ପରଲୋକରେ ବିଜୟକାନ୍ତ; କରୋନାରେ ଥିଲେ ପୀଡ଼ିତ

ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରୁଥିଲେ । ଏଥିପାଇଁ ଭେଣ୍ଟିଲେଟରରେ ରଖାଯାଇଥିଲା ।

ପରଲୋକରେ ବିଜୟକାନ୍ତ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ଷ୍ଟାର ବିଜୟକାନ୍ତଙ୍କ ପରଲୋକ ହୋଇଛି । ଗତକାଲି ରାତିରେ ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କରୋନା ପଜିଟିଭ ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରୁଥିଲେ । ଏଥିପାଇଁ ଭେଣ୍ଟିଲେଟରରେ ରଖାଯାଇଥିଲା । ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ସେ ସୁପରଷ୍ଟାର ଥିଲେ । ୧୫୦ରୁ ଅଧିକ ଫିଲ୍ମରେ ସେ ଅଭିନୟ କରିଛନ୍ତି । କ୍ୟାପଟେନ ବିଜୟକାନ୍ତ ନାଁରେ ସେ ପରିଚିତ ଥିଲେ। ୨୦୦୫ରେ DMDK ନାଁରେ ଏକ ରାଜନୈତିକ ଦଳ ଗଠନ କରିଥିଲେ ବିଜୟକାନ୍ତ । ୨୦୧୧ ରେ ତାଙ୍କ ଦଳ ୨୬ଟି ଆସନ ଜିତିଥିଲା ।

ହସ୍ପିଟାଲର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ନିମୋନିଆରେ ଆଡମିଶନ ହେବା ପରେ କ୍ୟାପଟେନ ବିଜୟକାନ୍ତ ଭେଣ୍ଟିଲେଟରରେ ଥିଲେ । ଡାକ୍ତରଙ୍କ ବହୁ ଚେଷ୍ଟା ପରେ ମଧ୍ୟ ଆଜି ତାଙ୍କର ଦେହାନ୍ତ ହୋଇଛି ।

ମଙ୍ଗଳବାର ଦିନ ବିଜୟକାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ବିଜୟକାନ୍ତଙ୍କ ଦେହାନ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘X’ରେ ଏକ ପୋଷ୍ଟକରି ସମବେଦନା ଜଣାଇଛନ୍ତି । ସେ ଟ୍ୱିଟ୍‌ରେ ଲେଖିଛନ୍ତି, ଘନିଷ୍ଠ ବନ୍ଧୁ ବିଜୟକାନ୍ତଙ୍କ ଦେହାନ୍ତ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

ବିଜୟକାନ୍ତ ଜୀଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖଦ । ତାମିଲ ଚଳଚ୍ଚିତ୍ର ଜଗତର ସେ ହେଉଛନ୍ତି କିମ୍ବଦନ୍ତୀ । ତାଙ୍କର ଚରିତ୍ର ପ୍ରଦର୍ଶନ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଆକର୍ଷିତ କରିଥିଲା । ତାମିଲନାଡୁର ରାଜନୀତି ଉପରେ ଏହାର ପ୍ରଭାବ ପଡ଼ିବ ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଆହୁରି ଲେଖିଛନ୍ତି ଯେ, ମୁଁ ତାଙ୍କ ସହ ବର୍ଷ ବର୍ଷ ଧରି କଥା ହୋଇଥିବା ବାର୍ତ୍ତାକୁ ମନେ ରଖିଛି । ତାହା ସହ ତାଙ୍କର ପରିବାର ଓ ପ୍ରିୟଜନଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି ।