Advertisment

ଉତ୍ତର ପ୍ରଦେଶରେ ବନ୍ୟା ସ୍ଥିତି ଗମ୍ଭୀର

ରାଜଧାନୀ ଲକ୍ଷ୍ନୌ ସମେତ ୪୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ କରାଯାଇଛି। ବିଭିନ୍ନ ଜିଲ୍ଲାରେ ସ୍କୁଲ ବନ୍ଦ ରଖିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Uttar Pradesh Flood

Uttar Pradesh Flood

Advertisment

ଉତ୍ତର ପ୍ରଦେଶରେ ବନ୍ୟା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ଉଦବେଗଜନକ ରହିଛି । ବନ୍ୟାରେ ଏଯାଏଁ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରାଜଧାନୀ ଲକ୍ଷ୍ନୌ ସମେତ ୪୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ କରାଯାଇଛି । ବିଭିନ୍ନ ଜିଲ୍ଲାରେ ସ୍କୁଲ ବନ୍ଦ ରଖିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ୪୦ରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Advertisment

ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିବା ପରେ ସାରା ରାଜ୍ୟରେ ଥିବା ଡାକ୍ତରଖାନାଗୁଡ଼ିକୁ ମଧ୍ୟ ଆଲର୍ଟ କରାଯାଇଛି । ଶିକ୍ଷା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଜରୁରୀକାଳୀନ ସେବା ପାଇଁ ପ୍ରସ୍ତୁତ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ଅନେକ ସ୍ଥାନରେ ବର୍ଷାରେ ଚାଷ ଭୀଷଣ କ୍ଷତିଗ୍ରସ୍ତ ହୋଇଛି, ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବନ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟକ୍ତିଗତ ଭାବେ କ୍ଷେତ୍ର ପରିଦର୍ଶନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜନ ପ୍ରତିନିଧୀମାନେ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିବାକୁ କହିଛନ୍ତି । ଏହା ସହ ଜୀବନ ହାନି ଘଟଣାରେ ସରକାରଙ୍କ ଅନୁଦାନପ୍ରାପ୍ତ ରିଲିଫ ରାଶି ଶୀଘ୍ର ପୀଡିତଙ୍କ ପରିବାରକୁ ଦେବାକୁ କହିଛନ୍ତି ।

Advertisment
Uttar Pradesh Heavy Rainfall Flood Situation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ