Advertisment

ଆଦିତ୍ୟ-L1କୁ ବଡ଼ ସଫଳତା, ସାମ୍ନାକୁ ଆସିଲା ସୂର୍ଯ୍ୟଙ୍କ ରଙ୍ଗିନ ଫଟୋ !

ଏହି ଫଟୋ ଉଠାଇଛି ସୋଲାର୍ ଅଲଟ୍ରାଭାୟୋଲେଟ ଇମେଜିଂ ଟେଲିସ୍କୋପ୍ ବା ସୁଟ୍ ପେଲୋଡ୍ । ଫଟୋ ଗୁଡ଼ିକୁ ଇସ୍ରୋ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

Sun Aditya L1

Sun Aditya L1

Advertisment

ମିଶନ ଆଦିତ୍ୟକୁ ବଡ଼ ସଫଳତା । ଆଦିତ୍ୟ-L1 ପଠାଇଲା ସୂର୍ଯ୍ୟର ପ୍ରଥମ ଫଟୋ । ଭାରତର ସୂର୍ଯ୍ୟ ଅଭିଯାନରେ ପ୍ରଥମ ଥର ପାଇଁ ସୂର୍ଯ୍ୟର ସମ୍ପୂର୍ଣ୍ଣ ଫଟୋ କଏଦ ହୋଇଛି । ସୂର୍ଯ୍ୟରୁ ନିର୍ଗତ ଅତିବାଇଗଣୀ ରଶ୍ମିର ବିଭିନ୍ନ ତରଙ୍ଗଦୈର୍ଘ୍ୟର ଫଟୋ ଉଠାଇଛି ଆଦିତ୍ୟ ଏଲ୍-ୱାନ୍। ଏଥିରେ ସୂର୍ଯ୍ୟର ଫଟୋସ୍ଫିୟର ଓ କ୍ରୋମୋସ୍ଫିୟର ସ୍ପଷ୍ଟ ଦେଖିବାକୁ ମିଳୁଛି । ଏହି ଫଟୋ ଉଠାଇଛି ସୋଲାର୍ ଅଲଟ୍ରାଭାୟୋଲେଟ ଇମେଜିଂ ଟେଲିସ୍କୋପ୍ ବା ସୁଟ୍ ପେଲୋଡ୍ । ଫଟୋ ଗୁଡ଼ିକୁ ଇସ୍ରୋ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

Advertisment

ପ୍ରକୃତରେ ଆଦିତ୍ୟ ଏଲ ୧ରେ ଥିବା ପେଲୋଡ୍, ସୋଲାର ଅଲ୍ଟ୍ରାଭାୟୋଲେଟ ଇମେଜିଂ ଟେଲିସ୍କୋପ (SUIT) ସୂର୍ଯ୍ୟଙ୍କ ପ୍ରଥମ ଫୁଲ୍ ଡିସ୍କ ଫଟୋ ପଠାଇଛି। ଏହି ସବୁ ଫଟୋ ୨୦୦ରୁ ୪୦୦ ନାନୋମିଟର ଓ୍ବେଭଲେନ୍ଥ ରହିଛି। ଅର୍ଥାତ୍ ଆପଣଙ୍କୁ ସୂର୍ଯ୍ୟ ୧୧ଟି ଭିନ୍ନ ଭିନ୍ନ ରଙ୍ଗରେ ଦେଖାଯିବ। ଆଦିତ୍ୟ ଏଲ-୧ର SUIT ପେଲୋଡକୁ ନଭେମ୍ବର ୨୦ରେ ଚାଲୁ କରାଯାଇଥିଲା। ଏହି ଟେଲିସ୍କୋପ ସୂର୍ଯ୍ୟଙ୍କ ପୃଷ୍ଠ ଅର୍ଥାତ୍ ଫୋଟୋସ୍ଫିୟର ଓ ସୂର୍ଯ୍ୟଙ୍କ ପୃଷ୍ଠ ଏବଂ ବାହ୍ୟ ବାୟୁମଣ୍ଡଳ କୋରୋନା ମଧ୍ୟରେ ଥିବା ପତଳା ପରଦ ଅର୍ଥାତ୍ କ୍ରୋମୋସ୍ଫିୟରର ଫଟୋ ଉତ୍ତୋଳନ କରିଛି। ଏହି କୋମୋସ୍ଫିୟର ସୂର୍ଯ୍ୟ ପୃଷ୍ଠରୁ ୨୦୦୦ କିମି ଉପରେ ରହିଥାଏ ।

Advertisment

ISRO Sun
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ