Advertisment

ଠକି ଦେଇ ବିଦେଶ ପଳାଉଥିଲେ ଜ୍ୟାକଲିନ୍ ! ଏୟାରପୋର୍ଟରେ ଫସିଗଲେ....

ଶୋ’ ପାଇଁ ବିଦେଶ ବାହାରିଥିବା ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଗତକାଲି ମୁମ୍ବାଇ ବିମାନ ବନ୍ଦରରେ ଅଟକ ରଖାଯାଇଥିଲା। ଏକ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି।

ଅଦ୍ୟତନ ହୋଇଛି
Jacqueline Fernandez

Jacqueline Fernandez

Advertisment

ମୁମ୍ବାଇ: ଶୋ’ ପାଇଁ ବିଦେଶ ବାହାରିଥିବା ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଗତକାଲି ମୁମ୍ବାଇ ବିମାନ ବନ୍ଦରରେ ଅଟକ ରଖାଯାଇଥିଲା। ୨୦୦ କୋଟିର ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ED) ଜ୍ୟାକଲିନଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍‌ ଜାରି କରିଛି।

Advertisment

ଲୁକ୍ ଆଉଟ୍ ନୋଟିସ୍‌ ଜାରି ସତ୍ତ୍ୱେ ଦୁବାଇରେ ଏକ ଶୋ’ ରେ ଯୋଗ ଦେବା ଲାଗି ଜ୍ୟାକଲିନ୍ ଗତକାଲି ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଥିଲେ। ହେଲେ ଇମିଗ୍ରେସନ ଅଧିକାରୀ ତାଙ୍କୁ ଅଟକାଇ ଥିଲେ। କିଛି ସମୟ ପରେ ତାଙ୍କୁ ବିମାନବନ୍ଦରରୁ ବାହାରକୁ ଯିବାକୁ ଅନୁମତି ପ୍ରଦାନ କରାଯାଇଥିଲା। ତେବେ ଦିଲ୍ଲୀରେ EDର ଜେରା ବେଳେ ହାଜର ହେବା ଲାଗି ଜ୍ୟାକଲିନ୍‌ଙ୍କୁ କୁହାଯାଇଛି। ତେଣୁ ଖୁବ୍‌ଶୀଘ୍ର ତାଙ୍କ ବିରୋଧରେ ନୂଆ ସମନ ଜାରି କରାଯିବ ବୋଲି ସୂଚନା ମିଳିଛି। 

ସୂଚନାଥାଉ କି, ୨ଶହ କୋଟି ଟଙ୍କାର ଠକେଇ ମାମଲାର ମାଷ୍ଟରମାଇଣ୍ଡ୍‌ ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟମାନଙ୍କ ନାଁରେ ED ଦିଲ୍ଲୀ ହାଇକୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି। ତିହାର ଜେଲରେ ଥାଇ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ୨ଶହ କୋଟି ଟଙ୍କା ଆଦାୟ କରିଥିବା ନେଇ ସୁକେଶଙ୍କ ନାଁରେ ଅଭିଯୋଗ ରହିଛି। ଏହାପରେ ସୁକେଶଙ୍କ ଆକାଉଣ୍ଟରୁ ଜ୍ୟାକଲିନ୍‌ଙ୍କ ପାଖକୁ ଟଙ୍କା କାରବାର ହୋଇଥିବା ନେଇ ଇଡି ହାତରେ ସୁରାକ ଲାଗିଛି।

Advertisment

ଏପରିକି ଜ୍ୟାକଲିନଙ୍କୁ ସୁକେଶ ୫୨ ଲକ୍ଷ ଟଙ୍କାର ଘୋଡା ଏବଂ ୯ ଲକ୍ଷ ଟଙ୍କାର ଏକ ବିଲେଇ ସମେତ ୧୦ କୋଟି ଟଙ୍କାର ଉପହାର ଦେଇଥିବା ED ଚାର୍ଜସିଟ୍‌ରେ ଦର୍ଶାଇଛି। ମାମଲାରେ ଅଭିନେତ୍ରୀ ନୋରା ଫତେହିଙ୍କ ନାଁ ମଧ୍ୟ ରହିଛି।  ନୋରାଙ୍କୁ ସୁକେଶ ଦାମୀ କାର୍ ଦେଇଥିବା ଜଣାପଡ଼ିଛି। ଏହି ମାମଲାରେ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉଭୟ ନୋରା ଏବଂ ଜ୍ୟାକଲିନ୍‌ଙ୍କୁ ପଚରାଉଚରା ମଧ୍ୟ କରିସାରିଛି। 

Bollywood Jacqueline Fernandez Mumbai Airport Extortion Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ