Advertisment

ପର୍‌ଫ୍ୟୁମ୍‌ ବ୍ୟବସାୟୀଙ୍କ ଘରୁ ମିଳିଲା ନଗଦ ୧୮୦ କୋଟି ଟଙ୍କା, ଘରର କାନ୍ଥ ଓ ବେଡ୍‌ ତଳେ ଲୁଚାଇ ଥିଲେ ଟଙ୍କା

ଲଗାତାର ୪ ଦିନ ଧରି ରେଡ୍‌ ପରେ କାନପୁରର ବ୍ୟବସାୟୀ ପୀୟୁଷ ଜୈନଙ୍କୁ ଜିଏସ୍‌ଟି ଇଣ୍ଟେଲିଜେନ୍ସ ରବିବାର ଗିରଫ କରିଛି। ପୀୟୁଷଙ୍କ କାନପୁର ସ୍ଥିତ ଘରୁ ନଗଦ ୧୮୦ କୋଟି ଟଙ୍କା ମିଳିଥିଲା। ଏହାସହ ବିପୁଳ ପରିମାଣର ସୁନା ମଧ୍ୟ ଜବତ ହୋଇଛି।

Businessman Arrested

Businessman Arrested

Advertisment

ଲକ୍ଷ୍ନୌ: ଲଗାତାର ୪ ଦିନ ଧରି ରେଡ୍‌ ପରେ କାନପୁରର ବ୍ୟବସାୟୀ ପୀୟୁଷ ଜୈନଙ୍କୁ ଜିଏସ୍‌ଟି ଇଣ୍ଟେଲିଜେନ୍ସ ରବିବାର ଗିରଫ କରିଛି। ପୀୟୁଷଙ୍କ ଘର ସମେତ ଅନ୍ୟ ସ୍ଥାନରେ ଆୟକର ବିଭାଗର ଚଢ଼ଉ ବେଳେ ୨୫୭ କୋଟି ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା, ରୂପା ଅଳଙ୍କାର ଜବତ ହୋଇଛି। ଏହାସହ କୋଟି କୋଟି ଟଙ୍କା ସମ୍ପତ୍ତିର କାଗଜପତ୍ର ମଧ୍ୟ ଜବତ ହୋଇଛି। ଏତେ ପରିମାଣର ଟଙ୍କା ଜବତ ହେବାପରେ ବିଭିନ୍ନ ସ୍ଥାନରେ ରେଡ୍‌ ଚାଲିଛି। 

Advertisment

ଆୟକର ବିଭାଗ ଓ DGGI(Directorate General of GST Intelligence) ଟିମ୍‌ କନ୍ନୌଜର ବଡ଼ ପର୍‌ଫ୍ୟୁମ୍‌ ବିଜ୍‌ନେସ୍‌ ମ୍ୟାନ୍‌ ପୀୟୁଷ ଜୈନଙ୍କ କାନପୁର ସ୍ଥିତ ବାସଭବନ, ଫ୍ୟାକ୍ଟ୍ରି ଓ ଅନ୍ୟ ସ୍ଥାନରେ ଚଢ଼ଉ କରିବା ପରେ ଏତେ ପରିମାଣର ସମ୍ପତ୍ତି ସାମ୍ନାକୁ ଆସିଥିଲା। 

ମିଳିଥିବା ସୂଚନା ଅନୁସାରେ, ବିଜ୍‌ନେସ୍‌ ମ୍ୟାନ୍‌ ପୀୟୁଷ ଜୈନଙ୍କ କନ୍ନୌଜ ସ୍ଥିତ ପୈତୃକ ଘର ସମେତ ଅନ୍ୟ କିଛି ସ୍ଥାନରେ ଚଢ଼ଉ ଜିଏସ୍‌ଟି ଟିମ୍‌ ପକ୍ଷରୁ ରେଡ୍‌ ଜାରି ରହିଛି। ଜୈନଙ୍କ ଘରର କାନ୍ଥ, ବେଡ୍‌ ଇତ୍ୟାଦିରେ ପୁଳାପୁଳା ଟଙ୍କା ସବୁ ଲୁଚା ଯାଇଥିବା ଜଣାପଡ଼ିଛି। ରେଡ୍‌ ବେଳେ ପୀୟୁଷ ଜୈନଙ୍କ ଘରୁ ଅନ୍ୟ ସ୍ଥାନରେ କୋଟି କୋଟି ଟଙ୍କା ମିଳିବା ପରେ ଗତକାଲି ତାଙ୍କୁ କାନପୁରରୁ ଗିରଫ କରାଯାଇଥିଲା। ଟିକସ୍‌ ଫାଙ୍କିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। 

Advertisment

କେବଳ ପୀୟୁଷଙ୍କ କାନପୁର ସ୍ଥିତ ଘରୁ ନଗଦ ୧୮୦ କୋଟି ଟଙ୍କା ମିଳିଥିଲା। ଏହାସହ ବିପୁଳ ପରିମାଣର ସୁନା ମଧ୍ୟ ଜବତ ହୋଇଛି। ଏତେ ପରିମାଣର ଟଙ୍କା ମିଳିବା ପରେ ଏହାକୁ ଗଣିବା ପାଇଁ ଟଙ୍କା ଗଣାଯିବା ମେସିନ୍‌ର ସହାୟତା ନିଆଯାଇଥିଲା। 

କନ୍ନୌଜରେ ରହୁଥିବା ବିଜ୍‌ନେସ୍‌ ମ୍ୟାନ୍‌ ପୀୟୁଷଙ୍କୁ ବହୁତ କମ୍‌ ଲୋକ ଜାଣନ୍ତି। କନ୍ନୌଜ ଲୋକଙ୍କ କହିବା ଅନୁସାରେ, ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଓ ସର୍ବସାଧାରଣରେ ତାଙ୍କୁ ସେ ବହୁତ କମ୍‌ ନଜର ଆସନ୍ତି। କାନପୁରରେ ଥିବା ଘର ବାହାରେ ମଧ୍ୟ ତାଙ୍କୁ ବହୁତ କମ୍‌ ଦେଖିବାକୁ ମିଳେ। ତାଙ୍କ ପରିବାର ଲୋକ ମଧ୍ୟ ସାଧାରଣ ଗାଡ଼ିରେ ଯା’ଆସ କରିଥାନ୍ତି। ସେମାନଙ୍କର ଚଳଣି ଏଭଳି ଥିଲା ଯେମିତି ସେ ସନ୍ଦେହ ଘେରରେ ଆସିବେ ନାହିଁ। ହେଲେ ଏତେ ପରିମାଣର ଟଙ୍କା ଓ ସମ୍ପତ୍ତି ମିଳିବା ପରେ ପଡ଼ୋଶୀଙ୍କୁ ଏହା ଆଶ୍ଚର୍ଯ୍ୟ କରିଛି। 

Advertisment
Uttar Pradesh Income Tax Raid Businessman Piyush Jain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ