙ୍କୁ ମାସିକ ତଥ୍ୟ ସହିତ ଅନଲିମିଟେଡ୍ କଲିଂ ସହିତ ୩୦୦ SMS ଦିଆଯାଉଛି । ଜିଓର ୧୨୯ର ଯୋଜନା ମଧ୍ୟ ୨୮ ଦିନର ବୈଧତା ସହିତ ଆସିଥାଏ ।

ଡିସେମ୍ବର ୧ରୁ କାର୍ଯ୍ୟକାରୀ ହେବ ନୂତନ ମୂଲ୍ୟ

News Summary

ଡିସେମ୍ବର ୧ରୁ କାର୍ଯ୍ୟକାରୀ ହେବ ନୂତନ ମୂଲ୍ୟ

ବାର୍ଷିକ ରିଚାର୍ଜ ଯୋଜନାରେ ସର୍ବାଧିକ ୪୮୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ମହଙ୍ଗା ହେଲା ଜିଓ ରିଚାର୍ଜ । ରିଲାଏନ୍ସ ଜିଓ ନିଜର ପ୍ଲାନ୍‌ର ମୂଲ୍ୟ ବୃଦ୍ଧି କରିଛି । ଡିସେମ୍ବର ୧ , ୨୦୨୧ରୁ ଜିଓର ନୂତନ ମୂଲ୍ୟ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ । ଏଥିରେ ଡାଟା ପ୍ଲାନ୍, ଅନଲିମିଟେଡ୍ ପ୍ଲାନ୍ ସହ JioPhone ଯୋଜନା ସାମିଲ ରହିଛି । ପୂର୍ବରୁ ଏୟାରଟେଲ ନିଜ ଯୋଜନା ଗୁଡ଼ିକର ମୂଲ୍ୟ ବୃଦ୍ଧି କରିଥିବା ବେଳେ ଏବେ ରିଲାଏନ୍ସ ଜିଓ ମଧ୍ୟ ଏହାର ଯୋଜନାକୁ ମହଙ୍ଗା କରିଛି । ରିଲାଏନ୍ସ ଜିଓ ବର୍ତ୍ତମାନ ନିଜ ପ୍ଲାନ୍ ଗୁଡ଼ିକରେ ପ୍ରାୟ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛି ।