Advertisment

୧୦ ଦିନ ପୂର୍ବରୁ ଶ୍ରଦ୍ଧାଙ୍କୁ ମାରି ଦେଇଥାନ୍ତା ଅଫତାବ୍‌ ! ହେଲେ ଛାଡ଼ି ଦେଇଥିଲା, କାରଣ...

ହଠାତ୍‌ ଅଫତାବ୍‌ଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିବା ଯୋଗୁ ଓ ଶ୍ରଦ୍ଧାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଶ୍ରଦ୍ଧାଙ୍କୁ ଲାଗୁଥିଲା ଯେ ଅଫତାବ୍‌ ତାଙ୍କୁ ଧୋକା ଦେବା ପାଇଁ ଚେଷ୍ଟା କରୁଛନ୍ତି।

ଅଦ୍ୟତନ ହୋଇଛି
Delhi Shraddha Murder Case

Aftab Poonawala Would Have Killed Girlfriend 10 Days Before

Advertisment

ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ ମର୍ଡର କେସ୍‌ ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଜହ୍ଲାଦ ପ୍ରେମିକ ଅଫତାବ୍‌ ପୁନାୱାଲା ଲିଭ୍‌-ଇନ୍‌ ପାର୍ଟନର ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ କରି ଏହାକୁ ଫ୍ରିଜ୍‌ରେ ରଖି ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦିନକୁ ଦିନ ଏହି ମାମଲାରେ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି।

Advertisment

ପୋଲିସ୍‌ ସୂତ୍ର ଅନୁସାରେ, ଯଦି ଶ୍ରଦ୍ଧା ଇମୋସନାଲ୍‌ ହୋଇନଥାନ୍ତେ ତା’ହେଲେ ଅଫତାବ୍‌ ଯେଉଁଦିନ ଏହି ବିଭତ୍ସ ହତ୍ୟାକାଣ୍ଡ(ମେ’ ୧୮ ତାରିଖ) ଘଟାଇଲା, ଏହାର ୧୦ ଦିନ ପୂର୍ବରୁ ତାଙ୍କୁ ମାରିଦେଇଥାନ୍ତା। ହତ୍ୟାର ୧୦ ଦିନ ପୂର୍ବରୁ ଅଫତାବ୍‌ ଓ ଶ୍ରଦ୍ଧାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେହିଦିନ ଅଫତାବ୍‌, ଶ୍ରଦ୍ଧାଙ୍କ ତଣ୍ଟି ଚିପି ମାରିଦେବାକୁ ପ୍ରୟାସ କରିଥିଲା। ହେଲେ ସେହି ସମୟରେ ଶ୍ରଦ୍ଧା ଇମୋସନାଲ୍‌ ହୋଇ କାନ୍ଦି ପକାଇଥିଲେ। ଏହାଦେଖି ଅଫତାବ୍‌ ଗୋଟିଏ ପାଦ ପଛକୁ ନେଇଥିଲା ଓ ଶ୍ରଦ୍ଧାଙ୍କୁ ହତ୍ୟା କରିନଥିଲା।’

ଅଧିକ ପଢ଼ନ୍ତୁ: ଫ୍ରିଜ୍‌ରେ ପୁରୁଣା ପ୍ରେମିକାର ଶବ, ରୁମରେ ନୂଆ ପ୍ରେମିକା ! ଅଫତାବ କହିଲା.. Yes I Killed Her

Advertisment

ମୁଣ୍ଡକୁ ଅଲଗା କରି ଫ୍ରିଜ୍‌ରେ ରଖିଥିଲା...

ଅଫତାବ୍‌ ଆଉ କାହା ସହ ଫୋନ୍‌ରେ କଥା ହେଉଥିବାରୁ ଉଭୟଙ୍କ(ଅଫତାବ୍‌ ଓ ଶ୍ରଦ୍ଧା) ମଧ୍ୟରେ ଝଗଡ଼ା ହେଉଥିଲା ବୋଲି ଜଣାପଡ଼ିଛି। ହଠାତ୍‌ ଅଫତାବ୍‌ଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିବା ଯୋଗୁ ଓ ଶ୍ରଦ୍ଧାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଶ୍ରଦ୍ଧାଙ୍କୁ ଲାଗୁଥିଲା ଯେ ଅଫତାବ୍‌ ତାଙ୍କୁ ଧୋକା ଦେବା ପାଇଁ ଚେଷ୍ଟା କରୁଛନ୍ତି। ଯାହାକୁ ନେଇ ସେ ବହୁତ ରାଗି ଯାଇଥିଲେ।ପୋଲିସ୍‌ ସୂତ୍ର ଅନୁସାରେ, ଅଫତାବ୍‌ ଲାପ୍‌ଟପ୍‌ର ମଧ୍ୟ ଫରେନ୍ସିକ୍‌ ଯାଞ୍ଚ ହେବ।

ଶ୍ରଦ୍ଧାଙ୍କ ମୁଣ୍ଡକୁ କାଟି ଏହାକୁ ଅଲଗା ଭାବେ ରଖିଥିଲେ ଅଫତାବ୍‌। କୁହାଯାଉଛି, ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଫତାବ୍‌ ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଉଥିଲା। ନୂଆ କିଣିଥିବା ଫ୍ରିଜ୍‌ରେ ଶ୍ରଦ୍ଧାଙ୍କ ଶରୀର ଖଣ୍ଡ ପାଖରେ ଖାଦ୍ୟକୁ ବି ରଖୁଥିଲା। ସବୁଦିନ ସେ ଫ୍ରିଜ୍‌ରୁ ଶ୍ରଦ୍ଧାଙ୍କ ମୁଣ୍ଡକୁ ବାହାର କରି, ଘଣ୍ଟାଘଣ୍ଟା ମୁହଁକୁ ଚାହିଁ ରହୁଥିଲା ଅଫତାବ୍‌।

Advertisment

ହତ୍ୟା ପରେ କ୍ରେଡିଟ୍‌ କାର୍ଡ ବିଲ୍‌ ଦେଉଥିଲା...

ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ, ଅଫତାବ୍‌, ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ତାଙ୍କର କ୍ରେଡିଟ୍‌ କାର୍ଡ ବିଲ୍‌ ମଧ୍ୟ ଦେଉଥିଲା। କାରଣ ତା’ର ଭୟ ଥିଲା ଯଦି ସେ କ୍ରେଡିଟ୍‌ କାର୍ଡ ବିଲ୍‌ ନ ଦିଏ ତା’ହେଲେ ସମୟ ବିତିଗଲେ ବ୍ୟାଙ୍କ୍‌ ପକ୍ଷରୁ ଶ୍ରଦ୍ଧାଙ୍କ ଘର ଲୋକଙ୍କ ପାଖକୁ ଫୋନ୍‌କଲ୍‌ ଯିବ। ଏହାପରେ ଶ୍ରଦ୍ଧାଙ୍କ ଘର ଲୋକେ ତାଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିବେ। 

ସୂଚନାଥାଉ କି, ମେ’ ୮ରେ ଶ୍ରଦ୍ଧା ଓ ଅଫତାବ୍‌ ଦିଲ୍ଲୀ ଆସିଥିଲେ। ପ୍ରଥମେ ସେମାନେ ପାହାଡ଼ଗଞ୍ଜ ସ୍ଥିତ ହୋଟେଲରେ ରହିଥିଲେ। ଏହାପରେ ଦକ୍ଷିଣ ଦିଲ୍ଲୀର ସୈଦୁଲ୍ଲାଜାବ ଅଞ୍ଚଳରେ ରହିଥିଲେ। ପରେ ମେ’ ୧୫ରେ ଉଭୟ ଛତରପୁରରେ ଫ୍ଲାଟ୍‌ ନେଇ ରହିଥିଲେ ଓ ମେ’ ୧୮ରେ ଅଫତାବ୍‌, ଶ୍ରଦ୍ଧାଙ୍କ ମର୍ଡର କରିଥିଲା। 

Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ