Advertisment

‘ସୁଶାନ୍ତଙ୍କୁ ଗଞ୍ଜେଇ ଦେଉଥିଲେ ରିୟା’

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ NCB(Narcotics Control Bureau) ଅଭିଯୁକ୍ତ ଦର୍ଶାଇଛି। ଏହାସହ ରିୟା ଗଞ୍ଜେଇ କିଣିବା ଓ ଏଥିପାଇଁ ପେମେଣ୍ଟ୍‌ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।

Actor Rhea Chakraborty Charged In Drugs Case

Actor Rhea Chakraborty Charged In Drugs Case

Advertisment

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ NCB(Narcotics Control Bureau) ଅଭିଯୁକ୍ତ ଦର୍ଶାଇଛି। ଏହି ମାମଲାରେ NCB ଚାର୍ଜଶିଟ୍‌ ଦାଖଲ କରିଛି। ଯେଉଁଥିରେ ରିୟା ଚକ୍ରବର୍ତ୍ତୀଙ୍କ ନାଁ ମଧ୍ୟ ଉଲ୍ଲେଖ କରାଯାଇଛି। ଚାର୍ଜଶିଟ୍‌ରେ NCB ଅଭିଯୋଗ ଆଣିଛି ଯେ, ରିୟା, ସୁଶାନ୍ତଙ୍କୁ ଗଞ୍ଜେଇ ଦେଉଥିଲେ। ଏହାସହ ରିୟା ଗଞ୍ଜେଇ କିଣିବା ଓ ଏଥିପାଇଁ ପେମେଣ୍ଟ୍‌ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଗଞ୍ଜେଇ କିଣି ରିୟା ଏହାକୁ ସୁଶାନ୍ତଙ୍କ ପାଖକୁ ପଠାଉଥିଲେ ବୋଲି NCB ଅଭିଯୋଗ କରିଛି। ଏପରିକି ସେ ଦିବଙ୍ଗତ ଅଭିନେତା ସୁଶାନ୍ତଙ୍କ ପାଇଁ ଗଞ୍ଜେଇ କିଣିବା ଲାଗି ଅନେକ ଥର ପେମେଣ୍ଟ ମଧ୍ୟ କରିଛନ୍ତି।

Advertisment

NCB ଚାର୍ଜଶିଟ୍‌ରେ ଉଲ୍ଲେଖ କରିଛି ଯେ, ‘ଅଭିଯୁକ୍ତ ନମ୍ବର ୧୦ ରିୟା ଚକ୍ରବର୍ତ୍ତୀ ଅଭିଯୁକ୍ତ ନମ୍ବର ୬ ସାମୁଏଲ୍‌ ମିରାଣ୍ଡା, ଅଭିଯୁକ୍ତ ନମ୍ବର ୭ ସୌଭିକ ଚକ୍ରବର୍ତ୍ତୀ ଓ ଅଭିଯୁକ୍ତ ନମ୍ବର ୮ ଦୀପେଶ ସାୱନ୍ତ ଓ ଅନ୍ୟମାନଙ୍କ ଠାରୁ ଅନେକଥର ଗଞ୍ଜେଇ ଆଣି ଏହାକୁ ସେ ସୁଶାନ୍ତଙ୍କୁ ଦେଉଥିଲେ। ୨୦୨୦ ମସିହା ମାର୍ଚ୍ଚ ଓ ୨୦୨୦ ମସିହା ସେପ୍ଟେମ୍ବର ମଧ୍ୟରେ ସୌଭିକ ଓ ରାଜପୁତଙ୍କ ବଦଳରେ ଡେଲିଭରି ପାଇଁ ରିୟା ପେମେଣ୍ଟ କରିଥିଲେ। ତେଣୁ ରିୟାଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। 

ସୁଶାନ୍ତ ସିଂଙ୍କ ସହ ଜଡ଼ିତ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟ ୩୪ ଜଣଙ୍କୁ NCB ଅଭିଯୁକ୍ତ ଦର୍ଶାଇଛି। ଯଦି ଏହି ମାମଲାରେ ସେମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତା’ହେଲେ ଅତି କମ୍‌ରେ ସେମାନଙ୍କୁ ୧୦ ବର୍ଷ ଜେଲ୍‌ ହୋଇପାରେ ବୋଲି ଜଣାପଡ଼ିଛି। 

Advertisment

ସୂଚନାଥାଉ କି, ଏହି ମାମଲାରେ ୨୦୨୦ ମସିହା ସେପ୍ଟେମ୍ବରରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା। ପାଖାପାଖି ମାସେ ପର୍ଯ୍ୟନ୍ତ ସେ ଜେଲ୍‌ରେ ଥିଲେ। ଏହାପରେ ମୁମ୍ବାଇ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲା। ୨୦୨୦ ମସିହା ଜୁନ୍‌ ୧୪ରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ବାନ୍ଦ୍ରା ସ୍ଥିତ ଘରୁ ମିଳିବା ପରେ ବଲିଉଡ୍‌ରେ ଡ୍ରଗ୍ସ ମାମଲା ନେଇ ଛାନ୍‌ଭିନ୍‌ ଆରମ୍ଭ ହୋଇଥିଲା। ଅନେକ ଛୋଟ, ବଡ଼ ଅଭିନେତା ଓ ଅଭିନେତ୍ରୀଙ୍କୁ ଏହି ମାମଲାରେ ପଚରଉଚରା କରାଯାଇଥିଲା।  ସିବିଆଇ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରୁଥିବା ବେଳେ ମୁମ୍ବାଇ ପୋଲିସ୍‌ ଏହାକୁ ସୁଇସାଇଡ୍‌ ବୋଲି କହିଥିଲା।  

Sushant Singh Rajput NCB Rhea Chakbraborty Drugs Case Bollywood Drugs Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ