Advertisment

ତାଲିବାନୀ ଉପରେ ଆଫ୍‌ଗାନିସ୍ତାନର ବଡ଼ ଧରଣର ଏୟାରଷ୍ଟ୍ରାଇକ୍‌। ୨୫୪ ଆତଙ୍କୀ ନିପାତ୍‌

କାରଣ ପୂର୍ବରୁ ତାଲିବାନୀ ଉପରେ ଏମିତି ଆକ୍ରମଣ ପୂର୍ବରୁ କେବେ ହୋଇନଥିଲା। ଆକ୍ରମଣର ମାତ୍ର ଏତେ ପ୍ରଚଣ୍ଡ ଥିଲା କି, ଆତଙ୍କୀଙ୍କ କେତେକ ଗାଡ଼ି ବିସ୍ଫୋରଣରେ ଉଡ଼ିଯାଇ କିଛି ଦୂରରେ ଛିଟିକି ହୋଇ ପଡ଼ିଥିଲା। କେବଳ ଏତିକି ନୁହେଁ ବରଂ ଆଫ୍‌ଗାନିସ୍ତାନ ସେନା ଆତଙ୍କୀଙ୍କ ୧୩ ଟି ଆଇଇଡ଼ିକୁ ମଧ୍ୟ ନିଷ୍କ୍ରୟ କରିବାରେ ସଫଳ ହୋଇଛନ୍ତି। ଗତକାଲି ମଧ୍ୟ କନ୍ଧାରରେ ତାଲିବାନୀ ଆତଙ୍କୀଙ୍କର ବଙ୍କର୍‌ ଗୁଡ଼ିକୁ ବିସ୍ଫୋରଣ କରି ନଷ୍ଟ କରିଦେଇଥିଲେ। ଏହାଦ୍ୱାରା ୧୦ ରୁ ଅଧିକ ଆତଙ୍କୀ ପ୍ରାଣ ମଧ୍ୟ ହରାଇଥିଲେ।

ତାଲିବାନୀ ଉପରେ ଆଫ୍‌ଗାନିସ୍ତାନର ବଡ଼ ଧରଣର ଏୟାରଷ୍ଟ୍ରାଇକ୍‌। ୨୫୪ ଆତଙ୍କୀ ନିପାତ୍‌

afghanistan-army-airstrike

Advertisment

ନୂଆଦିଲ୍ଲୀ: ଆଫଗାନିସ୍ତାନ ଏୟାରଫୋର୍ସର ବଡ଼ ଧରଣର ହମଲା। ତାଲିବାନୀ ଉପରେ ହେଲା ଅନ୍ଧାଧୁନ୍‌ ଆକ୍ରମଣ। ଆଫ୍‌ଗାନିସ୍ତାନର ବାୟୁସେନା ତାଲିବାନୀ ଉପରେ ଭୟଙ୍କର ଆକ୍ରମଣ କରିଛି। ଆଉ ଏହି ଆକ୍ରମଣରେ ପାଖାପାଖି ୨୫୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହାସହ ୯୭ରୁ ଅଧିକ ଆତଙ୍କବାଦୀ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।

Advertisment

ଆଫ୍‌ଗାନିସ୍ତାନ ସେନା ମାତ୍ର ୨୪ ଘଂଟାରେ କାବୁଲ, କନ୍ଧାର, କୁନ୍ଦୁଜ୍‌, ହେରାତ୍‌, ହେଲମନ୍ଦ ଏବଂ ଗଜନୀ ସହ ପ୍ରାୟ ୧୩ଟି ସ୍ଥାନରେ ଆଟାକ୍‌ କରିଛି। କୁହାଯାଉଛି, ତାଲିବାନୀ ଉପରେ ଏହା ସବୁଠାରୁ ବଡ଼ ଆକ୍ରମଣ। କାରଣ ପୂର୍ବରୁ ତାଲିବାନୀ ଉପରେ ଏମିତି ଆକ୍ରମଣ ପୂର୍ବରୁ କେବେ ହୋଇନଥିଲା। ଆକ୍ରମଣର ମାତ୍ର ଏତେ ପ୍ରଚଣ୍ଡ ଥିଲା କି, ଆତଙ୍କୀଙ୍କ କେତେକ ଗାଡ଼ି ବିସ୍ଫୋରଣରେ ଉଡ଼ିଯାଇ କିଛି ଦୂରରେ ଛିଟିକି ହୋଇ ପଡ଼ିଥିଲା। କେବଳ ଏତିକି ନୁହେଁ ବରଂ ଆଫ୍‌ଗାନିସ୍ତାନ ସେନା ଆତଙ୍କୀଙ୍କ ୧୩ ଟି ଆଇଇଡ଼ିକୁ ମଧ୍ୟ ନିଷ୍କ୍ରୟ କରିବାରେ ସଫଳ ହୋଇଛନ୍ତି। ଗତକାଲି ମଧ୍ୟ କନ୍ଧାରରେ ତାଲିବାନୀ ଆତଙ୍କୀଙ୍କର ବଙ୍କର୍‌ ଗୁଡ଼ିକୁ ବିସ୍ଫୋରଣ କରି ନଷ୍ଟ କରିଦେଇଥିଲେ। ଏହାଦ୍ୱାରା ୧୦ ରୁ ଅଧିକ ଆତଙ୍କୀ ପ୍ରାଣ ମଧ୍ୟ ହରାଇଥିଲେ।

Advertisment

ଏଠାରେ କହିରଖୁଛୁ କି, ଦିନକୁ ଦିନ ଆଫ୍‌ଗାନିସ୍ତାନରେ ଆତଙ୍କୀଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି। କିଛି ଦିନ ମଧ୍ୟରେ ଆଫ୍‌ଗାନିସ୍ତାନ ଉପରେ ମଧ୍ୟ ବାରମ୍ବାର ଆତଙ୍କୀମାନେ ଆକ୍ରମଣ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଆକ୍ରମଣ କରି ତାଲିବାନ ଆଫ୍‌ଗାନିସ୍ତାନ ବହୁ ଅଂଚଳ ନିଜ ଦଖଲକୁ ମଧ୍ୟ ନେଇଛି। ସ୍ଥିତି ଏମିତି ହେଲାଣି ଯେ, ସ୍ଥାନୀୟ ଲୋକ ସେଠାରେ ରହିବାକୁ ଆଉ ସୁରକ୍ଷିଣ ମଣୁ ନାହାନ୍ତି। ଏହାସହ ଆତଙ୍କୀଙ୍କ କାର୍ଯ୍ୟକଳାପ ବୃଦ୍ଧି ଯୋଗୁଁ ପଡ଼ୋଶୀ ଦେଶ ଗୁଡ଼ିକ ପାଇଁ ମଧ୍ୟ ବିପଦ ବଢିଛି। ତେବେ ଏହାରି ମଧ୍ୟରେ ୯୫ ପ୍ରତିଶତ ଆମେରିକା-ନାଟୋ ସୈନିକ ଫେରିଆସିଲେଣି ଏବଂ ୩୧ ଅଗଷ୍ଟ ସୁଦ୍ଧା ପୂରାମାତ୍ରରେ ସୈନିକ ଫେରିଆସିବେ ବୋଲି ସୂଚନା ମିଳିଛି।

ଜାତିସଂଘର ରିପୋର୍ଟ ଅନୁଯାୟୀ, ବର୍ଷର ପ୍ରଥମ ଛଅ ମାସରେ ଆଫଗାନିସ୍ତାନରେ ହୋଇଥିବା ହିଂସା ସମୟରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ଗତ ବର୍ଷ ତୁଳନାରେ ୪୭ ପ୍ରତିଶତ ବୃଦ୍ଧି ପାଇଛି। ଏହି ରିପୋର୍ଟରେ ସ୍ପଷ୍ଟ ଚେତାବନୀ ଦିଆଯାଇଛି ଯେ ଯଦି ହିଂସାକୁ ରୋକାଯାଇ ନଥାଏ ତେବେ ଚଳିତ ବର୍ଷ ଅନେକ ଆଫଗାନିସ୍ତାନ ସାଧାରଣ ନାଗରିକ ନିହତ ହେବେ ଏବଂ ଆହତ ହେବେ।

Advertisment

ସେପଟେ,ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ତାଲିବାନୀ ଏକ ସାମରିକ ସଂଗଠନ ନୁହେଁ ବରଂ ସେମାନେ ମଧ୍ୟ ଜଣେ ସାଧାରଣ ନାଗରିକ। କିନ୍ତୁ ଆମେ ସ୍ପଷ୍ଟ କରୁଛୁ, ପାକିସ୍ତାନର କୌଣସି ସୈନିକ ତାଲିବାନୀକୁ ସାହାଯ୍ୟ କରୁନାହାନ୍ତି।

Airstrike Taliban Terrorists Afghanistan Army
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ