Advertisment

ବହୁଚର୍ଚ୍ଚିତ ନ୍ୟାସ୍‌ନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲା: ରାହୁଲ ଗାନ୍ଧିଙ୍କୁ ୫ମ ଥର ଜେରା କରିବ ED

ନ୍ୟାସନାଲ ହେରାଲ୍ଡ଼ ଅର୍ଥ ହେରଫେର ମାମଲାରେ ଆଜି ପଞ୍ଚମ ଥର ଲାଗି ଇଡିରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧି ।

ଅଦ୍ୟତନ ହୋଇଛି
After 40 hours of questioning, Rahul Gandhi to be quizzed by ED again today

After 40 hours of questioning, Rahul Gandhi to be quizzed by ED again today

Advertisment

ନ୍ୟାସନାଲ ହେରାଲ୍ଡ ଆର୍ଥିକ ହେରଫେର ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଇଡିର ସମନ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ପାଇଁ ତାଙ୍କୁ ସମନ କରାଯାଇଛି । ଏହା ପୂର୍ବରୁ ଗତ ସପ୍ତାହକ ମଧ୍ୟରେ ରାହୁଲ ଚାରି ଥର ଇଡି କାର୍ଯ୍ୟାଳୟକୁ ଆସି ଜେରାର ସମ୍ମୁଖୀନ ହୋଇଥିଲେ ।ଗତ ୧୪, ୧୫,୧୬ ଓ ୨୦ ତାରିଖ ଚାରି ଦିନ ଧରି ଲଗାତାର ରାହୁଲ ଗାନ୍ଧିଙ୍କୁ ଘାଣ୍ଟିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ଗତକାଲି ୪୦ ଘଣ୍ଟାରୁ ଅଧିକ ସମୟ ଧରି ଇଡି ରାହୁଲଙ୍କୁ ମାରାଥନ ପଚରାଉଚରା କରିଥିଲା ।

Advertisment

ସେହିପରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ଏହି ମାମଲାରେ ଇଡି ଜେରାର ସମ୍ମୁଖୀନ ହୋଇପାରନ୍ତି । ଜୁନ ୨୩ରେ ହାଜର ହେବାକୁ ସୋନିଆଙ୍କୁ ଇଡି ସମନ କରିଛି ।କୋଭିଡ ପରବର୍ତ୍ତୀ ସମସ୍ୟା ପାଇଁ ସୋନିଆ ମ଼େ଼ଡିକାଲରେ ଚିକିତ୍ସାଧୀନ ଥିବାରୁ ତାଙ୍କୁ ଜେରା ହୋଇପାରିନଥିଲା ।ଗତକାଲି ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାରୁ ୨୩ ତାରିଖରେ ଇଡିରେ ହାଜର ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ନ୍ୟାସନାଲ୍ ହେରାଲ୍ଡ ଖବରକାଗଜ ସଂସ୍ଥାକୁ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଠାରୁ କିଣିଥିବା କଂପାନୀ ୟଙ୍ଗ୍ ଇଣ୍ଡିଆନ୍ ଲିମିଟେଡ୍ର ବୋର୍ଡ ଅଫ୍ ଡିରେକ୍ଟର୍ସ ଅଛନ୍ତି ସୋନିଆ ଏବଂ ରାହୁଲ ଗାନ୍ଧି ତେଣୁ ଏହି ମାମଲାରେ ଉଭୟଙ୍କ ସଂପୃକ୍ତି ସନ୍ଦେହ ଘେରରେ ଥିବାରୁ ରାହୁଲଙ୍କୁ ଜେରା କରାଯାଉଛି ।

Advertisment
Rahul Gandhi ED ED Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ